ନିଜ 'କଟା ମୁଣ୍ଡ' ଧରି ରାସ୍ତାରେ ବୁଲିଲା ୨ ବର୍ଷର ଝିଅ!

ନୂଆଦିଲ୍ଲୀ: ସଡ଼କ ଉପରେ ଏକ ଦୁଇ ବର୍ଷର ଝିଅ ଯାଉଥାଏ। ଯିଏ ଦେଖୁଥାଏ, ଭୟରେ ଚିତ୍କାର କରୁଥାଏ। କାରଣ ଝିଅଟି ନିଜର କଟା ହୋଇଥିବା ମୁଣ୍ଡକୁ ହାତରେ ଧରିଥାଏ! ଏବେ ଜାଣି ପାରୁଥିବେ କେତେ ଭୟଙ୍କର ହୋଇଥିବ ଏହି ଦୃଶ୍ୟ। ଯିଏ ନିଜ ଆଖିରେ ଦେଖିଥିବେ, ସେମାନଙ୍କ ସ୍ଥିତି କ’ଣ ହୋଇଥିବ ? ସୋଶାଲ୍‌ ମିଡିଆରେ ଏହି ଭିଡିଓଟି ପୋଷ୍ଟ ହେବା ପରେ ଭାଇରାଲ୍‌ ହେବାରେ ଲାଗିଛି। ବହୁ ଲୋକ ଏଥିରେ କମେଣ୍ଟ ଦେଉଛନ୍ତି। କ୍ରିଷ୍ଟଲ୍‌ ହୱାଙ୍ଗ […]

ttt0

Jitendra Garnayak
  • Published: Friday, 02 November 2018
  • , Updated: 02 November 2018, 09:02 AM IST

ନୂଆଦିଲ୍ଲୀ: ସଡ଼କ ଉପରେ ଏକ ଦୁଇ ବର୍ଷର ଝିଅ ଯାଉଥାଏ। ଯିଏ ଦେଖୁଥାଏ, ଭୟରେ ଚିତ୍କାର କରୁଥାଏ। କାରଣ ଝିଅଟି ନିଜର କଟା ହୋଇଥିବା ମୁଣ୍ଡକୁ ହାତରେ ଧରିଥାଏ! ଏବେ ଜାଣି ପାରୁଥିବେ କେତେ ଭୟଙ୍କର ହୋଇଥିବ ଏହି ଦୃଶ୍ୟ। ଯିଏ ନିଜ ଆଖିରେ ଦେଖିଥିବେ, ସେମାନଙ୍କ ସ୍ଥିତି କ’ଣ ହୋଇଥିବ ?

ସୋଶାଲ୍‌ ମିଡିଆରେ ଏହି ଭିଡିଓଟି ପୋଷ୍ଟ ହେବା ପରେ ଭାଇରାଲ୍‌ ହେବାରେ ଲାଗିଛି। ବହୁ ଲୋକ ଏଥିରେ କମେଣ୍ଟ ଦେଉଛନ୍ତି। କ୍ରିଷ୍ଟଲ୍‌ ହୱାଙ୍ଗ ୨୮ ଅକ୍ଟୋବର ରାତିରେ ଏହି ଭିଡିଓଟି ତାଙ୍କ ଟ୍ୱିଟର୍‌ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି।

ଭିଡିଓରେ ଦେଖିବାକୁ ମିଳୁଛି ମାୟା ହୱାଙ୍ଗ ନାମକ ଏକ ୨ ବର୍ଷର ଝିଅ ନିଜ କଟା ହୋଇଥିବା ମୁଣ୍ଡକୁ ଧରି ରାସ୍ତାରେ ଚାଲୁଛି। ମାୟା ସହ ତା’ର ୬ ବର୍ଷର ଭଉଣୀ ମଧ୍ୟ ରହିଛି, ଯିଏ ହାତରେ ଏକ ଛୁରି ଧରିଛି।

 

View this post on Instagram

 

Trick or Treatin' without the pumpkin basket! ??? This video is being exclusively managed by Newsflare. For licensing queries, please contact licensing@newsflare.com.

A post shared by Krystel Hwang (@kryshteta) on

ଯିଏ ବି ମାୟାକୁ ଏ ଅବସ୍ଥାରେ ଦେଖିଥିଲେ, ଆଖି ତରାଟି ରହିଥିଲେ। ଦେହରେ ରୁମ ଟାଙ୍କୁରି ଉଠିଥିଲା ଓ ଆଖି ବଡ଼ ହୋଇଯାଇଥିଲା। ଖାଲି ସେତିକି ନୁହେଁ, କିଛି ଦର୍ଶକ ଭୟରେ ଚିତ୍କାର କରି ଘରୁ ବାହାରକୁ ପଳାଉଥିବା କ୍ରିଷ୍ଟଲଙ୍କ ପୋଷ୍ଟରେ ରି-ଟ୍ୱିଟ୍‌ କରିଛନ୍ତି। ପ୍ରଥମ ଥର ଦେଖିବା ପରେ ତ କେହି ବି ଏପରି ଦୃଶ୍ୟକୁ ସହଜରେ ଗ୍ରହଣ କରିପାରି ନଥିଲେ। ହେଲେ ପରେ ଯେତେବେଳେ ସେମାନେ ଭିଡିଓଟିକୁ ଭଲ ଭାବେ ବୁଝିଥିଲେ, ମାୟାଙ୍କ ଭୁରି ଭୁରି ପ୍ରଶଂସା କରିଥିଲେ।

ପ୍ରକୃତରେ ମାୟା ନିଜ ମୁଣ୍ଡକାଟି ହାତରେ ଧରି ନଥିଲା। ତା’ର କଷ୍ଟ୍ୟୁମ ଏମିତି ତିଆରି ହୋଇଥିଲା ଯେ, ଯିଏ ଦେଖିବ ଭାବିବ ଝିଅଟି ପ୍ରକୃତରେ ନିଜର କଟା ମୁଣ୍ଡକୁ ହାତରେ ଧରି ରାସ୍ତାରେ ବୁଲୁଛି। ଏହି ଡ୍ରେସକୁ ମାୟାର ମା’ କ୍ରିଷ୍ଟଲ୍‌ ନିଜେ ତିଆରି କରିଥିଲେ। ମାୟାକୁ ନିଜ ସ୍କୁଲରେ ବେଷ୍ଟ କଷ୍ଟ୍ୟୁମ୍‌ର ଆୱାର୍ଡ ମଧ୍ୟ ଦିଆଯାଇଛି।

କ୍ରିଷ୍ଟଲଙ୍କ କହିବା ଅନୁସାରେ ହାଲୋୱିନ୍‌ ଉତ୍ସବ ପାଳନ ଅବସରରେ ସେ ତାଙ୍କ ପିଲାମାନଙ୍କ ପାଇଁ ଭୟଙ୍କର ଡ୍ରେସ୍‌ ତିଆରି କରିବାକୁ ମନସ୍ଥ କରିଥିଲେ। ଏଥିପାଇଁ ସେ ୟୁଟ୍ୟୁବ୍‌ର ସାହାରା ନେଇଥିଲେ। ୟୁଟ୍ୟୁବ୍‌ରେ ଭିଡିଓ ଦେଖି ସେ ମାୟା ପାଇଁ ଏହି କଷ୍ଟ୍ୟୁମ୍‌ ତିଆରି କରିଥିଲେ।

ମାୟାର କଷ୍ଟ୍ୟୁମ୍‌କୁ ଲୋକେ ଏତେ ପସନ୍ଦ କରିଥିବାରୁ ଓ ସୋଶାଲ୍‌ ମିଡିଆରେ ଏହା ଭାଇରାଲ ହେଉଥିବାରୁ ସେ ବହୁତ ଖୁସି ଥିବା କ୍ରିଷ୍ଟଲ୍‌ କହିଛନ୍ତି।
ସୂଚନାଯୋଗ୍ୟ, ୨୭ ଅକ୍ଟୋବରରୁ ୪ ନଭେମ୍ବର ପର୍ଯ୍ୟନ୍ତ ପାଶ୍ଚାତ୍ୟ ଦେଶମାନଙ୍କରେ ହାଲୋୱିନ୍‌ ନାମକ ଏକ ଉତ୍ସବ ପାଳନ କରାଯାଇଥାଏ। ଏଥିରେ ଲୋକମାନେ ଭୂତ ବେଶରେ ବାହାରି ଲୋକଙ୍କୁ ଡରାଇଥାନ୍ତି। ଏହି ଅବସରରେ ମାୟା ଏହି କଷ୍ଟ୍ୟୁମ୍‌ ପିନ୍ଧି ସମସ୍ତଙ୍କୁ ଡରାଇ ଦେଇଥିଲେ।

Related story