ଆଜି ହେଉଛି ଫାଦର୍ସ ଡେ। ଜୁନ ମାସର ତୃତୀୟ ରବିବାରକୁ ଫାଦର୍ସ ଡେ ଭାବେ ପାଳନ କରାଯାଏ। ୧୯୦୯ ରେ ‘ସୁନୋରା ସ୍ମାର୍ଟ ଡଡ୍’ ନାମକ ଜଣେ ଯୁବତୀ ପ୍ରଥମ ଥର ପାଇଁ ତାଙ୍କ ବାପାଙ୍କୁ ସମ୍ମାନ ଜଣାଇବା ପାଇଁ ଫାଦର୍ସ ଡେ ପାଳନ କରିଥିଲେ। ବାପାଙ୍କୁ ଭଲ ପାଇବାର ଦିନ ଟିଏ ହେଉଛି ଫାଦର୍ସ ଡେ। ଶାସ୍ତ୍ର କହୁଛି ପିତା ଧର୍ମ ପିତା ସ୍ୱର୍ଗ, ପିତା ହିଁ ପରମ ତପ। ପିତା ହେଉଛନ୍ତି ଅନୁଶାସନ ଓ ଭଲପାଇବାର ପ୍ରତୀକ। ତାଙ୍କର ହାତ ଧରି ପିଲାଟି ବାଟ ଚାଲିବା ଜାଣିଥାଏ। କଥାରେ ଅଛି ମା ଥିଲେ ପୁଅ ସଭାରେ ହାରେନା। ଓ ବାପ ଥିଲେ ପୁଅ କାହାକୁ ଡରେନା। ପୁରାଣରେ ମଧ୍ୟ ପିତୃ ଭକ୍ତିର ଅନେକ ଦୃଷ୍ଠାନ୍ତ ରହିଛି। ପିତୃସତ୍ୟ ପାଳନ କରି ରାମ ୧୪ ବର୍ଷ ବନ ବାସ ଯାଇଥିଲେ। ଗୋଟେ ସନ୍ତାନ ପାଇଁ ପିତା ମାତା ହେଉଛନ୍ତି ଚଳନ୍ତି ଦେବତା। ତେଣୁ ସେମାନଙ୍କୁ ଭଲ ପାଇବା, ସ୍ନେହଁ ଓ ଶ୍ରଦ୍ଧା କରିବା ପାଇଁ ଏହି ଫାଦର୍ସ ଡେ ସମସ୍ତ ସନ୍ତାନ ମାନଙ୍କୁ ମେସେଜ ଦେଇଥାଏ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Special
ଆମେରିକା ଝିଅ ହେଲେ ଓଡ଼ିଆ ବୋହୂ: ବଖାଣିଲେ କେମିତି ବଦଳିଲା ଜୀବନଶୈଳୀ
ଓଡ଼ିଆ ଯୁବକଙ୍କୁ ବବାହ କରି ବେଙ୍ଗାଲୁରୁରେ ରହୁଛନ୍ତି ଆମେରିକାର ହାନ୍ନା। କହିଲେ ସବୁ ବୋହୁ ମୋ ଭଳି ଭାଗ୍ୟବତୀ ନୁହନ୍ତି।
Special
ଭୋକର ଭୂଗୋଳ ଭିତରେ ଏମାନଙ୍କ ପାଇଁ ନୂଆବର୍ଷ ଅର୍ଥ କ’ଣ?
ବାପାଙ୍କ ଦେହାନ୍ତ ପରେ ବିକାଶଙ୍କ ପାଠ ପଢାରେ ଡୋରୀ ବାନ୍ଧିଲେ। ପେଟ ଚାଖଣ୍ଡକ ପାଇଁ ସେ ଅନୁଗୋଳରେ ଏକ ଧୂପ କମ୍ପାନୀରେ କାମ କରୁଥିଲେ। ସେଠାରେ କାମ କରୁଥିବା ବେଳେ ଅଞ୍ଜଳି ପାଲ୍ଙ୍କ ସଂସ୍ପର୍ଶରେ ଆସିଥିଲେ ବିକାଶ।
Special
ବୟସ କମ୍ କିନ୍ତୁ ବୁଦ୍ଧି ପ୍ରଖର; ସପ୍ତମ ଛାତ୍ର କହୁଛି ମୁଁ ଦଶମ ପରୀକ୍ଷା ଦେବି
କେବଳ ପାଠରେ ନୁହେଁ,ଉପସ୍ଥିତ ବୁଦ୍ଧି, ସାଧାରଣ ଜ୍ଞାନ, ଆଇକ୍ୟୁ ଏବଂ ଅନ୍ୟ ସମସ୍ତ ଏକାଡେମୀକ ଆକ୍ଟିଭିଟିରେ ବି ସେ ନିଜ ବୟସର ପିଲାମାନଙ୍କୁ ବେଶ ପଛରେ ଛାଡିଯାଇଛନ୍ତି। ଜଣେ ସପ୍ତମ ଶ୍ରେଣୀ ଛାତ୍ରଙ୍କ ବୁଦ୍ଧିମତା ଦେଖି ଦଶମ ଛାତ୍ର ବି ଛାନିଆ ।
Special
କାହାକୁ ଖୋଜୁଛି ବାଘୁଣୀ ‘ଜିନ୍ନତ’? କାହିଁକି ବୁଲୁଛି ୩ ରାଜ୍ୟରେ?
ଚର୍ଚ୍ଚା ହେଉଛି, ଶିମିଳିପାଳ କୋର ଏରିଆରେ ଶିକାର କରିବା ପରେ ସାଥୀ ଖୋଜିଥିଲା ‘ଜିନ୍ନତ’। ହେଲେ ମନ ପସନ୍ଦର ସାଥୀଟିଏ ପାଇନଥିଲା। ଯେଉଁଥିପାଇଁ ଅଭୟାରଣ୍ୟ ମଝିରେ କିଛି ଦିନ ଘୂରି ବୁଲିଥିଲା।
Special
ଗାଁରୁ ପଞ୍ଚାୟତ ୨୦ କିମି; ନର୍କ ଯନ୍ତ୍ରଣା ଭୋଗୁଛନ୍ତି ଲୋକେ
ପାଦେ ପାଦେ ଜୀବନ ପ୍ରତି ବିପଦ ଥିବା ସତ୍ତ୍ୱେ ଲୋକଙ୍କୁମାନେ ଯିବା ପାଇଁ ବାଧ୍ୟ ହେଉଛନ୍ତି। କାହିଁକି ନା ପେଟର ଭୋକ ସେମାନଙ୍କ ପାଦକୁ ଜଙ୍ଗଲୀ ରାସ୍ତାରେ ଆଗକୁ ଟାଣି ନେଉଛି।