ଟ୍ରମ୍ପ୍ ଭିଲେଜ୍: ଆମେରିକା ରାଷ୍ଟ୍ରପତିଙ୍କ ନାଁରେ ନାମିତ ଭାରତର ଏକ ଗାଁ

ନୂଆଦିଲ୍ଲୀ: ଦିଲ୍ଲୀଠାରୁ ୮୦ କିଲୋମିଟର ଦୂର ହରିଆନାର ମରୋଡା ଗାଁ ଏବେ ଚର୍ଚ୍ଚାରେ। ଚର୍ଚ୍ଚା ଚାଲିଛି ଏହି ଗାଁଟିର ନାମକୁ ନେଇ। କାରଣ ଗାଁଟି ନାମ ପରିବର୍ତ୍ତନ କରି ଏବେ ଏହାକୁ ଏକ ନୂଆ ନାମ ଦିଆଯାଇଛି। ସେ ନାମ ପୁଣି ଜଣେ ପୃଥିବୀ ପ୍ରସିଦ୍ଧ ବ୍ୟକ୍ତିଙ୍କ ନାମରେ। ଗାଁର ନାମ ରଖାଯାଇଛି ‘ଟ୍ରମ୍ପ୍ ଭିଲେଜ’। ଏକ ସ୍ୱେଚ୍ଛାସେବୀ ସଂସ୍ଥା ବା ଏନଜିଓ ଗାଁଟିକୁ ପୋଷ୍ୟଗ୍ରାମ ଭାବେ ଗ୍ରହଣ କରିବା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ […]

trump-1

Rakesh Mallick
  • Published: Saturday, 24 June 2017
  • , Updated: 24 June 2017, 06:15 PM IST

ନୂଆଦିଲ୍ଲୀ: ଦିଲ୍ଲୀଠାରୁ ୮୦ କିଲୋମିଟର ଦୂର ହରିଆନାର ମରୋଡା ଗାଁ ଏବେ ଚର୍ଚ୍ଚାରେ। ଚର୍ଚ୍ଚା ଚାଲିଛି ଏହି ଗାଁଟିର ନାମକୁ ନେଇ। କାରଣ ଗାଁଟି ନାମ ପରିବର୍ତ୍ତନ କରି ଏବେ ଏହାକୁ ଏକ ନୂଆ ନାମ ଦିଆଯାଇଛି। ସେ ନାମ ପୁଣି ଜଣେ ପୃଥିବୀ ପ୍ରସିଦ୍ଧ ବ୍ୟକ୍ତିଙ୍କ ନାମରେ। ଗାଁର ନାମ ରଖାଯାଇଛି 'ଟ୍ରମ୍ପ୍ ଭିଲେଜ'। ଏକ ସ୍ୱେଚ୍ଛାସେବୀ ସଂସ୍ଥା ବା ଏନଜିଓ ଗାଁଟିକୁ ପୋଷ୍ୟଗ୍ରାମ ଭାବେ ଗ୍ରହଣ କରିବା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ଏହାକୁ ନାମକରଣ କରିଛି।

ବାସ୍ତବ ଘଟଣାଟି ହେଲା, ଭାରତରେ ସାର୍ବଜନୀକ ଶୌଚାଳୟ ବନାଉଥିବା ପ୍ରସିଦ୍ଧ ଏନଜିଓ ସୁଲଭ ଇଣ୍ଟରନ୍ୟାସନାଲ୍ ଏହି ଗାଁଟିକୁ ପୋଷ୍ୟ ଭାବେ ଗ୍ରହଣ କରିଛି। ସଂସ୍ଥା ଏହି ଗ୍ରାମରେ ଶୌଚାଳୟ ନିର୍ମାଣ କରିବା ସହ ଗାଁଟିର ନାମ ବଦଳାଇ ଦେଇଛି। ସୁଲଭ ଇଣ୍ଟରନ୍ୟାସନାଲର ପ୍ରତିଷ୍ଠାତା ବିନ୍ଦେଶ୍ୱର ପାଠକ କହିଛନ୍ତି, ସେ ଆମେରିକାରେ ଯେତେବେଳେ ଟ୍ରମ୍ପଙ୍କ ପାର୍ଟିର ଲୋକମାନଙ୍କୁ ଭେଟିଥିଲେ, ସେତେବେଳେ ଭାରତର ଗାଁ ଗୁଡିକରେ ଶୌଚାଳୟ ନିର୍ମାଣ ସହ ଏଗୁଡିକର ବିକାଶ ପାଇଁ ସାହାଯ୍ୟ କରିବାକୁ ସେ ସେମାନଙ୍କୁ ନିବେଦନ କରିଥିଲେ। ନିଶ୍ଚିତ ଆର୍ଥିକ ସହାୟତା ପାଇବା ଆଶାରେ ସେ କୌଶଳ କରି ଗାଁଟିର ନାମ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ନାମିତ କରିବାକୁ ନିଷ୍ପତ୍ତି ନେଇଥିଲେ।

ତେବେ ଏଯାଏଁ ଆମେରିକାରୁ କିଛି ସାହାଯ୍ୟ ମିଳିନି। କାରଣ କାମ ନ ଦେଖିଲେ ସେମାନେ ସାହାଯ୍ୟ ଦେବେ ନାହିଁ। ଆଶା ଅଛି ବିକାଶ ପାଇଁ ହେଉଥିବା କାମ ଦେଖିଲେ ସେମାନେ ନିଶ୍ଚୟ ସାହାଯ୍ୟର ହାତ ବଢେ଼ଇବେ।

ମରୋଡା ଗାଁର ୮୦ ପ୍ରତିଶତ ପୁରୁଷ ଓ ସ୍ତ୍ରୀ ଖୋଲାରେ ଶୌଚ କରନ୍ତି। କାରଣ ଏମାନଙ୍କ ଘରେ ଶୌଚାଳୟ ନାହିଁ। ଆର୍ଥିକ ଭାବେ ଦୁର୍ବଳ ହୋଇଥିବାରୁ ଏମାନେ ନିଜ ଘରେ ପାଇଖାନା ତିଆରି ମଧ୍ୟ କରିପାରନ୍ତି ନାହିଁ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହୁଏତ ନିଜେ ଜାଣି ନ ଥିବେ ଯେ ଭାରତରେ ତାଙ୍କ ନାମରେ ଗାଁ ଟିଏ ଅଛି ବୋଲି। ଜାଣିଲା ପରେ ହୁଏତ ସେ ଏ ଗାଁକୁ ସାହାଯ୍ୟ ପାଇଁ ସ୍ୱତଃ ଆଗେଇ ଆସିପାରନ୍ତି।

Related story