ଯୋଗୀଙ୍କ ଗାଈଙ୍କ ସେବା କରୁଛନ୍ତି ଦୁଇ ମୁସ୍‌ଲିମ୍ ବ୍ୟକ୍ତି

ଗୋରଖପୁର: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କର ଗୋରଖପୁରରେ ଏକ ଗୋଶାଳା ସେବା କେନ୍ଦ୍ର ଅଛି। ଗୋରଖନାଥ ମନ୍ଦିର ପରିସରରେ ମୁଖ୍ୟ ମନ୍ଦିରର ଠିକ୍ ପଛ ପାଖରେ ଅଛି ଏହି ଗୋଶାଳା।  ଏଠାରେ ବଢ଼ିଆ ବଢ଼ିଆ ୪୦୦ଟି ଗାଈ ଅଛନ୍ତି। ବିଭିନ୍ନ ପ୍ରଜାତିର ଗାଈ ଏଠାରେ ଅଛନ୍ତି। ଷଣ୍ଢ ବି ଅଛନ୍ତି। ଏମାନେ ଯୋଗୀଙ୍କର ଭାରି ପ୍ରିୟ। ନିଜ ପିଲା ଭଳି ସେମାନଙ୍କର ଦେଖାରେଖା କରନ୍ତି ସେ। ଗୋରଖପୁରରେ ଥିବା ବେଳେ ସେ ସକାଳେ ଓ ସନ୍ଧ୍ୟାରେ […]

yogicowboy

Rakesh Mallick
  • Published: Wednesday, 22 March 2017
  • , Updated: 22 March 2017, 01:53 PM IST

ଗୋରଖପୁର: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କର ଗୋରଖପୁରରେ ଏକ ଗୋଶାଳା ସେବା କେନ୍ଦ୍ର ଅଛି। ଗୋରଖନାଥ ମନ୍ଦିର ପରିସରରେ ମୁଖ୍ୟ ମନ୍ଦିରର ଠିକ୍ ପଛ ପାଖରେ ଅଛି ଏହି ଗୋଶାଳା।  ଏଠାରେ ବଢ଼ିଆ ବଢ଼ିଆ ୪୦୦ଟି ଗାଈ ଅଛନ୍ତି। ବିଭିନ୍ନ ପ୍ରଜାତିର ଗାଈ ଏଠାରେ ଅଛନ୍ତି। ଷଣ୍ଢ ବି ଅଛନ୍ତି। ଏମାନେ ଯୋଗୀଙ୍କର ଭାରି ପ୍ରିୟ। ନିଜ ପିଲା ଭଳି ସେମାନଙ୍କର ଦେଖାରେଖା କରନ୍ତି ସେ। ଗୋରଖପୁରରେ ଥିବା ବେଳେ ସେ ସକାଳେ ଓ ସନ୍ଧ୍ୟାରେ ଘଣ୍ଟାଏ ଲେଖାଏଁ ଏମାନଙ୍କ ସହ ବିତାନ୍ତି। ଯୋଗୀଙ୍କର ଏହି ଗାଈମାନଙ୍କର ଦେଖାରେଖା ପାଇଁ ଅଛନ୍ତି ଏକାଧିକ ବ୍ୟକ୍ତି। ତେବେ ଜାଣିଛନ୍ତି,  ସେମାନଙ୍କ ମଧ୍ୟରେ ଅଛନ୍ତି ଦୁଇ ଜଣ ମୁସ୍‌ଲମାନ ବ୍ୟକ୍ତି। ସେମାନେ ହେଲେ ଇନୟତୁଲ୍ଲାହ ଓ ତାଙ୍କ ପୁଅ ମାନ ମୋହମ୍ମଦ। ଏମାନଙ୍କ ବ୍ୟତୀତ ବିୟ, ପିଣ୍ଟୁ, ସୀତାରାମ ଭଳି ବ୍ୟକ୍ତି ମଧ୍ୟ ଏହି ଦାୟିତ୍ୱରେ ଅଛନ୍ତି। ଗୋଶାଳାର ମ୍ୟାନେଜର ଶିବ ଯାଦବଙ୍କ ତତ୍ତ୍ୱାବଧାନରେ ଏମାନେ କାମ କରନ୍ତି।

ଇନୟତୁଲ୍ଲାହ ଏଠାରେ ଛୁଆରୁ କାମ କରି ଆସୁଛନ୍ତି। ପୂର୍ବରୁ ସେ ମନ୍ଦିର ପରିସରରେ ଏକ କଠୋରୀରେ ରହୁଥିଲେ। ଏବେ ବୟସାଧିକ ଯୋଗୁଁ ସେ ଅଧିକ ସମୟ ଗାଁରେ ବିତାଉଛନ୍ତି।

ଏହି ଗୋଶାଳାରେ ଏବେ କ୍ଷୀର ଦେବା ଭଳି ୫୦-୬୦ ଗାଈ ଅଛନ୍ତି। ଏଠାରୁ ଉତ୍ପାଦନ ହେଉଥିବା କ୍ଷୀର ବିକ୍ରି କରାଯାଏ ନାହିଁ। ଦହି, ଘିଅ ପ୍ରସ୍ତୁତ କରାଯାଏ ଏବଂ ଯୋଗୀ ଭବନକୁ ଆସୁଥିବା ପ୍ରତ୍ୟେକ ଲୋକଙ୍କୁ ଦିଆଯାଏ।

Related story