ଶନି ଖୁସ୍ ତ ଜୀବନ ଖୁସ୍ : ଆସନ୍ତାକାଲି ଶନିଶ୍ଚର ଜୟନ୍ତୀ, ପଢନ୍ତୁ କେମିତି କରିବେ ପୂଜା

ବୈଶାଖ ଅମାବାସ୍ୟା ଦିନ ୧୨ଟାରେ ଭଗବାନ ଶନିଦେବ ଜନ୍ମ ହୋଇଥିବା ଆମେ ବିଶ୍ୱାସ କରୁ। ତେଣୁ ସେହି ଦିନ ଶନିଶ୍ଚର ଜୟନ୍ତୀ ରୂପେ ପାଳନ କରାଯାଇଥାଏ। ଶନି ମକର ଓ କୁମ୍ଭ ରାଶିର ସ୍ୱାମୀ ବୋଲି କୁହାଯାଇଥାଏ। ତାଙ୍କ ମହାଦଶା ୧୯ ବର୍ଷ ପର୍ଯ୍ୟନ୍ତ ରହିଥାଏ। ଶନିଙ୍କ ଆଦ୍ୟ ଦେବତା ପ୍ରଜାପତି ବ୍ରହ୍ମା ହୋଇଥିବା ବେଳେ ପ୍ରତ୍ୟାଧିଦେବତା ଯମ। ତାଙ୍କ ବର୍ଣ୍ଣ କୃଷ୍ଣ ହୋଇଥିବା ବେଳେ ବାହନ ଚିଲ। ତାଙ୍କ ରଥ ଲୁହାରେ ନିର୍ମାଣ ହୋଇଥାଏ। ୧୨ଟି […]

shani

Rakesh Mallick
  • Published: Wednesday, 24 May 2017
  • , Updated: 24 May 2017, 08:46 PM IST

ବୈଶାଖ ଅମାବାସ୍ୟା ଦିନ ୧୨ଟାରେ ଭଗବାନ ଶନିଦେବ ଜନ୍ମ ହୋଇଥିବା ଆମେ ବିଶ୍ୱାସ କରୁ। ତେଣୁ ସେହି ଦିନ ଶନିଶ୍ଚର ଜୟନ୍ତୀ ରୂପେ ପାଳନ କରାଯାଇଥାଏ। ଶନି ମକର ଓ କୁମ୍ଭ ରାଶିର ସ୍ୱାମୀ ବୋଲି କୁହାଯାଇଥାଏ। ତାଙ୍କ ମହାଦଶା ୧୯ ବର୍ଷ ପର୍ଯ୍ୟନ୍ତ ରହିଥାଏ। ଶନିଙ୍କ ଆଦ୍ୟ ଦେବତା ପ୍ରଜାପତି ବ୍ରହ୍ମା ହୋଇଥିବା ବେଳେ ପ୍ରତ୍ୟାଧିଦେବତା ଯମ। ତାଙ୍କ ବର୍ଣ୍ଣ କୃଷ୍ଣ ହୋଇଥିବା ବେଳେ ବାହନ ଚିଲ। ତାଙ୍କ ରଥ ଲୁହାରେ ନିର୍ମାଣ ହୋଇଥାଏ। ୧୨ଟି ରାଶିମାନଙ୍କ ମଧ୍ୟରୁ ସେ ଗୋଟିଏ ଗୋଟିଏ ରାଶିରେ ୩୦-୩୦ ମାସ ଯାଏଁ ରହି ଥାଆନ୍ତି। ଭଗବାନ ଶନି ସୂର୍ଯ୍ୟ ତଥା ଛାୟାଙ୍କ ପୁତ୍ର । ସାଧାରଣତଃ ଆମେ ଏହାକୁ କ୍ରୁର ଗ୍ରହ ବୋଲି ଗ୍ରହଣ କରିଥାଉ।

ଗତକାଲି ଶନିଶ୍ଚର ଜୟନ୍ତୀ ହୋଇଥିବାରୁ ଶନି ଦେବକୁ ଖୁସି କରିବା ପାଇଁ କ’ଣ କରିବେ ଆସନ୍ତୁ ଜାଣିବା

ଏହି ଦିନ ସକାଳେ ଉଠି ଶୁଦ୍ଧ ଜଳରେ ସ୍ନାନ କରନ୍ତୁ।

ଏହାପରେ ପିପଲ୍‌ ବୃକ୍ଷରେ ଜଳ ଅର୍ପଣ କରନ୍ତୁ।

ମନ୍ଦିରକୁ ଯାଇ ଲୁହାରେ ତିଆରି ହୋଇଥିବା ଶନି ଦେବତାଙ୍କ ମୂର୍ତ୍ତି ସମ୍ମୁଖରେ ମନ୍ତ୍ର ଉଚ୍ଚାରଣ କରି ମହାଭିଷେକ କରନ୍ତୁ।

ପରେ ଚାଉଳରେ ତିଆରି କରାଯାଇଥିବା ୨୪ଟି ଦଳର ପଦ୍ମ ଉପରେ ଶନି ମୂର୍ତ୍ତିକୁ ସ୍ଥାପନ କରନ୍ତୁ।

ଏହାପରେ ତେଲ, କଳା ବାନା, ଫୁଲ ଓ  ଧୂପ ଦେଇ ପୂଜା କରନ୍ତୁ।

ଯଦି ଆପଣଙ୍କ ରାଶିରେ ଶନି ଚଳନ ହେଇଛି, ତେବେ କରିବେ କ’ଣ

ଶନିଦେବଙ୍କୁ କଳାବସ୍ତ୍ର କିମ୍ୱା ଲୁହାବସ୍ତୁ ଦାନ କରନ୍ତୁ।

ଦିନ ୧୨ଟାରେ ମହାଆଳତୀ କରିବା ପରେ ପ୍ରସ୍ତୁତ ହୋଇଥିବା ପ୍ରସାଦ ସମସ୍ତଙ୍କୁ ବାଣ୍ଟନ୍ତୁ।

ପୂଜା ସରିବା ପରେ  ପିପଲ ବୃକ୍ଷର ବୃନ୍ତରେ ସୂତା ବାନ୍ଧି ୭ଥର ପରିକ୍ରମା କରନ୍ତୁ।

ମନ୍ଦିର କିମ୍ୱା ଘରେ ଶନିଙ୍କୁ ସ୍ମରଣ କରିବାକୁ ଚାହାଁନ୍ତି ତେବେ ଶନି ଚାଳିଶା ପାଠ କରନ୍ତୁ। ଏହାପରେ ଶନିଙ୍କ ଆଳତି କରନ୍ତୁ। ଶନିଦେବଙ୍କ ପୂଜା କରିବା ପୂର୍ବରୁ ହନୁମାନଙ୍କ ଆରାଧନା କଲେ ଶନିଦେବ ପ୍ରସନ୍ନ ହୋଇଥାଆନ୍ତି।

ରିପୋର୍ଟ ଓ ଫଟୋ-ୱେବ ଦୁନିଆ

Related story