Advertisment

‘ପୁଳା ପୁଳା ପ୍ରତିଶ୍ରୁତି ଦେଇ ଆମକୁ ଠକିଦେଲା ସରକାର’

କରଞ୍ଜିଆ(ଦୀପକ ମହନ୍ତ):“ସରକାର କହିଲେ ଭିଟାମାଟି ଛାଡ଼, କିଛି ଅଭାବ ରହିବ ନାହିଁ। ସରକାରକୁ ଭରସା କରି ଭିଟାମାଟି ଛାଡ଼ିଲୁ ।  ଶିମିଳିପାଳରୁ ଆସି ବସ୍ତିରେ ରହିଲୁ। ହେଲେ ଏବେ କେବଳ ଅଭାବରେ ବିତୁଛି ଜୀବନ । ନା ଅଛି ଜୀବୀକାର ମାଧ୍ୟମ ନା ମିଳୁଛି ମୌଲିକ ସୁବିଧା । ନାହିଁ ନାହିଁରେ ବିତି ଗଲାଣି ୨ ବର୍ଷ । ତଥାପି ଶୁଣୁନି ସରକାର । ”  ନିଜ ଛାତି ତଳେ ଦବି ରହିଥିବା କୋହକୁ ଏପରି ପ୍ରକାଶ […]

‘ପୁଳା ପୁଳା ପ୍ରତିଶ୍ରୁତି ଦେଇ ଆମକୁ ଠକିଦେଲା ସରକାର’

tribal people

Advertisment

କରଞ୍ଜିଆ(ଦୀପକ ମହନ୍ତ):“ସରକାର କହିଲେ ଭିଟାମାଟି ଛାଡ଼, କିଛି ଅଭାବ ରହିବ ନାହିଁ। ସରକାରକୁ ଭରସା କରି ଭିଟାମାଟି ଛାଡ଼ିଲୁ ।  ଶିମିଳିପାଳରୁ ଆସି ବସ୍ତିରେ ରହିଲୁ। ହେଲେ ଏବେ କେବଳ ଅଭାବରେ ବିତୁଛି ଜୀବନ । ନା ଅଛି ଜୀବୀକାର ମାଧ୍ୟମ ନା ମିଳୁଛି ମୌଲିକ ସୁବିଧା । ନାହିଁ ନାହିଁରେ ବିତି ଗଲାଣି ୨ ବର୍ଷ । ତଥାପି ଶୁଣୁନି ସରକାର । ”  ନିଜ ଛାତି ତଳେ ଦବି ରହିଥିବା କୋହକୁ ଏପରି ପ୍ରକାଶ କରିଛନ୍ତି ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକରେ ବସବାସ କରୁଥିବା ଜନଜାତି ଲୋକେ ।

Advertisment

ଏହି ଜନଜାତିର ପ୍ରାୟ ୧୧୦ ପରିବାର ଶିମିଳିପାଳ ଅଭୟାରଣ୍ୟ ଭିତରେ ବସବାସ କରୁଥିଲେ। ମାତ୍ର ସେମାନଙ୍କୁ ବାହାରକୁ ଆଣିବାକୁ ପୁଳାପୁଳା ପ୍ରତିଶ୍ରୁତି ଅଜାଡ଼ି ଦେଲେ ସରକାର। ଜଙ୍ଗଲ ସୁରକ୍ଷା ନାମରେ ଶିମିଳିପାଳ ଅଭୟାରଣ୍ୟ  ଖେଜୁରୀ ଗାଁରୁ ଏମାନଙ୍କୁ ସ୍ଥାନୀୟ ସାଲେଇବେଡାକୁ ସ୍ଥାନାନ୍ତର କରିଥିଲା ବନ ବିଭାଗ ।  ନିରୀହ, ସରଳ ଆଦିବାସୀ ଲୋକ ସରକାରଙ୍କ କଥାକୁ ବିଶ୍ୱାସ କରି ଯାଇଥିଲେ। ଏହାପରେ  ପ୍ରାୟ ୨ ବର୍ଷ ତଳେ ଠାକୁରମୁଣ୍ଡା ବ୍ଲକରେ ଏକ ବସ୍ତି କରି ଏହି ଜନଜାତିର ୧୧୦ ପରିବାରଙ୍କୁ ୨ ବର୍ଷ ହେବ ଥଇଥାନ କରାଯାଇଛି।

ଥଇଥାନ ବେଳେ ଦିଆଯାଇଥିଲା ପୁଳା ପୁଳା ପ୍ରତିଶୃତି  । ହେଲେ  ପ୍ରତିଶ୍ରୁତି ତ ଦୂରର କଥା, ଏବେ ମୌଳିକ ସୁବିଧା ସୁଯୋଗରୁ ବି ବଞ୍ଚିତ ବିସ୍ଥାପିତ ହୋଇଥିବା ପ୍ରାୟ ୧୧୦ଟି ପରିବାର । ଏପରିକି ପାଣି, ବିଜୁଳି ଓ ସଡକ ଭଳି ସୁବିଧା ସୁଯୋଗ ବି ଜୁଟିନାହିଁ  ଏମାନଙ୍କ ଭାଗ୍ୟରେ ।

Advertisment

[caption id="attachment_696567" align="aligncenter" width="650"]tribal people ଠାକୁରମୁଣ୍ଡା ବ୍ଲକରେ ଗଢ଼ି ଉଠିଥିବା ବସ୍ତି ଦୟନୀୟ ଅବସ୍ଥାରେ ପଡ଼ି ରହିଛି।[/caption]

ପ୍ରତିଶ୍ରୁତି ମୁତାବକ ଆବାସ ଯୋଜନାରେ କେବଳ ଘର ଦେଇ ନିଶ୍ଚିତ ହୋଇ ବସିଛି ବନ ବିଭାଗ । ହେଲେ ୨ ବର୍ଷ ମଧ୍ୟରେ କେଉଁଠି ଛାତ ଖସି ପଡିଲାଣି ତ ଆଉ କେଉଠି କାନ୍ଥ ଫାଟି ଆଁ  କଲାଣି । ଅପରପକ୍ଷେ, ନା ଜନଜାତି ଲୋକଙ୍କ ପାଖରେ ଅଛି ଜୀବୀକା ଉପାର୍ଜନର ମାଧ୍ୟମ ନା ମୌଳିକ ସୁବିଧା। ସେମାନେ ବସବାସ କରୁଥିବା ବସ୍ତିକୁ ରାସ୍ତା ନ ଥିବା ବେଳେ ପାନୀୟ ଜଳର ସୁବିଧା ନାହିଁ। ବଣ ଜଙ୍ଗଲ ଘେରା ଅଞ୍ଚଳରେ ବିନା ଲାଇନ୍‌ରେ କଟୁଛି ଜୀବନ । ସନ୍ଧ୍ୟା ହେଲେ ଜୀବଜନ୍ତୁ ଭୟରେ ତାଟି କବାଟ ପକାଇ ଦେଉଛନ୍ତି ଲୋକେ।

[caption id="attachment_696568" align="aligncenter" width="650"]tribal people ଠାକୁରମୁଣ୍ଡା ବ୍ଲକରେ ବସବାସ କରୁଥିବା ଜନଜାତି ଲୋକେ ।[/caption]

ଏତିକିରେ ସରିନି ଦୁଃଖ । ପରିବାର କିପରି ଚଳାଇବେ ସେହି ଚିନ୍ତା ବି ଘାରିଛି ଜନଜାତି ଲୋକଙ୍କୁ । ଥଇଥାନ ସମୟରେ ସରକାର ୧୦ ଲକ୍ଷ ଟଙ୍କା ଲେଖାଏ କ୍ଷତିପୂରଣ ରାଶି ଦେଇଥିଲେ। ଏଥିରେ ସୁଧ ବାବଦକୁ ୬ରୁ ୭ ହଜାର ମିଳିଲେ ସେଥିରେ ଆରାମରେ ପରିବାର ଚଳାଇ ପାରିବ ବୋଲି ବୁଝାଇ ବି ଦେଇଥିଲେ। ହେଲେ ଏବେ ସୁଧ ବାବଦକୁ କାହାକୁ ହଜାରେ ତ କାହାକୁ ମିଳୁଛି ୧୨ଶହ। ତେଣୁ ଏହି ଟଙ୍କାରେ କିପରି ମେଣ୍ଟିବ ପରିବାରର ଗୁଜରାଣ ସେହି ଚିନ୍ତାରେ ମୁଣ୍ଡରେ ହାତ ଦେଲେଣି ପରିବାର ଲୋକ । ଯେତିକି ମିଳୁଛି ତାହା ମଧ୍ୟ ପରିବାର ପୋଷଣ ପାଇଁ ଅଣ୍ଟୁନାହିଁ  । ଏଭଳି ଅବସ୍ଥାରେ  ଆଖପାଖ ଗାଁରେ ମୂଲ ମଧ୍ୟ ମିଳୁ ନ ଥିବାରୁ ଘାରିଛି ଜୀବନ ଜୀବିକା ଚିନ୍ତା।

ଏନେଇ ସୁମୀ ଦେହୁରୀ ନାମ୍ନୀ ବୃଦ୍ଧା କହିଛନ୍ତି, ଆମେ ଶିମିଳିପାଳ ଭିତରେ ଭଲରେ ଥିଲୁ। ଯେବେ ସରକାର କହିଲେ, ତୁମର ଅଭାବ ରହିବ ନାହିଁ, ଚାଲ ଯିବ ।  ଏବେ ଏଠାକୁ ଆସି ପଶ୍ଚାତାପ କରୁଛୁ।

[caption id="attachment_696569" align="aligncenter" width="650"]tribal people ଆଦିମ ଜନଜାତିର ଜଣେ ବୟସ୍କା ବୃଦ୍ଧା ।[/caption]

ଏନେଇ ଶମ୍ଭୁ ଦେହୁରୀ,  ବୁଧୁ ଦେହୁରୀ ଓ ବୀଣା ଦେହୁରୀ ନାମକ ୨ ବିସ୍ଥାପିତ କହିଛନ୍ତି, ଆମେ ବହୁତ ଖୁସିରେ ଥିଲୁ। ଏଠାରେ ପାଣି, ରାସ୍ତା, ଲାଇନ୍‌ କିଛି ନାହିଁ। ସୁଧ ୬, ୭ ହଜାର ଆସିବ ବୋଲି କହିଲେ। ହେଲେ ଏଠି ହଜାରେ, ୧୨ଶହ ଟଙ୍କା ମିଳୁଛି। କିପରି ଚଳିବୁ।

ସେପଟେ କରଞ୍ଜିଆ ବନଖଣ୍ଡ ଅଧିକାରୀ ଡି.ଏନ. ସାଇ କିରଣ କହିଛନ୍ତି, ସବୁ ବିଭାଗକୁ ଚିଠି କରାଯାଇଛି । କାମକୁ ତ୍ୱରାନ୍ୱିତ କରାଯାଉଛି। ଖୁବ୍‌ ଶୀଘ୍ର  ସବୁ ସମସ୍ୟାର ସମାଧାନ ହୋଇଯିବ  ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe