ନୀଳ ଆକାଶରେ ବୈଜୟନ୍ତଙ୍କୁ କିଏ ଖୁଆଇଲା ଆରିସା ପିଠା?  ପଢନ୍ତୁ ସାଂସଦଙ୍କ ଦୋସ୍ତୀର କାହାଣୀ

ସୋସିଆଲ ମିଡିଆରେ ବେଶ୍ ସକ୍ରିୟ କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡା। ଟ୍ୱିଟରରେ ତାଙ୍କ ଫଲୋଅର୍ସ ସଂଖ୍ୟା ତାଙ୍କ ଲୋକପ୍ରିୟତାକୁ ସୂଚାଇଥାଏ।  ନିଜର ପ୍ରତ୍ୟେକ ଗସ୍ତର ଟିକିନିଖି ଖବର ସୋସିଆଲ ମିଡିଆରେ ସେୟାର କରିଥାନ୍ତି ଜୟ। ତେବେ ଦୁଇଦିନ ତଳେ ସେ ସେୟାର କରିଥିବା ଫଟୋ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଫଟୋ ପଛର କାହାଣୀ କ’ଣ ଭାରତ ଏମିତି ଏକ ଦେଶ ଯେଉଁଠି କୋଟି କୋଟି ଲୋକ ଖାଲି ଆଖିରେ ବିମାନ ଦେଖି ନାହାଁନ୍ତି। କୋଟି କୋଟି […]

jay panda

Rakesh Mallick
  • Published: Saturday, 20 May 2017
  • , Updated: 21 May 2017, 02:29 PM IST

ସୋସିଆଲ ମିଡିଆରେ ବେଶ୍ ସକ୍ରିୟ କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡା। ଟ୍ୱିଟରରେ ତାଙ୍କ ଫଲୋଅର୍ସ ସଂଖ୍ୟା ତାଙ୍କ ଲୋକପ୍ରିୟତାକୁ ସୂଚାଇଥାଏ।  ନିଜର ପ୍ରତ୍ୟେକ ଗସ୍ତର ଟିକିନିଖି ଖବର ସୋସିଆଲ ମିଡିଆରେ ସେୟାର କରିଥାନ୍ତି ଜୟ। ତେବେ ଦୁଇଦିନ ତଳେ ସେ ସେୟାର କରିଥିବା ଫଟୋ ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ଫଟୋ ପଛର କାହାଣୀ କ’ଣ

ଭାରତ ଏମିତି ଏକ ଦେଶ ଯେଉଁଠି କୋଟି କୋଟି ଲୋକ ଖାଲି ଆଖିରେ ବିମାନ ଦେଖି ନାହାଁନ୍ତି। କୋଟି କୋଟି ଲୋକ ଏମିତି ଅଛନ୍ତି, ଯେଉଁମାନଙ୍କ ପାଇଁ ବିମାନରେ ବସିବା ଦିବା ସ୍ୱପ୍ନ। ହେଲେ କେବେ ଭାବିଛନ୍ତି ଏହି ସ୍ୱପ୍ନକୁ ସୋସିଆଲ୍ ମିଡିଆ ପୁରଣ କରିପାରେ। ଏମିତି ଏ ଘଟଣା ଘଟିଛି ଓଡ଼ିଶାରେ। ଟୁଇଟ୍ କରି ବିମାନରେ ବୁଲିବାକୁ ସାଂସଦ ବୈଜୟନ୍ତଙ୍କୁ ଅନୁରୋଧ କରିଥିଲେ ରାଉରଲେକାର ଡାକ୍ତର ସୁଜୟ ପ୍ରଧାନ। ଆଉ ତାଙ୍କ ଅନୁରୋଧକୁ ରକ୍ଷା କରି ନେତା ତାଙ୍କୁ ବୁଲାଇଛନ୍ତି ଆକାଶରେ।

କିଛିଦିନ ପୂର୍ବେ ରାଉଲକେଲାର ଡାକ୍ତର ସୁଜୟ କଳ୍ପନା ପ୍ରଧାନ ଟ୍ୱିଟ୍ କରି ବୈଜୟନ୍ତଙ୍କୁ ଜଣାଇଥିଲେ ନିଜ ମନର କଥା। ନୀଳ ଆକାଶରେ ପ୍ରାଇଭେଟ ହେଲିକପ୍ଟରରେ ବୁଲିବାର ଇଚ୍ଛା ଥିଲା ସୁଜୟଙ୍କର। ମାତ୍ର ବିମାନରେ ବୁଲିବା ପାଇଁ ଅର୍ଥ ସାଜିଥିଲା ବାଧକ। ତେବେ ସୁଜୟଙ୍କର ଏହି ସ୍ୱପ୍ନକୁ ପୂରଣ କରିଛନ୍ତି ବୈଜୟନ୍ତ। ଟୁଇଟ୍ କରିବାର ମାସକ ପରେ ନିଜ ପ୍ରାଇଭେଟ ଚପର୍‌ରେ ବୁଲିବାର ସୁଯୋଗ ଦେଇଥିଲେ ସୁଜୟଙ୍କୁ। ଆଉ ଏହା ବଦଳରେ ସୁଜୟ ମଧ୍ୟ ନିଜ ମା’ଙ୍କ ହାତ ତିଆରି ଆରିସା ପିଠା ସ୍ୱାଦ ଚଖାଇଥିଲେ ଜୟଙ୍କୁ।  ଚପର୍‌ ଭିତରେ ସୁଜୟଙ୍କ ସହ ଉଠାଇଥିବା ଫଟୋ ସହ ଆରିସା ପିଠାର ଫଟୋ ଜୟ ଟ୍ୱିଟ୍ କରିବା ପରେ ଆରମ୍ଭ ହୋଇଥିଲା ରିଟ୍ୱିଟ୍‌ର ପର୍ବ। ବୈଜୟନ୍ତଙ୍କୁ ଭଲ ପାଉଥିବା ଚିତ୍ତରଂଜନ ଟ୍ୱିଟ୍ କରି କହିଛନ୍ତି ଯେ ତାଙ୍କ ମା ମଧ୍ୟ ସୁସ୍ୱାଦୁ ଆରିସା ଓ ମଣ୍ଡା ପିଠା କରନ୍ତି। ତେଣୁ ଚପର୍‌ରେ ବସିବା ପାଇଁ ତାଙ୍କ ନମ୍ୱର କେବେ ଆସିବ।

ବୈଜୟନ୍ତ ପଣ୍ଡା। ଓଡିଶା ରାଜନୀତିର ଏକ ଜଣାଶୁଣା ନାଁ। ବିଜୁ ଜନତା ଦଳରୁ କେନ୍ଦ୍ରାପଡା ଲୋକସଭା ନିର୍ବାଚନ ମଣ୍ଡଳୀରୁ ଦୁଇ ଦୁଇ ଥର ସାଂସଦ ହେବାର ସୋଭାଗ୍ୟ ଲାଭ କରିଛନ୍ତି ଜୟ ପଣ୍ଡା। ଲୋକମାନଙ୍କ ପ୍ରତି ଭଲପାଇବା, ସ୍ନେହ, ଶ୍ରଦ୍ଧା ତାଙ୍କୁ କେନ୍ଦ୍ରାପଡାବାସୀଙ୍କ ଜନମାନସରେ ଦେଇଛି ଏକ ସ୍ୱତନ୍ତ୍ର ପରିଚୟ।ନିବାର୍ଚନ ମଣ୍ଡଳୀର କୌଣସି ବି ଅସୁବିଧା ପଡିଲେ ପ୍ରାଇଭେଟ ଚପର୍‌ ଜରିଆରେ  ତତକ୍ଷଣାତ୍ ପହଞ୍ଚି ଯାଆନ୍ତି ଲୋକମାନଙ୍କ ପାଖରେ। ସର୍ବଦା ଲୋକଙ୍କ ଦୁଃଖସୁଖରେ ଛିଡା ହେଇଥିବା ଜୟ ପଣ୍ଡାଙ୍କୁ କେନ୍ଦ୍ରାପଡା ତଥା ପୂରା ରାଜ୍ୟବାସୀ ଜଣେ ସ୍ନେହୀ ଓ ଦରଦୀ ମଣିଷ ଭାବେ ଜାଣନ୍ତି। କେବଳ ରାଜ୍ୟ ନୁହେଁ କେନ୍ଦ୍ରୀୟ ରାଜନୀତିରେ ବେଶ୍ କାଟ୍‌ତି ଅଛି ଏହି ର୍ନିବିବାଦୀୟ ନେତାଙ୍କର।

Related story