Advertisment

ରୀମାରାଣୀଙ୍କ ଦୁଃଖର ରାତି ପାହୁନି...

ବଲାଙ୍ଗିର (ମନରଞ୍ଜନ ଯୋଶୀ):୨୦୧୮ ଫେବୃୟାରୀ ୨୩ ତାରିଖ।  ଅଶାନ୍ତ ହୋଇଯାଇଥିଲା ଶାନ୍ତ ସହର। ପାଟଣାଗଡ଼ରେ ଘଟିଥିଲା କେହି କେବେ ସ୍ୱପ୍ନରେ ବି ଦେଖି ନଥିବା  ଘଟଣା। ସମସ୍ତେ ଜାଣି ଅବାକ ହୋଇଗଲେ। କେଉଁଠୁ ? କିଏ ? କାହିଁକି? କିପରି ଆଣିଥିଲା ପାର୍ସଲ ବୋମା ? କେହି କିଛି ଭାବି ପାରୁନଥିଲେ  କିଏ, କାହିଁକି ଉଜାଡି ଦେଲା, ନବବିବାହିତାଙ୍କ ସୁନାର ସଂସାର ? ଦୁଇଦିନର ଶଙ୍ଖା-ସିନ୍ଦୂର ସୁଖ ପରେ, ହଠାତ ଉଜୁଡ଼ିଗଲା ରୀମାରାଣୀର ସଂସାର। ଆଜି ଘଟଣାକୁ […]

ଅଦ୍ୟତନ ହୋଇଛି
ରୀମାରାଣୀଙ୍କ ଦୁଃଖର ରାତି ପାହୁନି...

5nb

Advertisment

ବଲାଙ୍ଗିର (ମନରଞ୍ଜନ ଯୋଶୀ):୨୦୧୮ ଫେବୃୟାରୀ ୨୩ ତାରିଖ।  ଅଶାନ୍ତ ହୋଇଯାଇଥିଲା ଶାନ୍ତ ସହର। ପାଟଣାଗଡ଼ରେ ଘଟିଥିଲା କେହି କେବେ ସ୍ୱପ୍ନରେ ବି ଦେଖି ନଥିବା  ଘଟଣା। ସମସ୍ତେ ଜାଣି ଅବାକ ହୋଇଗଲେ। କେଉଁଠୁ ? କିଏ ? କାହିଁକି? କିପରି ଆଣିଥିଲା ପାର୍ସଲ ବୋମା ? କେହି କିଛି ଭାବି ପାରୁନଥିଲେ  କିଏ, କାହିଁକି ଉଜାଡି ଦେଲା, ନବବିବାହିତାଙ୍କ ସୁନାର ସଂସାର ? ଦୁଇଦିନର ଶଙ୍ଖା-ସିନ୍ଦୂର ସୁଖ ପରେ, ହଠାତ ଉଜୁଡ଼ିଗଲା ରୀମାରାଣୀର ସଂସାର। ଆଜି ଘଟଣାକୁ ତିନି ବର୍ଷ ପୂରିଛି।  ପୀଡିତ ସାହୁ ପରିବାର ଆଜି ବି ପୁଅ ସୌମ୍ୟଶେଖରଙ୍କୁ ହରାଇ ଦୁଃଖ ଯନ୍ତ୍ରଣାରେ ଦିନ କଟୁଛି।

Advertisment

ନ୍ୟାୟକୁ ଅପେକ୍ଷା କରି ପତ୍ନୀ ରୀମାରାଣୀ ବି ନିରାଶ ହେଲେଣି। ତଦନ୍ତକାରୀ ସଂସ୍ଥା କ୍ରାଇମବ୍ରାଞ୍ଚ ତରଫରୁ ଚାର୍ଜସିଟ ଦାଖଲ ହୋଇଥିଲେ ମଧ୍ୟ, ଆଜିଯାଏ ପୁଞ୍ଜିଲାଲଙ୍କ ବିରୋଧରେ ଚାର୍ଜଫ୍ରେମ ହୋଇପାରିନାହିଁ  । ତେଣୁ ଆରମ୍ଭ ହୋଇନି ନ୍ୟାୟିକ ପ୍ରକ୍ରିୟା ।

ରୀମାରାଣୀ କହିଛନ୍ତି ଯେ, ସେ ବହୁତ କେୟାରିଂ ଥିଲେ। ଲଭିଂ ଥିଲେ।  ଭବିଷ୍ୟତ କ’ଣ ହେଉଛି ଜଣାପଡୁନାହିଁ। ଆଗରୁ ସ୍ୱପ୍ନ ଦେଖୁଥିଲି। ଯେହେତୁ ସ୍ୱପ୍ନ ପୂରଣ ହୋଇପାରୁନି। ସ୍ୱପ୍ନ ଦେଖିବା ଛାଡ଼ି ଦେଇଛି। ଜୀବନ ଜିଇଁବା ଭାରିକଷ୍ଟ ହେଉଛି।  କେଜାଣି କେତେଦିନ ଆଉ ଏମିତି ବିତିବ ଜୀବନ। ହେଲେ ଅପେକ୍ଷା କରିଛୁ କେବେ ନ୍ୟାୟ ମିଳିବ । ନ୍ୟାୟପାଲିକା ଉପରେ ବିଶ୍ୱାସ ଅଛି। ଏବେ ଘରେ ଶାଶୁଶ୍ୱଶୁରଙ୍କ ସହିତ ରହୁଛି। ଏକା ଏକା  ଅତିଭାଙ୍ଗିପଡିଲେ ଜଣେ ଆଉ ଜଣକୁ, ବୁଝାଇବା ଛଡ଼ା ଅନ୍ୟବାଟ ନାହିଁ ।

Advertisment

ତିନି ବର୍ଷ ହେଲା ନ୍ୟାୟ ମିଳି ନଥିବାରୁ ମୃତ ସୌମ୍ୟଶେଖରର ବାପା-ମା’ ଧୈର୍ଯ୍ୟହରା ହୋଇଗଲେଣି। ଉଭୟ କହିଛନ୍ତି ଯେ, ଏତେ ବଡ କାଣ୍ଡ ଭିଆଇ ଜଣେ ଆଜି ବି ସରକାରଙ୍କ ଠାରୁ ସସପେନ୍‌ସନ୍‌ ଆଲାଉନ୍ସ ପାଉଛି । ଜେଲ ଭିତରେ ମଜାରେ ଅଛି ଅଭିଯୁକ୍ତ । ଆମେ ଏଠି ଛଟପଟ । ତେଣୁ ପୂରା ପରିବାରର ଅନୁରୋଧ, ତୁରନ୍ତ ଅଭିଯୁକ୍ତ ପୁଞ୍ଜିଲାଲକୁ ଚାକିରୀରୁ ବହିଷ୍କାର କରାଯାଉ ଓ ନିର୍ଦ୍ଦିଷ୍ଟ ସମୟ ଭିତରେ, କେସର ଟ୍ରାଏଲ କରି ଅଭିଯୁକ୍ତକୁ କଠୋରରୁ କଠୋର ଦଣ୍ଡ ଦିଆଯାଉ।

ଅନ୍ୟପକ୍ଷରେ ପୁଞ୍ଜିଲାଲଙ୍କ ଓକିଲ କହିଛନ୍ତି, ଆଇନ ଅନୁଯାୟୀ ଯାହା କିଛି ହେଉଛି।

ପୂର୍ବରୁ ଘଟଣାର ଗୁରୁତ୍ୱ ଦୃଷ୍ଟିରୁ ମୃତ ସୌମ୍ୟଶେଖରଙ୍କ ପରିବାର ଲୋକେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ  । ତେଣୁ ଫାଷ୍ଟଟ୍ରାକ କୋର୍ଟରେ ଘଟଣାର ଟ୍ରାଏଲ ହେବା ପାଇଁ ନିର୍ଦ୍ଦେଶ ଦେଇଥିଲେ ସରକାର।  କିନ୍ତୁ ବାଧକ ସାଜିଲା ହାଇକୋର୍ଟ ବେଞ୍ଚ ପାଇଁ ଓକିଲଙ୍କ ୧୭ ମାସର ଆନ୍ଦୋଳନ ଓ କରୋନା ।  ଏସବୁ ବାଦ୍‌  ପୁଞ୍ଜିଲାଲ ଓ ତାଙ୍କ ଓକିଲ ନିର୍ଦ୍ଧାରିତ ସମୟରେ ବିଭିନ୍ନ ବାହାନା କରି କୋର୍ଟରେ ହାଜର ହେଉନଥିବା ଅଭିଯୋଗ କରିଛନ୍ତି ସରକାରୀ ଓକିଲ । 

ଆସନ୍ତାକାଲି  ଏସ୍.ଡି.ଜେ.ଏମ ପାଟଣାଗଡ ପାଖରେ ତାରିଖ ଥିବାରୁ, ଚାର୍ଜଫ୍ରେମ ହୋଇପାରେ ବୋଲି ଆଶା କରିଛନ୍ତି ସରକାରୀ ଓକିଲ ।  କିନ୍ତୁ ପୁଞ୍ଜିଲାଲଙ୍କ ଓକିଲଙ୍କ ଭିନ୍ନ ଯୁକ୍ତି । କେସ କପି ମଗାଯାଉଥିଲେ ବି ଦିଆଯାଉନାହିଁ।  ଏପରିକି ତଦନ୍ତକାରୀ ସଂସ୍ଥା କ୍ରାଇମବ୍ରାଞ୍ଚ କହିଥିବା ସି.ସି.ଟିଭିର କୌଣସି ଫୁଟେଜ ତାଙ୍କୁ ଦେଖାଯାଉନାହିଁ  । ତେଣୁ ତଦନ୍ତ ତଥ୍ୟ ନପାଇ, କେମିତି ପକ୍ଷ ରଖାଯାଇପାରିବ ବୋଲି ଓଲଟା ଅଭିଯୋଗ ଆଣିଛନ୍ତି ପୁଞ୍ଜିଲାଲଙ୍କ ଓକିଲ।  ପକ୍ଷ ପ୍ରତିପକ୍ଷର ଟଣାଓଟରା ଭିତରେ, ଚାର୍ଜସିଟ ଦାଖଲ ହୋଇଥିଲେ ବି ଘଟଣାର ତିନିବର୍ଷ ପରେ ଚାର୍ଜଫ୍ରେମ ହୋଇପାରିନାହିଁ ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe