ଜୀବନରେଖାର ୫ଟି ରହସ୍ୟ: ଜାଣନ୍ତୁ ଆପଣଙ୍କଠାରୁ କେତେ ଦୂରରେ ଅଛି ମୃତ୍ୟୁ

ଆମ ଜୀବନରେ ଜ୍ୟୋତିଷ ଶାସ୍ତ୍ରର ମହତ୍ୱ ଖୁବ୍ ଅଧିକ। ବିଶେଷକରି ଭାରତୀୟ ସଂସ୍କୃତି ଏହାରି ଉପରେ ହିଁ ପର୍ଯ୍ୟବଶିତ। ଜ୍ୟୋତିଷ ବିଦ୍ୟା ସାହାରାରେ ହିଁ ଆଜି ବି ଭାରତୀୟମାନେ ଘରେ ପାଳୁଥିବା ସବୁ କାମର ଶୁଭ ମୁହୂର୍ତ୍ତ ବାହାର କରାଯାଇଥାଏ। ଏହା କହିବାର ଅର୍ଥ ହେଲା, ଜ୍ୟୋତିଷ ଶାସ୍ତ୍ର କେବେବି ଫାଙ୍କିବା ପରି ବିଦ୍ୟା ନୁହେଁ। ଏକ ବିଜ୍ଞାନ ଉପରେ ଏହା ପ୍ରସ୍ତୁତ ହୋଇଛି। ହାତର ରେଖା ଦେଖି ଜ୍ୟୋତିଷ ଶାସ୍ତ୍ରିବିତ୍ ଠିକ୍ ଠିକ୍ କହିଦେଇ ପାରନ୍ତି, […]

Ordigital Desk
  • Published: Tuesday, 26 September 2017
  • , Updated: 27 September 2017, 06:03 AM IST

ଆମ ଜୀବନରେ ଜ୍ୟୋତିଷ ଶାସ୍ତ୍ରର ମହତ୍ୱ ଖୁବ୍ ଅଧିକ। ବିଶେଷକରି ଭାରତୀୟ ସଂସ୍କୃତି ଏହାରି ଉପରେ ହିଁ ପର୍ଯ୍ୟବଶିତ। ଜ୍ୟୋତିଷ ବିଦ୍ୟା ସାହାରାରେ ହିଁ ଆଜି ବି ଭାରତୀୟମାନେ ଘରେ ପାଳୁଥିବା ସବୁ କାମର ଶୁଭ ମୁହୂର୍ତ୍ତ ବାହାର କରାଯାଇଥାଏ। ଏହା କହିବାର ଅର୍ଥ ହେଲା, ଜ୍ୟୋତିଷ ଶାସ୍ତ୍ର କେବେବି ଫାଙ୍କିବା ପରି ବିଦ୍ୟା ନୁହେଁ। ଏକ ବିଜ୍ଞାନ ଉପରେ ଏହା ପ୍ରସ୍ତୁତ ହୋଇଛି। ହାତର ରେଖା ଦେଖି ଜ୍ୟୋତିଷ ଶାସ୍ତ୍ରିବିତ୍ ଠିକ୍ ଠିକ୍ କହିଦେଇ ପାରନ୍ତି, କେମିତି ଥିଲା ଆପଣଙ୍କ ପିଛିଲା ଦିନ ଓ କେମିତି ହେବ ଆପଣଙ୍କ ଭବିଷ୍ୟତ। ଆପଣଙ୍କ ଚରିତ୍ର ଓ ସ୍ୱଭାବର ଚିହ୍ନ ବି ଅଛି ଆମ ଶରୀରରେ। ଆମ ହାତରେ ଥିବା ରେଖା ଗୁଡ଼ିକ ଖୁବ୍ ଗୁରୁତ୍ୱପୂର୍ଣ୍ଣ। କିନ୍ତୁ ଏହା ଭିତରେ ସବୁଠାରୁ ମହତ୍ୱପୂର୍ଣ୍ଣ ହେଲା ଜୀବନରେଖା। କାରଣ ଜୀବନ ଥିଲେ ହିଁ ସବୁ ରହିବ।

ଆସନ୍ତୁ ଜାଣିବା କ'ଣ କହୁଛି ଆପଣଙ୍କ ଜୀବନରେଖା

୧: ଯଦି କୌଣସି ବ୍ୟକ୍ତିଙ୍କ ହାତରେ କୌଣସି ରେଖା ଚନ୍ଦ୍ର ପର୍ବତ ରେଖା ଦେଇ ତାଙ୍କ ଜୀବନରେଖା ସହ ମିଶୁଛି, ତେବେ ମୃତ୍ୟୁ ବେଳେ ଉକ୍ତ ବ୍ୟକ୍ତିଙ୍କର ପ୍ରଚୁର ଧନପ୍ରାପ୍ତି ହେବ। କିନ୍ତୁ ମୃତ୍ୟୁ ତାଙ୍କ ଘରଠାରୁ ବହୁ ଦୂରରେ ବୋଲି ବିଚାର କରିବାକୁ ହେବ। ତେଣୁ ଭୟ କରିବାର ବିଶେଷ କାରଣ ନାହିଁ।

୨: ଯଦି ଆପଣଙ୍କ ହାତର ଜୀବନରେଖା କିଛି ଛୋଟ ରେଖା ଦେଇ ଉପରକୁ ଯାଉଛି, ତେବେ ଆପଣ ଯେତିକି ପରିଶ୍ରମ କରୁଛନ୍ତି ତାଠାରୁ ଅଧିକ ଫଳ ମିଳିବ।

୩: ଯଦି ଆପଣଙ୍କ ଜୀବନରେଖା ଭାଗ ଭାଗ ହୋଇ କିଛି ଅଂଶରେ ପରିଣତ ହୋଇଛି, ତେବେ ଏଥିରେ ଭୟ କରିବାର କିଛି କାରଣ ନାହିଁ। କାରଣ ଏହା ଆପଣଙ୍କ ମୃତ୍ୟୁର ସଙ୍କେତ ନୁହେଁ। ବାସ୍ତବରେ ଏହା ସୂଚେଇ ଦେଉଛି ଯେ, ଆପଣ ସ୍ୱାସ୍ଥ୍ୟଗତ କାରଣରୁ କିମ୍ବା ଅନ୍ୟ କିଛି କାରଣରୁ ଅଧିକ କଷ୍ଟ ପାଇପାରନ୍ତି।

୪: ଯେଉଁ ବ୍ୟକ୍ତିଙ୍କର ଜୀବନରେଖା ଭାଗ ଭାଗ ହୋଇଥିବ ବା ମଝିରେ କଟି କଟି ଯାଇଥିବ, ଜ୍ୟୋତିଷ ଶାସ୍ତ୍ର କହୁଛି, ସେ ବ୍ୟକ୍ତି ଆର୍ଥିକ ଭାବେ ଦୁର୍ବଳ ରହିବେ। କାରଣ ତାଙ୍କ ଜୀବନରେଖା ସୂଚେଇ ଦେଇଥାଏ ଯେ, ତାଙ୍କ ଜୀବନରେ ସ୍ୱାସ୍ଥ୍ୟଗତ କିମ୍ବା ଅନ୍ୟ କିଛି କାରଣରୁ ବହୁତ ପ୍ରତିବନ୍ଧକ ଆସିବ। ଫଳରେ ସେ ଅଧିକ କାମ କରିବାକୁ ବା ରୋଜଗାର କରିବାକୁ ସକ୍ଷମ ହେବେନାହିଁ।

୫: ଯେଉଁ ବ୍ୟକ୍ତିଙ୍କ ଜୀବନରେଖାରେ ଯବରେଖାର ଚିହ୍ନ ଥିବ, ତାଙ୍କ ଜୀବନ ଟିକିଏ ଦୁଃଖଦାୟକ ବୋଲି ଜ୍ୟୋତିଷଶାସ୍ତ୍ର କହୁଛି। ଯଦି ଏହି ଯବ ଚିହ୍ନଟି ତାଙ୍କ ଜୀବନରେଖା ଭିତରେ ଥିବ, ତେବେ ତାଙ୍କର ପେଟ ବେମାରୀ ଦେଖାଦେଇ ପାରେ।

Related story