ଟ୍ୱିଟର୍‌ରେ ମୋଦିଙ୍କ ଫଲୋଅର୍ସ ସଂଖ୍ୟା ସବୁଠୁ ଆଗରେ: ଜାଣନ୍ତୁ ଟପ୍‌-10 ଭାରତୀୟଙ୍କ ତାଲିକା

ବର୍ତ୍ତମାନ ସୋସିଆଲ ମିଡିଆର ଯୁଗ। ସୋସିଆଲ ମିଡିଆ ମାଧ୍ୟମରେ ନିଜ ନିଜର ମତକୁ ଅନ୍ୟମାନଙ୍କ ନିକଟରେ ଏବେ ସହଜରେ ଓ ଖୁବ୍‌ କମ ସମୟରେ ପହଞ୍ଚାଇ ହେଉଛି। ସାରା ବିଶ୍ୱ ଏବେ ସୋସିଆଲ ମିଡିଆର ଦିୱାନା ପାଲିଟିସାରିଛି। ଭାରତରେ ମଧ୍ୟ ସୋସିଆଲ ମିଡିଆର ବ୍ୟବହାର ବହୁ ଅଧିକ। ବିଶେଷକରି ୟୁଥ୍‌ ବର୍ଗଙ୍କ କ୍ଷେତ୍ରରେ ସୋସିଆଲ ମିଡିଆର ବ୍ୟବହାର ସର୍ବାଗେ। ସୋସିଆଲ ମିଡିଆ ଭିତରେ ଟ୍ୱିଟର୍‌ର ଲୋକପ୍ରିୟତା ଏବେ ସବୁଠୁ ଆଗରେ।ଏହାର ବ୍ୟବହାର ଏବେ ସବୁ ବର୍ଗର ବ୍ୟକ୍ତି […]

namo

Rakesh Mallick
  • Published: Tuesday, 30 May 2017
  • , Updated: 30 May 2017, 08:22 PM IST

ବର୍ତ୍ତମାନ ସୋସିଆଲ ମିଡିଆର ଯୁଗ। ସୋସିଆଲ ମିଡିଆ ମାଧ୍ୟମରେ ନିଜ ନିଜର ମତକୁ ଅନ୍ୟମାନଙ୍କ ନିକଟରେ ଏବେ ସହଜରେ ଓ ଖୁବ୍‌ କମ ସମୟରେ ପହଞ୍ଚାଇ ହେଉଛି। ସାରା ବିଶ୍ୱ ଏବେ ସୋସିଆଲ ମିଡିଆର ଦିୱାନା ପାଲିଟିସାରିଛି। ଭାରତରେ ମଧ୍ୟ ସୋସିଆଲ ମିଡିଆର ବ୍ୟବହାର ବହୁ ଅଧିକ। ବିଶେଷକରି ୟୁଥ୍‌ ବର୍ଗଙ୍କ କ୍ଷେତ୍ରରେ ସୋସିଆଲ ମିଡିଆର ବ୍ୟବହାର ସର୍ବାଗେ। ସୋସିଆଲ ମିଡିଆ ଭିତରେ ଟ୍ୱିଟର୍‌ର ଲୋକପ୍ରିୟତା ଏବେ ସବୁଠୁ ଆଗରେ।ଏହାର ବ୍ୟବହାର ଏବେ ସବୁ ବର୍ଗର ବ୍ୟକ୍ତି କରୁଛନ୍ତି। ପ୍ରଧାମମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ସେଲିବ୍ରେଟି, କ୍ରିକେଟର ଓ ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସମସ୍ତେ ଟ୍ୱିଟର୍‌ ମାଧମରେ ସାଧାରଣ ଜନତାଙ୍କ ପାଖରେ ସହଜରେ ପହଞ୍ଚି ପାରୁଛନ୍ତି। ଏହାରି ଭିତରେ ଆସନ୍ତୁ ଜାଣିବା ଶ୍ରେଷ୍ଠ ୧୦ ଜଣ ଭାରତୀୟଙ୍କୁ  ଯାହାଙ୍କର ଟ୍ୱିଟର୍‌ ଫଲୋଅର୍ସ ସଂଖ୍ୟା ସବୁଠୁ ଅଧିକ।

୧- ନରେନ୍ଦ୍ର ମୋଦି

ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ସବୁଠୁ ଲୋକପ୍ରିୟ ନେତା ଏଥିରେ ସନ୍ଦେହ ନାହିଁ। ସେ ଟ୍ୱିଟର ହେଉ କିମ୍ବା ଫେସବକୁ ତାଙ୍କର ପ୍ୟାନ୍‌ ଫଲୋଅର୍ସ ସବୁଠି ଆଗରେ। କେବଳ ଭାରତରେ ନୁହେଁ ତାଙ୍କ ଲୋକପ୍ରିୟତା ସାରା ବିଶ୍ୱରେ ବେଶ ଅଧିକ। ମୋଦିଙ୍କ ଟ୍ୱିଟର ଫଲୋଅର୍ସ ସଂଖ୍ୟା ଖୁବ୍‌ କମ ସମୟରେ ବହୁ ଆଗରେ ପହଞ୍ଚି ପାରିଛି। ମୋଦିଙ୍କ ଟ୍ୱିଟର ଫଲୋର୍ସ ସଂଖ୍ୟା ଏବେ ୩.୩କୋଟି ରହିଛି।

୨-ଅମିତାଭ ବଚ୍ଚନ

ସୁପର ଷ୍ଟାର୍‌ ଅମିତାଭ ବଚ୍ଚନ ଏହି ତାଲିକାରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ଫିଲ୍ମ ଦୁନିଆରେ ଅଦ୍ୱିତୀୟ ବ୍ୟକ୍ତି ଭାବେ ସେ ଭାରତରେ ବେଶ ଲୋକପ୍ରିୟ। ତାଙ୍କ ଟ୍ୱିଟର ଫଲୋର୍ସ ସଂଖ୍ୟା ୨.୬ କୋଟି ରହିଛି।

 

୩-ଶାହାରୁଖ ଖାନ

ତୃତୀୟ ଲୋକପ୍ରିୟ ଭାରତୀୟଙ୍କ ତାଲିକାରେ ଅଭିନେତା ଶାହାରୁଖ ଖାନ୍‌ଙ୍କ ନାଁ ଅଛି। ଅନେକ ଦିନ ଧରି ଅଭିନୟ କ୍ଷେତ୍ରରେ ସେ ବଲିଉଡରେ ନିଜକୁ ଜଣେ ସୁପରଷ୍ଟାର ଭାବେ ସାବ୍ୟସ୍ତ କରିଆସୁଛନ୍ତି। ଟ୍ୱିଟର୍‌ରେ ତାଙ୍କର ଫଲୋଅର୍ସ ସଂଖ୍ୟା ୨.୫ କୋଟି ରହିଛି।

୪-ସଲମାନ ଖାନ୍‌

ଏହି ଦବଙ୍ଗ ଖାନ ମଧ୍ୟ ନିଜ ବଳିଷ୍ଠ ଅଭିନୟ ବଳରେ ବଲିଉଡ୍‌ରେ ଛାଇ ଯାଇଛନ୍ତି। ୪ର୍ଥ ଭାରତୀୟ ଭାବେ ଏହି ତାଲିକାରେ ସେ ସ୍ଥାନ ପାଇଛନ୍ତି। ଟ୍ୱିଟରରେ ତାଙ୍କର ଫଲୋଅର୍ସ ୨.୩ କୋଟି ଅଛନ୍ତି।

୫- ଅମୀର ଖାନ୍

ନିଜର ବ୍ୟକ୍ତିତ୍ୱ ଓ ଅଭିନୟ ବଳରେ ସେ ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛନ୍ତି। ତାଙ୍କର ଟ୍ୱିଟର୍‌ ଆକାଉଣ୍ଟରେ ଫଲୋଅର୍ସ ସଂଖ୍ୟା ୨କୋଟି ରହିଛି।

୬-ଦୀପିକା ପାଦୁକୋନ

ଏହି ସୁନ୍ଦରୀ ଜଣକ ଭାରତରେ ବେଶ ଲୋକପ୍ରିୟ। ସୌନ୍ଦର୍ଯ୍ୟ ସାଙ୍ଗକୁ ଅଭିନୟ ବଳରେ ଦର୍ଶକଙ୍କୁ ସେ ବାନ୍ଧି ରଖିଛନ୍ତି। ଜଣେ ଭାରତୀୟ ମହିଳା ଭାବେ ତାଙ୍କର ସବୁଠୁ ଅଧିକ ଫଲୋଅର୍ସ ଅଛନ୍ତି। ଟ୍ୱିଟର୍‌ରେ ଦୀପିକାଙ୍କ ଫଲୋଅର୍ସ ସଂଖ୍ୟା ୧.୮କୋଟି ରହିଛି।

୭- ପିଏମଓ ଇଣ୍ଡିଆ

ଏହା ହେଉଛି ପ୍ରଧାମମନ୍ତ୍ରୀଙ୍କ ଅଫିସିଆଲ୍‌ ଟ୍ୱିଟର ଆକାଉଣ୍ଟ। ତାଲିକାରେ ଏହା ୭ମ ସ୍ଥାନରେ ରହିଛି। ଏହି ଆକାଉଣ୍ଟରେ ଟ୍ୱିଟର ଫଲୋଅର୍ସ ସଂଖ୍ୟା ୧.୮ କୋଟି ରହିଛି ।

୮-ଅକ୍ଷୟ କୁମାର

ଖିଲାଡି କୁମାର ଅକ୍ଷୟ ତାଙ୍କର ବ୍ୟକ୍ତିତ୍ୱ ଓ ଅଭିନୟ ପାଇଁ ବେଶ ଜଣାଶୁଣା। ବିଭିନ୍ନ ସମୟରେ ବିବାଦୀୟ ମନ୍ତ୍ୟବ ପାଇଁ ସେ ବେଶ ଚର୍ଚ୍ଚିତ। ଟ୍ୱିଟରରେ ତାଙ୍କ ଫଲୋଅର୍ସ ସଂଖ୍ୟା ୧.୭ କୋଟି ରହିଛି।

୯- ପ୍ରିୟଙ୍କା ଚୋପ୍ରା

ଏହି ଭାରତୀୟ ସୁନ୍ଦରୀଙ୍କ ଟ୍ୱିଟର ଫଲୋଅର୍ସ ସଂଖ୍ୟା ମଧ୍ୟ ବେଶ ଅଧିକ। ଟ୍ୱିଟରରେ ତାଙ୍କର ୧.୭ କୋଟି ଫଲୋଅର୍ସ  ରହିଛନ୍ତି।

୧୦-ହ୍ରିତିକ ରୋଶନ

ବଲିଉଡ୍‌ର ଏହି ହେଣ୍ଡସମ୍‌ ହିରୋ ଜଣକ ବେଶ ଲୋକପ୍ରିୟ। ଭାରତରେ ତାଙ୍କର ଫ୍ୟାନ୍‌ ଫଲୋଅର୍ସ ସଂଖ୍ୟା ମଧ୍ୟ କମ ନାହାଁନ୍ତି। ତାଙ୍କ ଫଲୋଅର୍ସ ସଂଖ୍ୟା ୧.୭ କୋଟି ରହିଛି।

 

 

 

 

Related story