ବିଦେଶ ଯାଉଛନ୍ତି ତ ଭୁଲନ୍ତୁନି ଦେଖିବାକୁ ପ୍ରକୃତିର ଏହି ଅପରୂପ ସୌନ୍ଦର୍ଯ୍ୟ

ସମୁଦ୍ର କୂଳରେ ସମୟ ବିତାଇବାକୁ ସମସ୍ତଙ୍କୁ ଭଲ ଲାଗେ। ଖାସ୍‌ କରି ସୂର୍ଯ୍ୟୋଦୟ ଓ ସୂର୍ଯ୍ୟୋସ୍ତ ଦେଖିବାର ସୁଯୋଗ କେହି ହାତଛଡା କରିବେ ନାହିଁ। କେବେ ଶୁଣିଛନ୍ତି ସମୁଦ୍ରର ପାଣିରୁ ନୀଳ ରଙ୍ଗର କିରଣ ବାହାରିବା, ଅଥବା ହଜାର ଫୁଟ ଉପରେ ବାଦଳକୁ ଚିରି ଉଦୟ ହେଉଥିବା ସୂର୍ଯ୍ୟଙ୍କ ପ୍ରଥମ କିରଣକୁ ଦେଖିବା। ଏପରି କିଛି ମନୋରମ ସ୍ଥାନ ଏ ଦୁନିଆରେ ଅଛି, ଯେଉଁଠି ଆପଣ ପ୍ରକୃତିର ମଜା ନେଇ ପାରିବେ। ଆସନ୍ତୁ ଜାଣିବା ଏମିତି କିଛି […]

finland

Rakesh Mallick
  • Published: Sunday, 24 September 2017
  • , Updated: 24 September 2017, 05:07 PM IST

ସମୁଦ୍ର କୂଳରେ ସମୟ ବିତାଇବାକୁ ସମସ୍ତଙ୍କୁ ଭଲ ଲାଗେ। ଖାସ୍‌ କରି ସୂର୍ଯ୍ୟୋଦୟ ଓ ସୂର୍ଯ୍ୟୋସ୍ତ ଦେଖିବାର ସୁଯୋଗ କେହି ହାତଛଡା କରିବେ ନାହିଁ। କେବେ ଶୁଣିଛନ୍ତି ସମୁଦ୍ରର ପାଣିରୁ ନୀଳ ରଙ୍ଗର କିରଣ ବାହାରିବା, ଅଥବା ହଜାର ଫୁଟ ଉପରେ ବାଦଳକୁ ଚିରି ଉଦୟ ହେଉଥିବା ସୂର୍ଯ୍ୟଙ୍କ ପ୍ରଥମ କିରଣକୁ ଦେଖିବା। ଏପରି କିଛି ମନୋରମ ସ୍ଥାନ ଏ ଦୁନିଆରେ ଅଛି, ଯେଉଁଠି ଆପଣ ପ୍ରକୃତିର ମଜା ନେଇ ପାରିବେ। ଆସନ୍ତୁ ଜାଣିବା ଏମିତି କିଛି ସ୍ଥାନ ବିଷୟରେ।

[caption id="attachment_167072" align="aligncenter" width="840"] ମସ୍କିଟୋ ବୋ[/caption]

ମସ୍କିଟୋ ବୋ: ପୁର୍ଟୋ ରିକୋରେ ରହିଛି ମସ୍କିଟୋ ବୋ। ଯେଉଁଠି ପାଣିରେ ଦେଖିବାକୁ ମିଳିଥାଏ ନୀଳ ରଙ୍ଗର କିରଣ। ଏହାକୁ ବାୟୋଲୁମିନେଷ୍ଟିଂ ପ୍ଲେନକୋଟ କୁହାଯାଇଥାଏ। ପୁର୍ଟୋ ରିକୋରେ ଏପରି ବହୁତ ସ୍ଥାନ ଅଛି। ହେଲେ ମସ୍କିଟୋ ବୋକୁ ୨୦୦୮ରେ ଗ୍ରିନିଜ୍‌ ବୁକ୍‌ ଅଫ୍‌ ରେକର୍ଡରେ ସ୍ଥାନ ମିଳିଥିଲା।

[caption id="attachment_167073" align="aligncenter" width="840"] ଗ୍ଲୋ ୱାର୍ମ କେବ[/caption]

ଗ୍ଲୋ ୱାର୍ମ କେବ: ନ୍ୟୁଜିଲାଣ୍ଡର ୱାଇଟୋମୋରେ ରହିଛି ଏହି ଆକର୍ଷଣୀୟ ଗୁମ୍ଫା। ଏହା ୧୫୦ ଫୁଟ ମାଟି ତଳେ ରହିଛି। ଗୁମ୍ଫାର ଛାତରେ ଆପଣଙ୍କୁ ଆକାଶରେ ଚମକିବା ଭଳି ତାରା ଦେଖିବାକୁ ମିଳିବେ। ଏଠାରେ ବହୁ ପ୍ରଜାତିର ଜୀବ ବାସ କରନ୍ତି। ଏହି ଜୀବଙ୍କ ଶରୀରର ଉର୍ଜାରୁ ଏହା ଚମକି ଥାଏ।

[caption id="attachment_167075" align="aligncenter" width="840"] ଏଣ୍ଟିଲୋପେ କେନିୟନ[/caption]

ଏଣ୍ଟିଲୋପେ କେନିୟନ: ଏରିଜୋନାର ଏଣ୍ଟିଲୋପେ କେନିୟନର ସୁନ୍ଦରତା ଦେଖିବା ଭଳି। ଆମେରିକାର ସାଉଥ ୱେଷ୍ଟରେ ଥିବା ଏହି କେନିୟନକୁ ସବୁଠାରୁ ଅଧିକ ପର୍ଯ୍ୟଟକ ଆସିଥାନ୍ତି। ଏଠାରେ ଫଟୋଗ୍ରାଫିର ମଜା ଅଲଗା। ଏଠାରେ ସୂର୍ଯ୍ୟକୀରଣ ପାହାଡ ଫାଙ୍କ ଦେଇ ମାଟିକୁ ଛୁଇଁବାର ନିଆରା ଦୃଶ୍ୟ ନିଜ ଆଖିରେ ନ ଦେଖିଲେ ଅନୁଭବ କରିବା କଷ୍ଟକର।

[caption id="attachment_167077" align="aligncenter" width="840"] ଲାୟନ୍ସ ହେଡ[/caption]

ଲାୟନ୍ସ ହେଡ: ଦକ୍ଷିଣ ଆଫ୍ରିକାର କେପ୍‌ଟାନଠାରେ ଟେବଲ ପାହାଡ ଓ ସିଗ୍ନଲ ହିଲ୍‌ ମଝିରେ ରହିଛି ଳାୟନ୍ସ ହେଡ। ଏଠାରୁ ପୁରା କେପ୍‌ଟାନ୍‌କୁ ଆପଣ ଦେଖି ପାରିବେ। ରାତିରେ ଏହି ସହର ସୁନେଲୀ କିରଣରେ ଛାଇ ହେବା ଭଳି ଦେଖାଯାଇଥାଏ। ଚନ୍ଦ୍ର କିରଣ ଏହା ଉପରେ ପଡିବା ପରେ ଏହାର ସୁନ୍ଦରତା ଆହୁରି ବଢିଯାଇଥାଏ।

[caption id="attachment_167078" align="aligncenter" width="840"] ଫିନ୍‌ଲ୍ୟାଣ୍ଡ[/caption]

ଫିନ୍‌ଲ୍ୟାଣ୍ଡ: ଫିନ୍‌ଲ୍ୟାଣ୍ଡ ବୁଲିବାକୁ ଯାଉଛନ୍ତି ତ ନର୍ଦ୍ଦର୍ନ ଲାଇଟ ନିଶ୍ଚିତ ଦେଖନ୍ତୁ। ପ୍ରକୃତିର ଏହା ଏକ ସୁନ୍ଦର ବରଦାନ। ଏହା ଓରୋରା ବୋରିଏଲିସ୍‌ ନାଁରେ ମଧ୍ୟ ଜଣାଯାଏ। ଏଠାରେ ଆପଣ ସବୁଜ ରଙ୍ଗର କିରଣ ଦେଖିବାକୁ ପାଇବେ, ଯାହା ଆକାଶରେ ଭାସମାନ ଅବସ୍ଥାରେ ଥାଆନ୍ତି।

[caption id="attachment_167079" align="aligncenter" width="840"] ସେମୋନିୟାକ ବିଚ୍‌[/caption]

ସେମୋନିୟାକ ବିଚ୍‌: ଇଣ୍ଡୋନେସିଆର ବାଲିରେ ରହିଛି ସେମୋନିୟାକ ବିଚ୍‌। ଏଠାକୁ ଯାଉଥିଲେ ଅପରାହ୍ନ ୪ଟା ପୂର୍ବରୁ ପହଞ୍ଚି ଯାଆନ୍ତୁ। କାରଣ ଏଠାରେ ସୂର୍ଯ୍ୟୋସ୍ତ ବେଳେ ଆକାଶରେ ବିଭିନ୍ନ ପ୍ରକାରର ରଙ୍ଗ ଦେଖିବାକୁ ମିଳିଥାଏ। ଏଠାରେ ପର୍ଯ୍ୟଟକମାନେ ଡିଜେ ଧୂନ୍‌ରେ ମତୁଆଲା ହୋଇଯାଇଥାନ୍ତି।

[caption id="attachment_167081" align="aligncenter" width="840"] ନିୟାଗ୍ରା ଫଲ୍ସ[/caption]

ନିୟାଗ୍ରା ଫଲ୍ସ: କାନାଡା ଓ ୟୁନାଇଟେଡ ଷ୍ଟେଟ୍‌ର ଏହା ହେଉଛି ଏକ ମନୋରମ ସ୍ଥାନ। ନିଜର ସୁନ୍ଦରତା ପାଇଁ ଏହା ସାରା ବିଶ୍ୱରେ ପ୍ରସିଦ୍ଧ।

[caption id="attachment_167082" align="aligncenter" width="840"] ସେଣ୍ଟୋରିନି[/caption]

ସେଣ୍ଟୋରିନି: ଗ୍ରିସ୍‌ର ନୀଳ ସମୁଦ୍ର କୂଳରେ ଏକ ସହର ରହିଛି, ଯାହାକୁ ସେଣ୍ଟୋରିନି କୁହାଯାଇଥାଏ। ଗ୍ରିସ୍‌ର ସବୁଠାରୁ ଉଚ୍ଚ ସ୍ଥାନରେ ଏହି ସହରଟି ରହିଛି। ନୀଳ ସମୁଦ୍ର ସହ ସହରର ସୁନ୍ଦରତା ଦେଖିବା ଭଳି। ପାହାଡ ଉପରୁ ସହରକୁ ଚାହିଁଲେ ଆଲୋକରେ ଆଚ୍ଛାଦିତ ହେବା ଭଳି ଲାଗିବ।

[caption id="attachment_167083" align="aligncenter" width="840"] ହାଲେକାଳା ନ୍ୟାସନାଲ ପାର୍କ[/caption]

ହାଲେକାଲା ନ୍ୟାସନାଲ ପାର୍କ: ହାୱାଇ ଦ୍ୱୀପର ହାଲେକାଲା ନ୍ୟାସନାଲ ପାର୍କ ଦୁନିଆରେ ଥିବା ମନୋରମ ସ୍ଥାନ ମଧ୍ୟରୁ ଗୋଟିଏ। ଏଠାରେ ଆପଣ ଯେତେ ଶୀଘ୍ର ବିଛଣା ଛାଡିବେ ଭଲ। କାରଣ ଏଠାରେ ସୂର୍ଯ୍ୟୋଦୟର ମଜା ଅଲଗା। ବାଦଲ ମଝିରେ ସୂର୍ଯ୍ୟଉଦୟର ଦୃଶ୍ୟ ଦେଖିବା ଭଳି। ଏହି ପାର୍କ ସମୁଦ୍ର ପତନଠାରୁ ୧୦ ହଜାର ଫୁଟ୍‌ ଉପରେ ରହିଛି।

[caption id="attachment_167084" align="aligncenter" width="840"] ଭେରଦନ ଗୋଗ୍‌[/caption]

ଭେରଦାନ ଗୋଗ୍‌: ଆପଣ କେବେ ନୀଳ ପାଣିର ନଦୀ ଦେଖି ନଥିବେ। ଯଦି ଦେଖି ନାହାଁନ୍ତି ତେବେ ୟୁରୋପ ବୁଲିବାକୁ ଯାଆନ୍ତୁ। ଭେରଦନ୍‌ ଗୋଗ୍‌ ୟୁରୋପ୍‌ର ନଦୀଗୁଡିକ ମଧ୍ୟରୁ ସବୁଠାରୁ ସୁନ୍ଦର। ଏହାର ପାଣି ନୀଳ ରଙ୍ଗର। ପାହାଡ ଉପରେ ଥିବା ରୋଓଗୋନ ଗାଁରୁ ନଦୀର ଦୃଶ୍ୟ ଅତ୍ୟନ୍ତ ହୃଦୟସ୍ପର୍ଶୀ।

Related story