କଥା ଦେଇ ରିଖିଲେନି ସରକାର ! ଦଉଡ଼ିରେ ନଦୀ ପାର ହେଉଛନ୍ତି ଗାଁ ଲୋକେ

କନ୍ଧମାଳ (ଓଡ଼ିଶା ରିପୋର୍ଟର): ପଛୁଆ ତଥା ଗ୍ରାମାଞ୍ଚଳକୁ ଗମନାଗମନର ସୁବିଧା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଯୋଜନା ପରେ ଯୋଜନା କରୁଛନ୍ତି। କିନ୍ତୁ ଏସବୁ ବାସ୍ତବରେ କେତେଦୂର ସଫଳ ହେଉଛି  ତାହା ଦାରିଙ୍ଗିବାଡ଼ିର ବୁରାଙ୍ଗିଆ ଗାଁକୁ ଦେଖିଲେ ଜଣାପଡ଼େ। ଏଠାରେ ପୋଲ ନଥିବାରୁ ଗାଁ ଲୋକେ ଦଉଡ଼ିରେ ଯିବା ଆସିବା କରୁଛନ୍ତି। ପୋଲ ନିର୍ମାଣର ଦୁଇ ବର୍ଷରୁ ଅଧିକ ହେଲାଣି କିନ୍ତୁ ନିର୍ମାଣ କାମ ଏଯାଏଁ ସରିଲା ନାହିଁ। ଏଥିପାଇଁ ଜୀବନକୁ ବାଜି ଲଗାଇ […]

nadee

nadee

Rakesh Mallick
  • Published: Friday, 13 October 2017
  • Updated: 13 October 2017, 08:06 PM IST

କନ୍ଧମାଳ (ଓଡ଼ିଶା ରିପୋର୍ଟର): ପଛୁଆ ତଥା ଗ୍ରାମାଞ୍ଚଳକୁ ଗମନାଗମନର ସୁବିଧା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଯୋଜନା ପରେ ଯୋଜନା କରୁଛନ୍ତି। କିନ୍ତୁ ଏସବୁ ବାସ୍ତବରେ କେତେଦୂର ସଫଳ ହେଉଛି  ତାହା ଦାରିଙ୍ଗିବାଡ଼ିର ବୁରାଙ୍ଗିଆ ଗାଁକୁ ଦେଖିଲେ ଜଣାପଡ଼େ। ଏଠାରେ ପୋଲ ନଥିବାରୁ ଗାଁ ଲୋକେ ଦଉଡ଼ିରେ ଯିବା ଆସିବା କରୁଛନ୍ତି। ପୋଲ ନିର୍ମାଣର ଦୁଇ ବର୍ଷରୁ ଅଧିକ ହେଲାଣି କିନ୍ତୁ ନିର୍ମାଣ କାମ ଏଯାଏଁ ସରିଲା ନାହିଁ। ଏଥିପାଇଁ ଜୀବନକୁ ବାଜି ଲଗାଇ ଦଉଡ଼ିରେ ବିପଦପୂର୍ଣ୍ଣ ଅବସ୍ଥାରେ ଯିବା ଆସିବା କରୁଛନ୍ତି ଗାଁ ଲୋକେ। ଦେହ ଅସୁସ୍ଥ ହେଲେ ଭାଗ୍ୟକୁ ଆଦରି ରହିବା ଛଡ଼ା ସେମାନଙ୍କ ପାଖରେ ଅନ୍ୟ ଉପାୟ ନାହିଁ । ମୁଖ୍ୟ ରାସ୍ତାକୁ ଆସିବାକୁ ହେଲେ ଗାଁ ଲୋକଙ୍କ ନିକଟରେ ଦଉଡ଼ି ବ୍ୟାତିତ କୌଣସି ଉପାୟ ନାହିଁ। ଗାଁରେ ଏକ ନଦୀ ଅଛି, ସେଥିରେ ପାଣି କମ୍ ଥିଲେ ନଦୀ ପାର୍ ହୁଅନ୍ତି ଗାଁ ଲୋକେ। କିନ୍ତୁ ନଦୀରେ ପାଣି ଅଧିକ ହେଲେ ଏହି ଦଉଡ଼ି ରାସ୍ତା ହିଁ ଗାଁ ଲୋକଙ୍କ ପାଇଁ ଏକମାତ୍ର ସାହାଭରସା ହୋଇଯାଏ। ଗାଁର ପିଲାମାନେ ମଧ୍ୟ ଏହି ଦଉଡ଼ି ଉପରେ ବଡ଼ କଷ୍ଟରେ ଭାରାସାମ୍ୟ ରକ୍ଷାକରି ସ୍କୁଲ ଯିବାଆସିବା କରୁଛନ୍ତି। କେତେବେଳେ ବି ଦୁର୍ଘଟଣା ଘଟିଯିବ ତାହା କହି ହେବନାହିଁ।

ବୁରାଙ୍ଗିଆ ଗ୍ରାମ ପଞ୍ଚାୟତ ଜନସଂଖ୍ୟା ୫୦୦ରୁ ଅଧିକ ହେବ। ସମସ୍ତେ ପ୍ରାୟ ଦିନ ମଜୁରିଆ। ସେମାନଙ୍କ ଗମନାଗମନର ସୁବିଧା ପାଇଁ  ଗାଁ ଦେଇ ବୋହିଯାଇଥିବା ଖଡ଼ଗ ନଦୀ ଉପରେ ସେତୁ ନିର୍ମାଣ କାମ ଆରମ୍ଭ ହୋଇଥିଲା। କିନ୍ତୁ ୨ ବର୍ଷରୁ ଅଧିକ ହୋଇଗଲାଣି କିନ୍ତୁ ପୋଲ ନିର୍ମାଣ କାର୍ଯ୍ୟ ସରିଲା ନାହିଁ। ପୋଲଟି ଅଧପନ୍ତରିଆ ହୋଇ ପଡ଼ିରହିଛି। ଏ ବାବଦରେ ଦୁଇଟି ସୂଚନା ଫଳକ ଥିଲେ ମଧ୍ୟ ସେଥିରେ ଭିନ୍ନ ଭିନ୍ନ ତଥ୍ୟ ରହିଛି। କିନ୍ତୁ ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ସରକାରଙ୍କ ପାଖରେ ଏ ବାବଦରେ କୌଣସି ଖବର ନାହିଁ।

ଏହି ଗଟଣାରେ ଆର୍ ଡି ବିଭାଗର ନିର୍ବାହୀ ଯନ୍ତ୍ରୀ ବି ନୀରବ ରହୁଛନ୍ତି। ଲୋକଙ୍କୁ ଆଖିଠାର ମାରିଲା ପରି ପୋଲ କାର୍ଯ୍ୟ କରୁଥିବା ସୁପରଭାଇଜର କହିଛନ୍ତି ବର୍ଷା ଦିନ ଯୋଗୁଁ କାମ ବନ୍ଦ ରହିଛି।

ନିକଟରେ ସରକାରଙ୍କ ଦ୍ୱାରା ନିଯୁକ୍ତ ସ୍ୱତନ୍ତ୍ର ଅଧିକାରୀ ତଥା ସଚିବ ପ୍ରଦୀପ୍ତ ମହାପାତ୍ର କନ୍ଧମାଳ ଜିଲ୍ଲା ଗସ୍ତ କରିଥିଲେ। ସେଠାରେ ବିଭିନ୍ନ ଉନ୍ନୟନମୂଳକ କାମର ସମୀକ୍ଷା ମଧ୍ୟ କରିଥିଲେ। କିନ୍ତୁ ଦୁଃଖର ବିଷୟ ଏହି କି ଯେ ଲୋକେ ଦଉଡ଼ିରେ ରାସ୍ତା ପାର୍ ହେବା କଥା ଜାଣିନାହାନ୍ତି ବୋଲି ସଚିବ କହିଥିଲେ। ଉନ୍ନୟନମୂଳକ କାମର ସମୀକ୍ଷା କରି ସଚିବ ଏହି ଘଟଣା ବାବଦାରେ ଜାଣିପାରିଲେ ନାହଁ ଏହା ଅତ୍ୟନ୍ତ ପରିତାପର ବିଷୟ। ଏହି ଘଟଣା ପରେ ଚୁକ୍ତି ମୁତାବକ କାମ କରୁ ନଥିବା ଠିକାଦାରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସଚିବ ପ୍ରଦୀପ୍ତ ମହାପାତ୍ର କହିଛନ୍ତି।

https://www.youtube.com/watch?v=r8P2Vs7c_dA

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story