୧୯୪୭ ଅଗଷ୍ଟ ୧୫ ତାରିଖରେ ଦେଶ ସ୍ୱାଧୀନ ହୋଇଥିଲା। ଏହି ଦିନକୁ ଆମେ ବେଶ ଧୂମଧାମରେ ପାଳନ କରି ଆସୁଛନ୍ତି। ରାତି ପାହିଲେ ଅଗଷ୍ଟ ୧୫। ଆଜି ଆମେ ସ୍ୱାଧୀନତାକୁ ନେଇ ଗୋଟେ ଗାଁ ବିଷୟରେ କହିବାକୁ ଯାଉଛି, ଯେଉଁ ଗାଁର ଲୋକେ ୫ ବର୍ଷ ଅଗରୁ ନିଜକୁ ସ୍ୱାଧୀନ ଘୋଷଣା କରି ଦେଇଥିଲେ। ଖାଲି ଘୋଷଣା କରି ନଥିଲେ ଦୃଢହସ୍ତରେ ଇଂରେଜଙ୍କୁ ମୁକାବିଲା ମଧ୍ୟ କରିଥିଲେ। ଛାତି ଫୁଲେଇ ଇଂରେଜଙ୍କ ଆଗରେ ଚାଲିଥିଲେ ଗ୍ରାମବାସୀ।
ଆମେ କହୁଛୁ କର୍ଣ୍ଣାଟକର ଶିମୋଗା ଜିଲ୍ଲାରେ ଥିବା ଇସୁଋ ଗାଁ କଥା। ୧୯୯୨ ଅଗଷ୍ଟ ୧୨ ତାରିଖରେ ଏହି ଗାଁର ଲୋକେ ନିଜକୁ ସ୍ୱାଧୀନ ଘୋଷଣା କରିଥିଲେ। ଗ୍ରାମବାସୀ ଇଂରେଜଙ୍କୁ କର ଦେବାକୁ ମନା କରିବା ସହ ପୂର୍ଣ୍ଣ ସ୍ୱରାଜ ଦାବି କରିଥିଲେ।
ସେ ଆହୁରି କହିଥିଲେ, “ଏହାପରେ ଆମ ସାହସ ବଢ଼ି ଯାଇଥିଲା ଓ ଆମେ ସବୁ କ୍ଷେତ୍ରରେ ବିରୋଧ କରିବା ଆରମ୍ଭ କରିଦେଇଥିଲୁ। ୧୯୪୨ ଡିସେମ୍ବର ୨୯ ତାରିଖରେ ସେ ଐତିହାସିକ ଦିନ ଆସିଥିଲା। ଯେଉଁଦିନ ଆମେ ଆମେ ବ୍ରିଟିସ୍ ଅଧିକାରୀଙ୍କୁ ଗାଁରେ ପଶିବାକୁ ଦେଇ ନଥିଲୁ ଓ ବୀରଭେନ୍ଦ୍ରଶ୍ୱର ମନ୍ଦିରରେ ତ୍ରିରଙ୍ଗା ଉଡାଇ ଗାଁକୁ ସ୍ୱାଧୀନ ଘୋଷଣା କରିଥିଲୁ।”
ଏପରି ସ୍ଥିତିରେ ବ୍ରିଟିସ୍ ସରକାରଙ୍କ ରାଗ ତ ନିଶ୍ଚିତ ହୋଇଥିବ। ସରକାର ମଧ୍ୟ ଗ୍ରାମବାସୀଙ୍କୁ ଦମନ କରିବାକୁ ଯୋଜନା କରିଥିଲେ। ହୁଚୁରାୟପ୍ପାଙ୍କ ମତରେ ବ୍ରିଟିସ୍ ସରକାର ବହୁ ସଂଖ୍ୟାରେ ପୋଲିସ୍ ଗାଁକୁ ପଠାଇଥିଲେ। ଦୁଇ ପକ୍ଷ ମଧ୍ୟରେ ଲଢେଇ ଆରମ୍ଭ ହୋଇଯାଇଥିଲା। ଗାଁ ଲୋକେ ଜଣେ ରେଭିନ୍ୟୁ ଅଫିସର ଓ ଜଣେ ପୋଲିସ ଅଫିସରକୁ ହତ୍ୟା କରିଥିଲେ। ଏହାପରେ ଗାଁର ପ୍ରାୟ ୫୦ ଜଣ ସ୍ୱାଧୀନତା ସଂଗ୍ରାମୀ ଜଙ୍ଗଲକୁ ପଳାଇ ଲୁଚିଥିଲେ। ହେଲେ ସେମାନଙ୍କୁ ଧରିବାକୁ ବ୍ରିଟିସ୍ ସୈନିକମାନେ ସକ୍ଷମ ହୋଇଥିଲେ। ୧୯୪୩ ମାର୍ଚ୍ଚ ୮, ୯ ଓ ୧୦ ତାରିଖରେ ଏମାନଙ୍କ ମଧ୍ୟରୁ ୫ ଜଣ ସ୍ୱାଧୀନତା ସଂଗ୍ରାମୀ ସହିଦ ହୋଇଥିଲେ। ଏହାପରେ ଆନ୍ଦୋଳନ ଆହୁରି ଉଗ୍ର ରୂପ ନେଇଥିଲା। ୫ ବର୍ଷ ପରେ ଦେଶ ସହ ଏହି ଗାଁ ମଧ୍ୟ ସ୍ୱାଧୀନ ହୋଇଥିଲା।