ନୂଆଦିଲ୍ଲୀ: ନାରୀ ସ୍ୱାଧୀନତା ଓ ନାରୀ ସଶକ୍ତିକରଣ ନେଇ ବିଶ୍ୱବ୍ୟାପୀ ନାରା ଦିଆଯାଉଛି। ଏହି ଧାରାରେ ଆଜିର ଏକବିଂଶ ଶତାବ୍ଦୀରେ ମହିଳାଙ୍କ ପ୍ରତି ମାନସିକତାର ବଦଳିଛି ସତ ହେଲେ ଏହା ଯେ, ଶତପ୍ରତିଶତ ବଦଳିଛି, ତାହା କହିହେବନି। କାରଣ ଆଜି ବି କିଛି ଏଭଳି ସାମାଜିକ କଟକଣା ଅଛି ଯାହା ନାରୀ ପ୍ରଗତିରେ ବାଧକ ସାଜୁଛି। ପ୍ରତି କ୍ଷେତ୍ରରେ ତାକୁ ଦେବାକୁ ପଡ଼ୁଛି ଅଗ୍ନି ପରୀକ୍ଷା।
ଇଣ୍ଡୋନେସିଆରେ ଏମିତି ଏକ ଅଜବ ପରମ୍ପରା ରହିଛି ଯାହା ଆପଣଙ୍କୁ ଚକିତ କରିଦେବ। ଏଠି ଜଣେ ମହିଳା ପୁଲିସ ଅଫିସର ହେବାକୁ ସ୍ୱପ୍ନ ଦେଖିଲେ ତାକୁ ତାକୁ କୁମାରୀତ୍ୱ ବା ଭର୍ଜନିଟି ପରୀକ୍ଷା ଦେବାକୁ ପଡ଼ିଥାଏ। ଖାଲି ସେତିକି ନୁହେଁ ଇଣ୍ଡୋନେସିଆରେ ପୁଲିସ ଅଫିସର ହେବାକୁ ହେଲେ ସେ ଗୋରୀ ଓ ସୁନ୍ଦରୀ ହୋଇଥିବା ଜରୁରୀ। ଭର୍ଜନିଟି ଏକ ରୁଢିବାଦୀ ଚିନ୍ତାଧାରା ଏବଂ ଏହି ପରମ୍ପରାକୁ ହଟାଇଦେବା ପାଇଁ ଅନ୍ତର୍ଜାତୀୟ ମହଲରୁ ଦାବି ହୋଇ ଆସୁଥିଲେ ମଧ୍ୟ ଏହାର ଇଣ୍ଡୋନେସିଆ ସରକାରଙ୍କ ଉପରେ କୌଣସି ପ୍ରଭାବ ପଡ଼ିନି। ପୁଲିସରେ ଭର୍ତ୍ତି ହେବା ପାଇଁ ଏଠାରେ ଭର୍ଜନିଟି ଟେଷ୍ଟର ପରମ୍ପରା ଜାରି ରହିଛି।
ଭର୍ଜନିଟି ଟେଷ୍ଟକୁ ନେଇ ଯଦିଓ ଇଣ୍ଡୋନେସିଆରେ ସେମିତି କିଛି କଡ଼ା ନିୟମ କାନୁନ ନାହିଁ ତଥାପି ଏହି ପରମ୍ପରା ସେଠାରେ ଖତମ ହୋଇ ନାହିଁ ବୋଲି ଅକ୍ଲାଣ୍ଡ ୟୁନିଭର୍ସିଟି ପକ୍ଷରୁ କୁହାଯାଇଛି। ଅକ୍ଲାଣ୍ଡ ୟୁନିଭର୍ସିଟି ପକ୍ଷରୁ କୁହାଯାଇଛି ଯେ, ଏଠାରେ ୬୦ ପ୍ରତିଶତ ପୁଲିସ ଅଧିକାରୀ ହେଉଛନ୍ତି ପୁରୁଷ। ଖାଲି ପୁଲିସ ଚାକିରୀ ପାଇଁ ନୁହେଁ, ସେ ଦେଶର ଆର୍ମିରେ ଭର୍ତ୍ତି ହେବାକୁ ମଧ୍ୟ ମହିଳାମାନଙ୍କୁ ଭର୍ଜନିଟି ଟେଷ୍ଟ ଦେବାକୁ ପଡ଼ିଥାଏ।