ବିଦେଶରୁ ଚାକିରି ଛାଡି ଆସି ତିଆରି କଲେ ଇକୋ ଭିଲେଜ୍

ବିନିକା (ଦିଲୀପ ସାହୁ): ବିଦେଶର ମୋଟା ଟଙ୍କା ଏବଂ ବିଳାସବ୍ୟସନକୁ ଛାଡ଼ି ନିଜ ମାଟିକୁ ଫେରିଆସି ମାଟିର ମଣିଷ ପାଲଟିଛନ୍ତି ଶିବାଜୀ ପଣ୍ଡା। ନିଜ ହାତରେ ତିଆରି କରିଛନ୍ତି ଇକୋ ଭିଲେଜ୍। ଯେଉଁଠି ସବୁକିଛି ଚାଲେ ପ୍ରକୃତିର ନିର୍ଦ୍ଦେଶରେ। ବିଜୁଳି ବଦଳରେ ସୌରଶକ୍ତି ଏବଂ ସାର ବଦଳରେ ଜୈବିକ ପଦ୍ଧତିରେ ଚାଷ କରି ଅନ୍ୟମାନଙ୍କ ପାଇଁ ପ୍ରେରଣା ଏବଂ ଉଦାହରଣ ପାଲଟିଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଲକ୍ଷ୍ମଣପୁର ଗାଁର ଶିବାଜୀ ପଣ୍ଡା। ଶିବାଜୀ ୧୨ ବର୍ଷ […]

s29

Tapaswini Nayak
  • Published: Sunday, 22 December 2019
  • , Updated: 23 December 2019, 09:27 AM IST

ବିନିକା (ଦିଲୀପ ସାହୁ): ବିଦେଶର ମୋଟା ଟଙ୍କା ଏବଂ ବିଳାସବ୍ୟସନକୁ ଛାଡ଼ି ନିଜ ମାଟିକୁ ଫେରିଆସି ମାଟିର ମଣିଷ ପାଲଟିଛନ୍ତି ଶିବାଜୀ ପଣ୍ଡା। ନିଜ ହାତରେ ତିଆରି କରିଛନ୍ତି ଇକୋ ଭିଲେଜ୍। ଯେଉଁଠି ସବୁକିଛି ଚାଲେ ପ୍ରକୃତିର ନିର୍ଦ୍ଦେଶରେ। ବିଜୁଳି ବଦଳରେ ସୌରଶକ୍ତି ଏବଂ ସାର ବଦଳରେ ଜୈବିକ ପଦ୍ଧତିରେ ଚାଷ କରି ଅନ୍ୟମାନଙ୍କ ପାଇଁ ପ୍ରେରଣା ଏବଂ ଉଦାହରଣ ପାଲଟିଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଲକ୍ଷ୍ମଣପୁର ଗାଁର ଶିବାଜୀ ପଣ୍ଡା।

ଶିବାଜୀ ୧୨ ବର୍ଷ ଧରି ଇଂଲଣ୍ଡର ସେନଟ୍ରାଲ ଲାଙ୍କାସିର ୟୁନିଭର୍ସିଟିରେ ବରିଷ୍ଠ ଅଧ୍ୟାପକ ଭାବେ କାମ କରୁଥିଲେ। ବିଦେଶର ମୋଟା ଟଙ୍କା ଏବଂ ବିଳାସବ୍ୟସନ ତାଙ୍କୁ ଭଲ ଲାଗି ନଥିଲା। ସେ ନିଜ ଗାଁକୁ ଫେରି ଆସିଥିଲେ। ଲକ୍ଷ୍ମଣପୁର ଗାଁର ମହାନଦୀ କୂଳରେ ଜୈବିକ ପଦ୍ଧତିରେ ଚାଷ ଆରମ୍ଭ କରିଥିଲେ। ଚାରି ଏକର ଜମିରେ ତିନିଶହରୁ ଅଧିକ ଗଛ ଲଗାଇଥିଲେ।

ରାତି ପାହିଲେ ଶିବାଜୀ ହାତରେ କୋଡି କୋଦାଳ ଧରି ଚାଷଜମିକୁ ବାହାରି ପଡ଼ିଥାନ୍ତି। କେତେବେଳେ ମାଟି ଖୋଳି ମଞ୍ଜି ପକାନ୍ତି ତ ଚାରା ପୋତନ୍ତି। ଆଉ କେତେବେଳେ ଗଛରେ ପାଣି ଦିଅନ୍ତି। ନିଜ ଛୁଆ ପରି ସେ ଗଛମାନଙ୍କର ଯତ୍ନ ନିଅନ୍ତି। ଖରା,ବର୍ଷା ଓ ଶୀତକୁ ଖାତିର ନ କରି ପ୍ରତିଦିନ ନିଜ ଜମିରେ ସେ କାମ କରିଥା’ନ୍ତି। ତିନି ବର୍ଷ ହେବ ସେ ଏହି ଜୈବିକ ପଦ୍ଧିରେ ଚାଷ କରିଆସୁଛନ୍ତି।

ଶିବାଜୀଙ୍କର ଏହି ଇକୋ ଭିଲେଜରେ ବିଜୁଳି ନୁହେଁ ବରଂ ସୌରଶକ୍ତି ବଳରେ ପଙ୍ଖା, ଫ୍ରିଜଠୁ ନେଇ ବୈଦ୍ୟୁତିକ ସାମଗ୍ରୀ ଚାଲେ। ଏହି ଇକୋ ଭିଲେଜକୁ ଦେଶବିଦେଶରୁ ଅନେକ ପର୍ଯ୍ୟଟକ ବୁଲିବାକୁ ଆସନ୍ତି ଓ ପ୍ରଶଂସା ମଧ୍ୟ କରନ୍ତି।

ଶିବାଜୀ ଜନ୍ମରୁ ମୂକ। ହେଲେ ତାଙ୍କ ମନରେ ଇଛା ଶକ୍ତି ଆଗରେ ସବୁ ପ୍ରତିବନ୍ଧକ ହାର ମାନିଛି। ସେ ନିଜର ଅକ୍ଲାନ୍ତ ପରିଶ୍ରମ, ଅତ୍ୟାଧୁନିକ କୃଷି ପ୍ରଣାଳୀ, ଜଳର ସଦୁପଯୋଗ ଓ ଜୈବିକ ଖତର ପ୍ରୟୋଗ କରି ତିଆରି କରି ପାରିଛନ୍ତି ଇକୋ ଭିଲେଜ୍। ସହରଠାରୁ ଦୂରରେ ରହି ଏଠି ତାଙ୍କୁ ବହୁତ ଶାନ୍ତି ମିଳୁଛି ବୋଲି କହିଛନ୍ତି ଶିବାଜୀ।

ଶିବାଜୀଙ୍କ ସହଯୋଗୀ ବିଶ୍ୱନାଥ ଭୋଇ କହିଛନ୍ତି, “ଏହି ଇକୋ ଭିଲେଜରେ ବିଭିନ୍ନ ପ୍ରକାର ଗଛ ଲଗାଯାଇଛି। ରସାୟନିକ ସାର ଓ ଔଷଧର ପ୍ରୟୋଗ ନ କରି ଜୈବିକ ପଦ୍ଧତିରେ ପ୍ରସ୍ତୁତ ଖତସାର ପ୍ରସ୍ତୁତ କରାଯାଇ ଏଠାରେ ଚାଷ କରାଯାଉଛି। ସରକାରଙ୍କ ପକ୍ଷରୁ କୌଣସି ସାହାଯ୍ୟ ମିଳିଲେ ଆମେ ଆଗକୁ ଆଉ କିଛି ଅଧିକ କରି ପାରିପାରିବୁ।”

Related story