ଆଜି ଫାଦର୍ସ-ଡେ: ତ୍ୟାଗ ଓ ଭଲପାଇବାର ପ୍ରତୀକ ହେଉଛନ୍ତି ପିତା

ଆଜି ହେଉଛି ଫାଦର୍ସ ଡେ। ଜୁନ ମାସର ତୃତୀୟ ରବିବାରକୁ ଫାଦର୍ସ ଡେ ଭାବେ ପାଳନ କରାଯାଏ। ୧୯୦୯ ରେ ‘ସୁନୋରା ସ୍ମାର୍ଟ ଡଡ୍‌’ ନାମକ ଜଣେ ଯୁବତୀ ପ୍ରଥମ ଥର ପାଇଁ ତାଙ୍କ ବାପାଙ୍କୁ ସମ୍ମାନ ଜଣାଇବା ପାଇଁ ଫାଦର୍ସ ଡେ ପାଳନ କରିଥିଲେ। ବାପାଙ୍କୁ ଭଲ ପାଇବାର ଦିନ ଟିଏ ହେଉଛି ଫାଦର୍ସ ଡେ। ଶାସ୍ତ୍ର କହୁଛି ପିତା ଧର୍ମ ପିତା ସ୍ୱର୍ଗ, ପିତା ହିଁ ପରମ ତପ। ପିତା ହେଉଛନ୍ତି ଅନୁଶାସନ ଓ […]

screen-

Rakesh Mallick
  • Published: Sunday, 18 June 2017
  • , Updated: 18 June 2017, 08:03 PM IST

ଆଜି ହେଉଛି ଫାଦର୍ସ ଡେ। ଜୁନ ମାସର ତୃତୀୟ ରବିବାରକୁ ଫାଦର୍ସ ଡେ ଭାବେ ପାଳନ କରାଯାଏ। ୧୯୦୯ ରେ ‘ସୁନୋରା ସ୍ମାର୍ଟ ଡଡ୍‌’ ନାମକ ଜଣେ ଯୁବତୀ ପ୍ରଥମ ଥର ପାଇଁ ତାଙ୍କ ବାପାଙ୍କୁ ସମ୍ମାନ ଜଣାଇବା ପାଇଁ ଫାଦର୍ସ ଡେ ପାଳନ କରିଥିଲେ। ବାପାଙ୍କୁ ଭଲ ପାଇବାର ଦିନ ଟିଏ ହେଉଛି ଫାଦର୍ସ ଡେ। ଶାସ୍ତ୍ର କହୁଛି ପିତା ଧର୍ମ ପିତା ସ୍ୱର୍ଗ, ପିତା ହିଁ ପରମ ତପ। ପିତା ହେଉଛନ୍ତି ଅନୁଶାସନ ଓ ଭଲପାଇବାର ପ୍ରତୀକ। ତାଙ୍କର ହାତ ଧରି ପିଲାଟି ବାଟ ଚାଲିବା ଜାଣିଥାଏ। କଥାରେ ଅଛି ମା ଥିଲେ ପୁଅ ସଭାରେ ହାରେନା। ଓ ବାପ ଥିଲେ ପୁଅ କାହାକୁ ଡରେନା। ପୁରାଣରେ ମଧ୍ୟ ପିତୃ ଭକ୍ତିର ଅନେକ ଦୃଷ୍ଠାନ୍ତ ରହିଛି। ପିତୃସତ୍ୟ ପାଳନ କରି ରାମ ୧୪ ବର୍ଷ ବନ ବାସ ଯାଇଥିଲେ। ଗୋଟେ ସନ୍ତାନ ପାଇଁ  ପିତା ମାତା ହେଉଛନ୍ତି ଚଳନ୍ତି ଦେବତା। ତେଣୁ ସେମାନଙ୍କୁ ଭଲ ପାଇବା, ସ୍ନେହଁ ଓ ଶ୍ରଦ୍ଧା କରିବା ପାଇଁ ଏହି ଫାଦର୍ସ ଡେ ସମସ୍ତ ସନ୍ତାନ ମାନଙ୍କୁ ମେସେଜ ଦେଇଥାଏ।

Related story