ସବୁଠୁ ସଫଳ ଆଇଏଏସ୍‌ କୋଚିଂ ସେଣ୍ଟରର ଫିସ୍ ମାତ୍ର ୧୧ଟଙ୍କା: ସଫଳ ଗୁରୁଙ୍କର ଶିଷ୍ୟ ଏବେ ନୂଆପଡାର ଜିଲ୍ଲାପାଳ

ଆଜିକାଲି ଏମିତି ବି କିଛି ଗୁରୁ ଅଛନ୍ତି ଯେ ଆର୍ଥିକ କ୍ଷେତ୍ରରେ ଦୁର୍ବଳ ଥିବା ପିଲାଙ୍କଠୁ ଖୁବ୍‌ କମ ଟଙ୍କା ନେଇ ସେମାନଙ୍କୁ କୋଚିଂ ଦେଉଛନ୍ତି।  ଏମାନଙ୍କ ମଧ୍ୟରୁ ଡଃ ମୋତିର୍‌ ରେହମାନ ଖାନ ହେଉଛନ୍ତି ଜଣେ। ପରିବାରର ଆର୍ଥିକ ସିସ୍ଥି ଭଳ ନ ଥିବାରୁ ସେ ଟ୍ୟୁସନ କରି ନିଜର ଜୀବିକା ନିର୍ବାହ କରୁଥିଲେ। ଏହି ସମୟରେ କଲେଜରେ ଜଣେ ମେଧାବୀ ପିଲା ରେହମାନଙ୍କ ପାଖକୁ କୋଚିଂ ନେବାକୁ ଆସିଥିଲେ। ପିଲାଟି ସେ ସମୟରେ ତା […]

GURU,,

Rakesh Mallick
  • Published: Sunday, 18 June 2017
  • , Updated: 18 June 2017, 05:16 PM IST

ଆଜିକାଲି ଏମିତି ବି କିଛି ଗୁରୁ ଅଛନ୍ତି ଯେ ଆର୍ଥିକ କ୍ଷେତ୍ରରେ ଦୁର୍ବଳ ଥିବା ପିଲାଙ୍କଠୁ ଖୁବ୍‌ କମ ଟଙ୍କା ନେଇ ସେମାନଙ୍କୁ କୋଚିଂ ଦେଉଛନ୍ତି।  ଏମାନଙ୍କ ମଧ୍ୟରୁ ଡଃ ମୋତିର୍‌ ରେହମାନ ଖାନ ହେଉଛନ୍ତି ଜଣେ। ପରିବାରର ଆର୍ଥିକ ସିସ୍ଥି ଭଳ ନ ଥିବାରୁ ସେ ଟ୍ୟୁସନ କରି ନିଜର ଜୀବିକା ନିର୍ବାହ କରୁଥିଲେ। ଏହି ସମୟରେ କଲେଜରେ ଜଣେ ମେଧାବୀ ପିଲା ରେହମାନଙ୍କ ପାଖକୁ କୋଚିଂ ନେବାକୁ ଆସିଥିଲେ। ପିଲାଟି ସେ ସମୟରେ ତା ବାପାଙ୍କୁ ହରାଇ ଆର୍ଥିକ ସମସ୍ୟା ଦେଇ ଗତି କରୁଥିଲେ। ରେହମାନ ସେ ପିଲାଠୁ ମାତ୍ର 11ଟଙ୍କା ରଖି ତାକୁ ପଢାଇଥିଲେ। ପରେ ସେହି ପିଲା ଆଇଏଏସ୍‌ ପାଇଥିଲେ। ତାଙ୍କ ନାଁ ସାଦିକ୍ୟୁ ଆଲାମ। ସେ ଏବେ ଓଡ଼ିଶାର ନୂଆପଡା ଜିଲ୍ଲାର ଜିଲ୍ଲାପାଳ ଭାବେ ନିଯୁକ୍ତି ପାଇଛନ୍ତି।

1994ରେ ପ୍ରଥମ ଥର ପାଇଁ ରେହମାନଙ୍କ କୋଚିଂ ଚର୍ଚ୍ଚାକୁ ଆସିଥିଲା। ଯେତବେଳେ ବିହାରର ସବଇନସ୍ପେକ୍ଟର ପୋଷ୍ଟ ପାଇଁ ବାହାରିଥିବା 4000 ପଦବୀରୁ 1100 ପିଲା ରେହମାନଙ୍କ କୋଚିଙ୍କ କ୍ଳାସରୁ ଆସିଥିଲେ। ଏହା ପରେ ବିଭିନ୍ନ ରାଜ୍ୟରୁ ପିଲା ଆସି ରେହମାନଙ୍କ କୋଚିଂ କ୍ଳାସରେ ପଢିବା ଆରମ୍ଭ କରିଥିଲେ। ରେହମାନ 11ଟଙ୍କା ରୁ 100 ଟଙ୍କା ପର୍ଯ୍ୟନ୍ତ୍ୟ ଫିସ୍‌ ରଖିଥାନ୍ତି।

Related story