ମଣିଷ ନୁହେଁ ମୟୂର କରେ ସ୍ୱାଗତ: ଆସନ୍ତୁ ବୁଲିଯିବା ଏମିତି ଏକ ଗାଁ

ପାଟନା: ମୟୂର ଦେଖିବାକୁ ଯଦି ଇଚ୍ଛା ହୁଏ ଆମେ ଚିଡ଼ିଆଖାନା ଯାଇଥାଉ। କିନ୍ତୁ ବିହାରର ସହରସା ଜିଲ୍ଲାରେ ଥିବା ଆରଣ ଗାଁ ମୟୂର ପାଇଁ ପରିଚୟ ପାଇଛି। ଆଉ ଗାଁର ନାଁ ରଖା ଯାଇଛି ‘ମୟୂର ଗାଁ’। ଏହି ଗାଁକୁ ପ୍ରବେଶ କରିବା ମାତ୍ରେ ମୟୂର ସ୍ୱାଗତ କରିଥାଏ। ଏହି ଗାଁର କ୍ଷେତଠୁ ଆରମ୍ଭ କରି ସବୁଠାରେ ମୟୂର ହିଁ ଦେଖିବାକୁ ମିଳିଥାଏ। ଗାଁ ମୁଖିଆଁ ବିଶ୍ୱମ୍ୱର ଯାଦବ କହିଛନ୍ତି,“ ଏହି ଗାଁର ଅଭିନନ୍ଦନ ଯାଦବ ୧୯୮୪-୮୫ […]

peacock

Rakesh Mallick
  • Published: Thursday, 11 May 2017
  • , Updated: 11 May 2017, 03:05 PM IST

ପାଟନା: ମୟୂର ଦେଖିବାକୁ ଯଦି ଇଚ୍ଛା ହୁଏ ଆମେ ଚିଡ଼ିଆଖାନା ଯାଇଥାଉ। କିନ୍ତୁ ବିହାରର ସହରସା ଜିଲ୍ଲାରେ ଥିବା ଆରଣ ଗାଁ ମୟୂର ପାଇଁ ପରିଚୟ ପାଇଛି। ଆଉ ଗାଁର ନାଁ ରଖା ଯାଇଛି ‘ମୟୂର ଗାଁ’। ଏହି ଗାଁକୁ ପ୍ରବେଶ କରିବା ମାତ୍ରେ ମୟୂର ସ୍ୱାଗତ କରିଥାଏ। ଏହି ଗାଁର କ୍ଷେତଠୁ ଆରମ୍ଭ କରି ସବୁଠାରେ ମୟୂର ହିଁ ଦେଖିବାକୁ ମିଳିଥାଏ।

ଗାଁ ମୁଖିଆଁ ବିଶ୍ୱମ୍ୱର ଯାଦବ କହିଛନ୍ତି,“ ଏହି ଗାଁର ଅଭିନନ୍ଦନ ଯାଦବ ୧୯୮୪-୮୫ ମସିହାରେ ପଞ୍ଚାବରୁ ଦୁଇଟି ମୟୂର ଆଣିଥିଲେ। ଏହାପରେ ଏହି ଗାଁରେ ମୟୂର ସଂଖ୍ୟା ବଢ଼ିବାରେ ଲାଗିଛି। ବର୍ତ୍ତମାନ ଏହି ଗାଁରେ ୨୦୦ରୁ ୨୫୦ଟି ମୟୂର ରହିଛନ୍ତି।”

ସୌଜନ୍ୟ- ଆଜ୍‌ତକ୍‌

ଫଟୋ-ଆଜ୍‌ତକ୍‌

Related story