ସାବଧାନ! ଆପଣଙ୍କ ଫୋନ୍‌ ଶୀଘ୍ର ଗରମ ହୋଇଯାଉଛି କି: ଜାଣନ୍ତୁ ମୋବାଇଲ୍‌ ସୁରକ୍ଷିତ ରଖିବା ପାଇଁ କିଛି ଟିପ୍ସ

ଅନେକ ସମୟରେ ଆମେ ବ୍ୟବହାର କରୁଥିବା ଆଣ୍ଡ୍ରଏଡ ଫୋନ ଗୁଡିକ ଗରମ ହୋଇଯାଇଥାଏ। ଅଧିକ ସମୟ ଗେମ୍‌ ଖେଳିବା କିମ୍ବା ଅଧିକ ସମୟ ଧରି ବ୍ରାଉଜିଂ କରିବା ଦ୍ୱାରା ଫୋନ୍‌ ଗରମ ହୋଇଥାଏ।  ଫୋନ ଗରମ ହେବା ସାଧାରଣ କଥା । କିନ୍ତୁ  ଯଦି ଆପଣଙ୍କ ଫୋନ ଅଲ୍ପ କିଛି ସମୟ ବ୍ରାଉଜିଂ କଲେ ଗରମ ହୋଇଯାଉଛି ତେବେ ଜାଣିବେ ଯେ ଆପଣଙ୍କ ଫୋନ ପ୍ରତି ବିପଦ ଅଛି। ଫୋନ ଅଳ୍ପ ଦିନରେ ଖରାପ ହୋଇଯାଇପାରେ। ଆପଣ […]

mobile_apps_3

Rakesh Mallick
  • Published: Sunday, 25 June 2017
  • , Updated: 25 June 2017, 10:21 PM IST

ଅନେକ ସମୟରେ ଆମେ ବ୍ୟବହାର କରୁଥିବା ଆଣ୍ଡ୍ରଏଡ ଫୋନ ଗୁଡିକ ଗରମ ହୋଇଯାଇଥାଏ। ଅଧିକ ସମୟ ଗେମ୍‌ ଖେଳିବା କିମ୍ବା ଅଧିକ ସମୟ ଧରି ବ୍ରାଉଜିଂ କରିବା ଦ୍ୱାରା ଫୋନ୍‌ ଗରମ ହୋଇଥାଏ।  ଫୋନ ଗରମ ହେବା ସାଧାରଣ କଥା । କିନ୍ତୁ  ଯଦି ଆପଣଙ୍କ ଫୋନ ଅଲ୍ପ କିଛି ସମୟ ବ୍ରାଉଜିଂ କଲେ ଗରମ ହୋଇଯାଉଛି ତେବେ ଜାଣିବେ ଯେ ଆପଣଙ୍କ ଫୋନ ପ୍ରତି ବିପଦ ଅଛି। ଫୋନ ଅଳ୍ପ ଦିନରେ ଖରାପ ହୋଇଯାଇପାରେ। ଆପଣ ଚାହିଁଲେ ଆପଣଙ୍କ ଫୋନକୁ ଅତ୍ୟଧିକ ଗରମ ହେବାରୁ ରୋକି ପାରିବେ। କେତୋଟି ସତର୍କତା ଅବଲମ୍ବନ କଲେ ଏଥିରୁ ମୁକ୍ତି ମିଳି ପାରିବ।

1-ଆପଣଙ୍କ ମୋବାଇଲକୁ ସୂର୍ଯ୍ୟ କିରଣରୁ  ଦୂରେଇ ରଖନ୍ତୁ। ଟାଣ ଖରାରେ ମୋବାଇଲ ରଖିଲେ ଏହାର ମଦର ବୋର୍ଡ ଏବଂ ଡିସପ୍ଲେ ଉପରେ କୁ ପ୍ରଭାବ ପଡିଥାଏ।

2- ଫୋନରେ କୌଣସି ପ୍ରକାର ଟାଇଡ କଭର ବ୍ୟବହାର କରନ୍ତୁ ନାହିଁ। ଫୋନକୁ ପକେଟରେ ନ ରଖି ବ୍ୟାଗରେ ରଖିବାକୁ ଚେଷ୍ଟା କରନ୍ତୁ। ଏଥିରେ ଫୋନକୁ ଭେଣ୍ଟିଲେସନର ସୁବିଧା ମିଳିଥାଏ।

3-ଆପଣଙ୍କ ଆଣ୍ଡ୍ରଏଡ ଫୋନରେ ଅନାବଶ୍ୟକ ଆପ୍ ଡାଉନଲୋଡ କରି ରଖନ୍ତୁ ନାହିଁ। ଫୋନ୍‌କୁ ଗରମରୁ ରୋକିବା ପାଇଁ ଅନେକ ଆପ୍ସ ଅଛି ଯାହା ଆପଣ ବ୍ୟବହାର କରିପାରିବେ। ଯଦି ବିନା କାରଣରେ ଫୋନ୍‌ ଗରମ ହେଉଛି ତେବେ ସର୍ଭିସ ସେଣ୍ଟରରେ ନେଇ ଦେଖାଇ ଏହାର ସମାଧାନ କରିପାରିବେ।

Related story