ଗୋଟିଏ ରସଗୋଲା ପାଇଁ ମାରପିଟ; ଭାଙ୍ଗିଗଲା ବାହାଘର

ନୂଆଦିଲ୍ଲୀ: ଅନେକ ସମୟରେ ଆମେ ଶୁଣିଛେ ବରକନ୍ୟା ବେଦୀରେ ପହଞ୍ଚିବା ପରେ ମଧ୍ୟ ବାହାଘର ଭାଙ୍ଗି ଯାଇଛି। କେତେବେଳେ ଯୌତୁକ ପାଇଁ ବର ବେଦୀରୁ ଉଠି ଚାଲି ଯାଇଛି ତ କେବେବେଳେ ମଦୁଆ ବରକୁ ଦେଖି ଉଠି ଯାଇଛି କନ୍ୟା। ଆଉ କେତେବେଳେ କୌଣସି କଥାରୁ ବର ଓ କନ୍ୟା ପକ୍ଷ ମଧ୍ୟରେ ଝଗଡ଼ା ହୋଇ ଭାଙ୍ଗିଯାଇଛି ବାହାଘର। କିନ୍ତୁ ଉତ୍ତର ପ୍ରଦେଶର କୁରମାପୁର ଗାଁରେ କେବଳ ଗୋଟିଏ ରସଗୋଲା ପାଇଁ ଝିଅ ଘରୁ ଫେରି ଗଲା […]

rasgulla

Rakesh Mallick
  • Published: Wednesday, 19 April 2017
  • , Updated: 19 April 2017, 09:48 AM IST

ନୂଆଦିଲ୍ଲୀ: ଅନେକ ସମୟରେ ଆମେ ଶୁଣିଛେ ବରକନ୍ୟା ବେଦୀରେ ପହଞ୍ଚିବା ପରେ ମଧ୍ୟ ବାହାଘର ଭାଙ୍ଗି ଯାଇଛି। କେତେବେଳେ ଯୌତୁକ ପାଇଁ ବର ବେଦୀରୁ ଉଠି ଚାଲି ଯାଇଛି ତ କେବେବେଳେ ମଦୁଆ ବରକୁ ଦେଖି ଉଠି ଯାଇଛି କନ୍ୟା। ଆଉ କେତେବେଳେ କୌଣସି କଥାରୁ ବର ଓ କନ୍ୟା ପକ୍ଷ ମଧ୍ୟରେ ଝଗଡ଼ା ହୋଇ ଭାଙ୍ଗିଯାଇଛି ବାହାଘର। କିନ୍ତୁ ଉତ୍ତର ପ୍ରଦେଶର କୁରମାପୁର ଗାଁରେ କେବଳ ଗୋଟିଏ ରସଗୋଲା ପାଇଁ ଝିଅ ଘରୁ ଫେରି ଗଲା ବରଯାତ୍ରୀ। ଭାଙ୍ଗିଗଲା ବାହାଘର। ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ। କିନ୍ତୁ କଥାଟା ସତ।

ଏପ୍ରିଲ ୧୪ ତାରିଖ ସନ୍ଧ୍ୟାରେ ଯେତେବେଳେ ୨୫ ବର୍ଷୀୟ ଶିବ କୁମାରଙ୍କ ବରଯାତ୍ରୀ ଉନ୍ନାଓରୁ ଆସି କାନପୁରର କୁରମାପୁର ଗାଁରେ ପହଞ୍ଚିଲା ସବୁ ଠିକ୍ ଠାକ୍‌ ଥିଲା। କିନ୍ତୁ ଯେତେବେଳେ ବରଯାତ୍ରୀ ଦଳ କନ୍ୟା ଘରେ ଭୋଜି ଖାଇବାକୁ ଗଲେ କଥା ବିଗିଡ଼ି ଗଲା। ଶିବ କୁମାରଙ୍କ ମାଉସୀ ପୁଅ ଭାଇ ମନୋଜ ପ୍ଲେଟ୍‌ରେ ଦୁଇଟି ରସଗୋଲା ନେବା ଚାହିଁଲେ। କିନ୍ତୁ କନ୍ୟା ପକ୍ଷର କେହି ଜଣେ ତାଙ୍କୁ ଗୋଟିଏ ରସଗୋଲା ନେବାକୁ କହିଲେ। ଏହାକୁ ନେଇ ହେଲା ଯୁକ୍ତିତର୍କ। ତା’ପରେ କଥା ମାରପିଟ ପର୍ଯ୍ୟନ୍ତ ଗଲା। କନ୍ୟାର ବାପାଙ୍କୁ ମଧ୍ୟ ବରପକ୍ଷ ଲୋକେ ଖରାପ ଭାଷାରେ ଗାଳିଗୁଲଜ କଲେ। ଯେତେବେଳେ କନ୍ୟା ଏ ବିଷୟରେ ଜାଣିଲେ ସେ ବାହା ହେବାକୁ ସିଧା ସିଧା ମନା କରି ଦେଲେ।

ପୋଲିସ୍ ଉଭୟ ପକ୍ଷକୁ ବୁଝାଶୁଝା କରିବାକୁ ଉଦ୍ୟମ କରିଥିଲା। କିନ୍ତୁ କିଛି ଲାଭ ହେଲାନି। ତେବେ ଏହି ଘଟଣା ପରେ ଝିଅର ବାପା କହିଥିଲେ ଯେ ଯୌତୁକରେ ପୁଅ ଘର ଲୋକେ ଚାରି ଚକିଆ ଗାଡ଼ି ମାଗିଥିଲେ। ସେଥିପାଇଁ ବାହାଘର ଭାଙ୍ଗି ଗଲା। କିନ୍ତୁ ଏ ନେଇ ଥାନାରେ କୌଣସି ମାମଲା ରୁଜୁ ହୋଇନାହିଁ।

Related story