ଏହି ଦ୍ୱୀପରେ ଅଛି କେବଳ ଗୋଟିଏ ଘର, ଗୋଟିଏ ଗଛ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ଦୁନିଆରେ ଅନେକ ଆଇଲ୍ୟାଣ୍ଡ୍‌ ବା ଦ୍ୱୀପ ରହିଛି ଯାହା ଦେଖିବାକୁ ବହୁତ ସୁନ୍ଦର। କିନ୍ତୁ କିଛି ଏପରି କିଛି ଦ୍ୱୀପ ଅଛି ଯାହା ବିଷୟରେ ଆପଣମାନେ ଜାଣି ନ ଥିବେ। ଆମେ ଆପଣଙ୍କୁ ଏମିତି ଏକ ଦ୍ୱୀପ ବିଷୟରେ ଜଣାଇବୁ ଯାହାର ଆକାର ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଆସନ୍ତୁ ଜାଣିବା ସେହି ଦ୍ୱୀପ ସମ୍ପର୍କରେ… ନ୍ୟୁୟର୍କର ଆଲେକ୍ସାଣ୍ଡ୍ରିଆ ଉପସାଗର ପାଖରେ ଥିବା ଦ୍ୱୀପଟି ଦୁନିଆର ସବୁଠାରୁ ଛୋଟ ଦ୍ୱୀପ। ଏହାର ନାମ […]

photo1

Rakesh Mallick
  • Published: Sunday, 08 July 2018
  • , Updated: 08 July 2018, 06:23 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ଦୁନିଆରେ ଅନେକ ଆଇଲ୍ୟାଣ୍ଡ୍‌ ବା ଦ୍ୱୀପ ରହିଛି ଯାହା ଦେଖିବାକୁ ବହୁତ ସୁନ୍ଦର। କିନ୍ତୁ କିଛି ଏପରି କିଛି ଦ୍ୱୀପ ଅଛି ଯାହା ବିଷୟରେ ଆପଣମାନେ ଜାଣି ନ ଥିବେ। ଆମେ ଆପଣଙ୍କୁ ଏମିତି ଏକ ଦ୍ୱୀପ ବିଷୟରେ ଜଣାଇବୁ ଯାହାର ଆକାର ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଆସନ୍ତୁ ଜାଣିବା ସେହି ଦ୍ୱୀପ ସମ୍ପର୍କରେ...

ନ୍ୟୁୟର୍କର ଆଲେକ୍ସାଣ୍ଡ୍ରିଆ ଉପସାଗର ପାଖରେ ଥିବା ଦ୍ୱୀପଟି ଦୁନିଆର ସବୁଠାରୁ ଛୋଟ ଦ୍ୱୀପ। ଏହାର ନାମ ‘ଜଷ୍ଟ୍‌ ରୁମ୍‌ ଏନଫ୍‌’। ଏହାର ଆକାର ଟେନିସ୍‌ କୋର୍ଟର ଆକାର ପରି। ଏହି ଦ୍ୱୀପରେ କେବଳ ଗୋଟିଏ ଘର ଓ ଗଛ ରହିଛି। ଏହା ଏତେ ଛୋଟ ଯେ ଏହା ଘରର ଗୋଟିଏ କୋଣରୁ ଆରମ୍ଭ ହୋଇ ଅନ୍ୟ କୋଣରେ ଶେଷ ହୋଇଛି।

ଦୁନିଆରେ ୨୦୦୦ରୁ ଅଧିକ ଦ୍ୱୀପ ରହିଛି। ‘ଜଷ୍ଟ୍‌ ରୁମ୍‌ ଏନଫ୍‌’ ମଧ୍ୟ ସେମାନଙ୍କ ମଧ୍ୟରୁ ଗୋଟିଏ। ନ୍ୟୁୟର୍କରେ ଥିବା ଏହି ଦ୍ୱୀପର ଆକାର ୩୩୦୦ ବର୍ଗଫୁଟ। ଏହାର କ୍ଷୁଦ୍ର ଆକୃତି ଯୋଗୁ ଏହାର ନାମକୁ ଗିନିଜ୍‌ ବୁକ୍‌ ଅଫ୍‌ ୱାଲ୍‌ର୍ଡ ରେକର୍ଡରେ ସ୍ଥାନିତ କରାଯାଇଛି।

‘ଜଷ୍ଟ୍‌ ରୁମ୍‌ ଏନଫ୍‌’ ଦ୍ୱୀପ ପୂର୍ବରୁ ‘ବିଶପ୍‌ ରକ୍‌’ ଦୁନିଆର ସବୁଠାରୁ ଛୋଟ ଦ୍ୱୀପ ଭାବେ ଖ୍ୟାତ ଥିଲା। କିନ୍ତୁ ଏହାର ସ୍ଥାନ ବର୍ତ୍ତମାନ ‘ଜଷ୍ଟ୍‌ ରୁମ୍‌ ଏନଫ୍‌’ ଆଇଲ୍ୟାଣ୍ଡ୍‌ ନେଇଛି। ଏହା ‘ବିଶପ୍‌ ରକ୍‌ ଆଇଲ୍ୟାଣ୍ଡ୍‌’ର ଅଧା କହିଲେ ଚଳେ।

ପୂର୍ବରୁ ଏହି ଦ୍ୱୀପଟି ‘ହବ୍‌ ଆଇଲ୍ୟାଣ୍ଡ୍‌’ ନାମରେ ପରିଚିତ ଥିଲା। କିନ୍ତୁ ୧୯୫୦ରେ ଏହି ଆଇଲ୍ୟାଣ୍ଡ୍‌କୁ ଏକ ପରିବାର କିଣି ନେଇଥିଲେ। ସେମାନେ ଏହି ଆଇଲ୍ୟାଣ୍ଡ୍‌ରେ ଗୋଟିଏ ଘର ଏବଂ ଗୋଟିଏ ଗଛ ଲଗାଇ ଦେଇଥିଲେ। ସେମାନେ ଏ ସ୍ଥାନର ନାମ ‘ହବ୍‌ ଆଇଲ୍ୟାଣ୍ଡ୍‌’ ବଦଳରେ ‘ଜଷ୍ଟ୍‌ ରୁମ୍‌ ଏନଫ୍‌’ ରଖିଥିଲେ। ସାପ୍ତାହିକ ଛୁଟି ମନାଇବା ପାଇଁ ସେମାନେ ଏହି ଦ୍ୱୀପରେ ଘରଟିଏ ତିଆରି କରିଥିଲେ। ମାତ୍ର ଧୀରେ ଧୀରେ ଏହି କ୍ଷୁଦ୍ରତମ ଦ୍ୱୀପକୁ ଦେଖିବା ପାଇଁ ପର୍ଯ୍ୟଟକଙ୍କ ଭିଡ଼ ବଢ଼ିବାରେ ଲାଗିଲା। ଏବେ ଏହି ଦ୍ୱୀପଟି ପର୍ଯ୍ୟଟକଙ୍କ ଆକର୍ଷଣର ବିନ୍ଦୁ ପାଲଟିଛି।

 

 

 

 

Related story