ରାତି ଅଧରେ ଘରେ ପଶିଲା ଚୋର, ଛୁରୀ ଦେଖାଇ ଯାହା ମାଗିଲା, ଶୁଣିଲେ ନ ହସି ରହିପାରିବେନି

ବଦଳୁଥିବା ସମୟ ସହିତ ଲୋକଙ୍କ ଅଭ୍ୟାସ ଓ ଆବଶ୍ୟକତା ମଧ୍ୟ ବଦଳିବାରେ ଲାଗିଛି। ପୂର୍ବରୁ  ଯଦି କାହା ଘରେ ଚୋରି ହେଉଥିଲା, ତେବେ ଚୋର ଘରମାଲିକ ଶୋଇଥିବା ବେଳେ, ତାଙ୍କ ଘରୁ ଟଙ୍କା ପଇସା ସବୁ ଲୁଟି ନେଉଥିଲା। କିନ୍ତୁ ଏବେ ଚୋରି କରିବାର ଶୈଳୀରେ ବି ପରିବର୍ତ୍ତନ ହୋଇଛି। ନିକଟରେ ଏମିତି ଏକ ଅଜବ ଚୋରି ଘଟଣା ସାମ୍ନାକୁ ଆସିଛି, ଯାହା ଜାଣିଲେ, ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ଏଥିରେ ଚୋର ପୂରା ଅସ୍ତ୍ରଶସ୍ତ୍ର ସହ […]

thief to

Ordigital Desk
  • Published: Friday, 03 August 2018
  • , Updated: 03 August 2018, 05:31 PM IST

ବଦଳୁଥିବା ସମୟ ସହିତ ଲୋକଙ୍କ ଅଭ୍ୟାସ ଓ ଆବଶ୍ୟକତା ମଧ୍ୟ ବଦଳିବାରେ ଲାଗିଛି। ପୂର୍ବରୁ  ଯଦି କାହା ଘରେ ଚୋରି ହେଉଥିଲା, ତେବେ ଚୋର ଘରମାଲିକ ଶୋଇଥିବା ବେଳେ, ତାଙ୍କ ଘରୁ ଟଙ୍କା ପଇସା ସବୁ ଲୁଟି ନେଉଥିଲା। କିନ୍ତୁ ଏବେ ଚୋରି କରିବାର ଶୈଳୀରେ ବି ପରିବର୍ତ୍ତନ ହୋଇଛି। ନିକଟରେ ଏମିତି ଏକ ଅଜବ ଚୋରି ଘଟଣା ସାମ୍ନାକୁ ଆସିଛି, ଯାହା ଜାଣିଲେ, ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ।

ଏଥିରେ ଚୋର ପୂରା ଅସ୍ତ୍ରଶସ୍ତ୍ର ସହ ରାତି ଅଧରେ ଜଣେ ବ୍ୟକ୍ତିଙ୍କ ଘରେ ପଶୁଛି, ଓ ସିଧା ଯାଇ ଘର ମାଲିକଙ୍କୁ ନିଦରୁ ଉଠାଉଛି। ଆଉ ତା'ପରେ ସେ ଯାହା ମାଗୁଛି, ତାହା ଶୁଣିଲେ ଆପଣ ନ ହସି ରହିପାରିବେ ନାହିଁ। ତେବେ ସମ୍ପୂର୍ଣ୍ଣ ଘଟଣାଟି କ'ଣ ଆସନ୍ତୁ ଜାଣିବା।

କାର୍ଲିଫର୍ନିଆରେ ଘଟିଛି ଏଭଳି ଘଟଣା। ଚୋରଟି ରାତି ଅଧରେ ଘରେ ପଶିବା ପରେ ଛୁରୀ ଧରି ଘରମାଲିକଙ୍କୁ ଡରାଇବାକୁ ଲାଗିଲା। ଆଉ ଚୁପ୍‌ଚାପ୍‌ ଘରର ୱାଇଫାଇ ପାସ୍‌ୱାର୍ଡ୍‌ କହିଦିଅ ବୋଲି ଧମକାଇଲା। ଘରମାଲିକ ମଧ୍ୟ ଭୟଭୀତ ହୋଇ ୱାଇଫାଇ ପାସ୍‌ୱାର୍ଡ୍‌ ଦେଇଦେଲେ। ଏହି ଘଟଣାରେ ସ୍ଥାନୀୟ ପୁଲିସ୍‌ ସେହି ବ୍ୟକ୍ତିଙ୍କୁ ଗିରଫ କରି ଧମକଚମକ ଦେଇ ତାକୁ ଛାଡ଼ି ଦେଇଥିଲେ।

କଥାଟା ଉଚ୍ଚପଦାଧିକାରୀଙ୍କ କାନକୁ ଗଲା ପରେ ଚୋରକୁ ପୁଣିଥରେ ଗିରଫ୍‌ କରାଗଲା। ପଚରାଉଚରା କରିବାରୁ ଚୋରଟି କହିଥିଲା ଯେ, ଫୋନ୍‌ରେ ଡାଟା ସରିଯିବାରୁ ତା'ର ଟେନ୍‌ସନ୍‌ ବଢଯ।ଇଥିଲା। କିଛି ବୁଦ୍ଧିବାଟ ନ ପାଇ ରାତି ଅଧିରେ ପାସ୍‌ୱାର୍ଡ୍‌ ଚୋରି କରିବାକୁ ସେ ଏଭଳି କାମ କରିଥିଲା। କିନ୍ତୁ କୋର୍ଟ ଏହି ଘଟଣାକୁ ଗମ୍ଭୀରତାର ସହ ନେଇ ଚୋରଟିକୁ ଜେଲ୍‌ ପଠାଇ ଦେଇଛନ୍ତି।

Related story