Advertisment

‘ଇଲେକ୍ସନ ସରିଲେ ରିଲେସନ କାଟି ଦିଅନ୍ତି ନେତା’

ରେଢ଼ାଖୋଲ (ରମାନନ୍ଦ ମହାନନ୍ଦ): ସମ୍ୱଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ ଘୁଷୁରାମାଲ ପଞ୍ଚାୟତରେ ରହିଛି କମଳାନାଳି ଓ ବଡ଼ବିଲ ଗାଁ। ଏହି ଦୁଇଟି ଗାଁରେ ପ୍ରାୟ ୪୦୦ ଲୋକ ବସବାସ କରନ୍ତି। ହେଲେ ଆଜି ଯାଏଁ ଏହି ଦୁଇ ଗାଁର ଲୋକେ ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ ଓ ଗମନାଗମନ ଆଦି ସୁବିଧାରୁ ବଞ୍ଚିତ ହୋଇ ରହିଛନ୍ତି। ଇଲେକସନ୍ ସରିଲେ ଏହି  ଗାଁର ଲୋକଙ୍କ ସହ ନେତାଙ୍କ ରିଲେସନ କଟିଯାଏ ବୋଲି ଜଣେ ଗ୍ରାମବାସୀ କହିଛନ୍ତି। ଏହି ଦୁଇଟି ଗାଁରେ […]

‘ଇଲେକ୍ସନ ସରିଲେ ରିଲେସନ କାଟି ଦିଅନ୍ତି ନେତା’

redhakhol

Advertisment

ରେଢ଼ାଖୋଲ (ରମାନନ୍ଦ ମହାନନ୍ଦ): ସମ୍ୱଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ ଘୁଷୁରାମାଲ ପଞ୍ଚାୟତରେ ରହିଛି କମଳାନାଳି ଓ ବଡ଼ବିଲ ଗାଁ। ଏହି ଦୁଇଟି ଗାଁରେ ପ୍ରାୟ ୪୦୦ ଲୋକ ବସବାସ କରନ୍ତି। ହେଲେ ଆଜି ଯାଏଁ ଏହି ଦୁଇ ଗାଁର ଲୋକେ ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ ଓ ଗମନାଗମନ ଆଦି ସୁବିଧାରୁ ବଞ୍ଚିତ ହୋଇ ରହିଛନ୍ତି। ଇଲେକସନ୍ ସରିଲେ ଏହି  ଗାଁର ଲୋକଙ୍କ ସହ ନେତାଙ୍କ ରିଲେସନ କଟିଯାଏ ବୋଲି ଜଣେ ଗ୍ରାମବାସୀ କହିଛନ୍ତି।

Advertisment

ଏହି ଦୁଇଟି ଗାଁରେ ରହିଛି ପୁଳା ପୁଳା ସମସ୍ୟା। ଏହି ଦୁଇ ଗାଁ ଦେଇ ଯାଇଥିବା ଚମ୍ପାଳି ନାଳରେ ପୋଲ ନଥିବାରୁ ଗ୍ରାମବାସୀ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ନାଳ ଉପରେ ପୋଲ ନଥିବାରୁ ଗାଁକୁ ଆମ୍ବୁଲାନ୍ସ ଆସିପାରେ ନାହିଁ। ଗାଁର ଲୋକମାନେ ରୋଗୀ  ଓ ଗର୍ଭବତୀମାନଙ୍କୁ ଖଟିଆରେ ବୋହି ନାଳ ପାର ହୁଅନ୍ତି। ସେଠାରୁ ସେମାନଙ୍କୁ ଆମ୍ବୁଲାନ୍ସରେ ଡାକ୍ତରଖାନାକୁ ନିଆଯାଇଥାଏ। ବର୍ଷା ଦିନେ ସେମାନେ ଭାରି ହଇରାଣ ହୁଅନ୍ତି।

କିଛି ଦିନ ତଳେ ଗାଁକୁ ଆମ୍ବୁଲାନ୍ସ ଆସି ନପାରିବାରୁ କମଳାନାଳି ଗାଁର ଅର୍ଜୁନ ଦେହୁରୀଙ୍କ ୫ ବର୍ଷ ବୟସର ଝିଅର ମୃତ୍ୟୁ ଘଟିଥିଲା। ଅର୍ଜୁନ ଝିଅର ଜୀବନ ବଞ୍ଚାଇବାକୁ ୨ କିମି କାନ୍ଧେଇ କାନ୍ଧେଇ ଆମ୍ବୁଲାନ୍ସ ନିକଟକୁ ଆଣିଥିଲେ। ଶିଶୁଟିକୁ ଆମ୍ବୁଲାନ୍ସରେ ମେଡିକାଲକୁ ନିଆଯାଇଥିଲା। କିନ୍ତୁ ସେଠାରେ ଡାକ୍ତର ଝିଅଟିକୁ ମୃତ ଘୋଷଣା କରିଥିଲେ।

Advertisment

[caption id="attachment_688531" align="aligncenter" width="650"]redhakhol ମାଟି ରାସ୍ତାଟି ଖାଲଖମାରେ ଭର୍ତ୍ତି[/caption]

ସେହିପରି ଗାଁକୁ ଭଲ ରାସ୍ତାଟିଏ ନାହିଁ। ଯେଉଁ ମାଟି ରାସ୍ତା ଅଛି  ଖାଲଖମାରେ ଭର୍ତ୍ତି। ଫଳରେ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଇଥା’ନ୍ତି। ବର୍ଷା ଦିନରେ ଲୋକମାନେ ବହୁତ ହଇରାଣ ହୋଇଥାନ୍ତି। ନାଳରେ ପୋଲଟିଏ କରିବାକୁ ଓ ପକ୍କା ରାସ୍ତାଟିଏ ପାଇଁ ବାରମ୍ବାର ପ୍ରଶାସନ ନିକଟରେ ଗୁହାରି କଲେ ମଧ୍ୟ କିଛି ସୁଫଳ ମିଳୁ ନଥିବା ଗ୍ରାମବାସୀ କହିଛନ୍ତି।

ଏହି ଦୁଇଟି ଗାଁକୁ ପିଇବା ପାଣିର ସୁବିଧା ନାହିଁ। କମଳାନାଳି ଗାଁରେ ଗୋଟିଏ ନଳକୂପ ଅଛି। ହେଲେ ସେ ଅଚଳ ହୋଇପଡ଼ିଛି। କିନ୍ତୁ ବଡ଼ବିଲ ଗାଁରେ ଗୋଟିଏ ହେଲେ ନଳକୂପ ନାହିଁ। ତେଣୁ ଏହି ଦୁଇଟି ଗାଁର ଲୋକେ ବର୍ଷକ ବାର ମାସ କୂଅ ପାଣି ବ୍ୟବହାର କରୁଛନ୍ତି।

ଏହି ଗାଁର ପିଲାମାନଙ୍କ ପାଠପଢ଼ିବା ପାଇଁ ସ୍କୁଲ ଓ କଲେଜର ସୁବିଧାର ନାହିଁ। କମଳାନାଳି ଗାଁର ଏକ ପ୍ରାଇମେରୀ ସ୍କୁଲ ଅଛି। ଏହି ସ୍କୁଲରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଶ୍ରେଣୀ ରହିଛି। ଏହା ପରଠୁ ପିଲାମାନଙ୍କୁ ୧୨ କି.ମି ବାଟ ଘୁଷୁରାମାଲକୁ ଯିବାକୁ ପଡ଼ିଥାଏ।

ଏହି ଗାଁର ଲୋକମାନଙ୍କ ପାଇଁ ଡାକ୍ତରଖାନାର ସୁବିଧା ନାହିଁ। କାହାର ଦେହ ଖରାପ ହେଲେ ରେଢ଼ାଖୋଲ ଯିବାକୁ ପଡ଼ିଥାଏ। ଏହା ଗାଁଠୁ ୨୫ କିମି ଦୂର  ହେବ। ଏହି ଗାଁରେ ପୁଳାପୁଳା ସମସ୍ୟା ଥିଲେ ମଧ୍ୟ ଏହା ଉପରେ କାହାର ନଜର ନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।  ସମସ୍ୟା ନେଇ ବିଧାୟକ ଠାରୁ ମନ୍ତ୍ରୀ ପର୍ଯ୍ୟନ୍ତ ସମସ୍ତ ନିକଟରେ ଗୁହାରୀ କଲେ ମଧ୍ୟ କିଛି ସୁଫଳ ମିଳୁ ନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ତେଣୁ ଏଥର ନିର୍ବାଚନରେ ଭୋଟ ନ ଦେବାକୁ  ଗ୍ରାମବାସୀ ନିଷ୍ପତ୍ତି ନେଇଛନ୍ତି।

[caption id="attachment_688532" align="aligncenter" width="650"]Redhakhol ଚମ୍ପାଳି ନାଳ ପାର ହୋଇଆସୁଛନ୍ତି ଲୋକେ[/caption]

ପଞ୍ଚାୟତ ଦାୟିତ୍ୱରେ ଏହି ରାସ୍ତାଟି ରହିଛି। ଗ୍ରାମ୍ୟ ଉନ୍ନୟନ ବିଭାଗକୁ ରାସ୍ତା ହସ୍ତାନ୍ତର ହେଲେ କାମ କରାଯିବ ବୋଲି ନାକଟିଦେଉଳ ଆର.ଡି ବିଭାଗ  କନିଷ୍ଠଯନ୍ତ୍ରୀ ସୋନୁ ନାୟକ କହିଛନ୍ତି।

ଗ୍ରାମବାସୀ  ରବୀନ୍ଦ୍ର ପ୍ରଧାନ କହିଛନ୍ତି, ଏହି ଗାଁକୁ କିଛି ସୁବିଧା ନାହିଁ। ଚମ୍ପାଳି ନାଳରେ ପୋଲଟିଏ ପାଇଁ ୨୧ ବର୍ଷ ହେଲା ବିଧାୟକ ଠାରୁ ମନ୍ତ୍ରୀ ପର୍ଯ୍ୟନ୍ତ ସମସ୍ତ ନିକଟରେ ଗୁହାରୀ କଲେ ମଧ୍ୟ କେହି ଆମ କଥା ଶୁଣି ନାହାନ୍ତି।  କେବେ ଆମ ଗାଁକୁ ରାସ୍ତା ହେବ ଓ ନାଳ ଉପରେ ପୋଲ ହେବ, ଆମେ ଚାତକ ପରି ଅନାଇ ବସିଛୁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe