ବାଃ ବାଃରେ ପୋଲିସ୍‌ ବାବୁ: ମଇଁଷିକୁ କଲେ ଗିରଫ

ନୂଆଦିଲ୍ଲୀ: ସାଧାରଣତଃ କୌଣସି ବ୍ୟକ୍ତି ଚୋରି କିମ୍ୱା ଅନ୍ୟାନ୍ୟ ଅପରାଧିକ ମାମଲାରେ ଜଡ଼ିତ ଥିଲେ ପୋଲିସ୍‌ ତାକୁ ଗିରଫ କରିଥାଏ। କିନ୍ତୁ ଆଜି ଆମେ ଆପଣଙ୍କୁ ଯାହା କହିବୁ ତାହା ଶୁଣିଲା ମାତ୍ରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ସରକାରୀ ସମ୍ପତ୍ତି ନଷ୍ଟ କରିବା ଅଭିଯୋଗରେ ପୋଲିସ୍‌ ଏକ ମଇଁଷିକୁ ଗିରଫ କରିବା ସହିତ ତା’ ନାଁରେ ମାମଲା ରୁଜୁ କରିଛି। ଘଟଣା ଘଟିଛି ଉତ୍ତରପ୍ରଦେଶର ଲଖୀମପୁର ଖୀରୀ ଜିଲ୍ଲାରେ। ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ ଜିଲ୍ଲାର ପାଲିଆରେ […]

buffaloes

Rakesh Mallick
  • Published: Friday, 12 May 2017
  • , Updated: 12 May 2017, 09:44 AM IST

ନୂଆଦିଲ୍ଲୀ: ସାଧାରଣତଃ କୌଣସି ବ୍ୟକ୍ତି ଚୋରି କିମ୍ୱା ଅନ୍ୟାନ୍ୟ ଅପରାଧିକ ମାମଲାରେ ଜଡ଼ିତ ଥିଲେ ପୋଲିସ୍‌ ତାକୁ ଗିରଫ କରିଥାଏ। କିନ୍ତୁ ଆଜି ଆମେ ଆପଣଙ୍କୁ ଯାହା କହିବୁ ତାହା ଶୁଣିଲା ମାତ୍ରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ସରକାରୀ ସମ୍ପତ୍ତି ନଷ୍ଟ କରିବା ଅଭିଯୋଗରେ ପୋଲିସ୍‌ ଏକ ମଇଁଷିକୁ ଗିରଫ କରିବା ସହିତ ତା’ ନାଁରେ ମାମଲା ରୁଜୁ କରିଛି। ଘଟଣା ଘଟିଛି ଉତ୍ତରପ୍ରଦେଶର ଲଖୀମପୁର ଖୀରୀ ଜିଲ୍ଲାରେ।

ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ ଜିଲ୍ଲାର ପାଲିଆରେ ଥିବା ବଳଦେବ ବୈଦିକ ଇଣ୍ଟର କଲେଜର ପାଚେରି ଡେଇଁ ଏହି ମଇଁଷି  ସେଠାରେ ଲାଗିଥିବା ଅନେକ ଗଛ ଖାଇ ଯାଇଥିଲା। ଏହା ଦେଖି କଲେଜ କର୍ତ୍ତୃପକ୍ଷ ୧୦୦ ନମ୍ୱରକୁ କଲ୍‌ କରି ପୋଲିସ୍‌କୁ ଖବର ଦେଇଥିଲେ। ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମଇଁଷିକୁ ଗିରଫ କରି ଥାନାକୁ ନେଇ ଯାଇଥିଲା। ଏହା ସହିତ ତା’ ବିରୋଧରେ ମାମଲା ରୁଜୁ କରିଛି।

ସୂଚନାଯୋଗ୍ୟ, ବନ ବିଭାଗ ପକ୍ଷରୁ କଲେଜ ପରିସରରେ ବୃକ୍ଷରୋପଣ କରାଯାଇଥିଲା। ତେଣୁ ସରକାରୀ ସଂପତ୍ତି ନଷ୍ଟ କରିବା ନେଇ ମଇଁଷି ନାଁରେ ମାମଲା ରୁଜୁ କରାଯାଇଛି। ଏବେ ଏହି ଘଟଣା ଉତ୍ତର ପ୍ରଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି।

ସୌଜନ୍ୟ- ଏନ୍‌ଡିଟିଭି

ଫଟୋ-ଏନ୍‌ଡିଟିଭି

Related story