ଘରେ ସ୍ତ୍ରୀ ନଥିଲେ କେଉଁ ୮ଟି କାମ କରିବାକୁ ପସନ୍ଦ କରିଥାନ୍ତି ସ୍ୱାମୀମାନେ

ଛୁଟି ହେଲେ ପୁରୁଷମାନେ ନିଜ ପତ୍ନୀ ବା ପ୍ରେମିକାଙ୍କ ସହ ସମୟ ବିତେଇବାକୁ ଭଲ ପାଆନ୍ତି। କିନ୍ତୁ କୁହାଯାଏ, ସଂପର୍କ ପୁରୁଣା ହେବାପରେ, ସ୍ୱାମୀ ସ୍ତ୍ରୀ ପରସ୍ପର ପାଇଁ ଟିକିଏ ସ୍ପେଶ୍ ଖୋଜନ୍ତି । ଅର୍ଥାତ୍ ସମୟ ପାଇଲେ ନିଜ ମନ ପସନ୍ଦର କିଛି ଋଚି ପୂରଣ କରିବାକୁ ଚାହାଁନ୍ତି। ସ୍ତ୍ରୀ ବା ପ୍ରେମିକା ପାଖରେ ନ ଥିଲେ, ପୁରୁଷଟିଏ ଯେଉଁକିଛି କାମ ପ୍ରଥମେ କରିବାକୁ ପସନ୍ଦ କରେ, ସେଗୁଡ଼ିକ କ’ଣ ଜାଣନ୍ତି ଆପଣ। ମନୋବିଜ୍ଞାନୀମାନେ ଏମିତିକା […]

backstreet-boys

Rakesh Mallick
  • Published: Wednesday, 14 June 2017
  • , Updated: 14 June 2017, 06:01 PM IST

ଛୁଟି ହେଲେ ପୁରୁଷମାନେ ନିଜ ପତ୍ନୀ ବା ପ୍ରେମିକାଙ୍କ ସହ ସମୟ ବିତେଇବାକୁ ଭଲ ପାଆନ୍ତି। କିନ୍ତୁ କୁହାଯାଏ, ସଂପର୍କ ପୁରୁଣା ହେବାପରେ, ସ୍ୱାମୀ ସ୍ତ୍ରୀ ପରସ୍ପର ପାଇଁ ଟିକିଏ ସ୍ପେଶ୍ ଖୋଜନ୍ତି । ଅର୍ଥାତ୍ ସମୟ ପାଇଲେ ନିଜ ମନ ପସନ୍ଦର କିଛି ଋଚି ପୂରଣ କରିବାକୁ ଚାହାଁନ୍ତି। ସ୍ତ୍ରୀ ବା ପ୍ରେମିକା ପାଖରେ ନ ଥିଲେ, ପୁରୁଷଟିଏ ଯେଉଁକିଛି କାମ ପ୍ରଥମେ କରିବାକୁ ପସନ୍ଦ କରେ, ସେଗୁଡ଼ିକ କ’ଣ ଜାଣନ୍ତି ଆପଣ। ମନୋବିଜ୍ଞାନୀମାନେ ଏମିତିକା ୮ଟି କାମର ତାଲିକା କରିଛନ୍ତି, ଯାହା ପୁରୁଷମାନେ ନିଜ ପତ୍ନୀ କିମ୍ବା ପ୍ରେମିକା ପାଖରେ ନ ଥିଲା ବେଳେ, କରିବାକୁ ପସନ୍ଦ କରିଥାନ୍ତି। ଆସନ୍ତୁ ଜାଣିବା ସେ ୮ଟି ବିଷୟ କ’ଣ।

୧. ଘଣ୍ଟା ଘଣ୍ଟା ଭିଡିଓ ଗେମ୍‌ ଖେଳି ସମୟ କାଟନ୍ତି

୨. ସାଙ୍ଗମାନଙ୍କୁ ଘରକୁ ଡାକି ମିଳିମିଶି ଟିଭିରେ କ୍ରିକେଟ୍ ମ୍ୟାଚ୍ ଦେଖନ୍ତି ଓ ଭୋଜିଭାତ କରି ମଉଜ କରନ୍ତି

୩. କେହିକେହି ରୁମ୍‌ରେ ଲାଇଟ୍‌ ଲିଭାଇ ନିଜେ କିଛି ଭଲ ଖିଆପିଆର ଆୟୋଜନ କରିଥାନ୍ତି ଓ ଦିନଟା ପୂରା ଟିଭିରେ ଫିଲ୍ମ କିମ୍ବା ସିରିଆଲ ଦେଖି ବିତେଇଥାନ୍ତି

୪. ଅଫିସ୍‌ରୁ ଛୁଟି ନେଇ ସାଙ୍ଗଙ୍କ ସହ କୁଆଡ଼େ ହେଲେ ବୁଲିବାକୁ ଯାଆନ୍ତି

୫. ସାଙ୍ଗମାନଙ୍କ ସହ ବସିବସି ଗୁଲିଖଟି କରିଥାନ୍ତି। ଲଙ୍ଗ୍ ଡ୍ରାଇଭ୍‌ରେ ଯିବାକୁ ମଧ୍ୟ କିଛି ପସନ୍ଦ କରିଥାନ୍ତି

୬. ଅନେକେ ପତ୍ନୀଙ୍କ ଅନୁପସ୍ଥିତିରେ ନିଶାପାଣିର ବନ୍ଦୋବସ୍ତ କରିଥାନ୍ତି, କେବେକେବେ ସାଙ୍ଗଙ୍କ ସହ, କେବେକେବେ ଏକା

୭. କେହିକେହି ଘରେ ଅଧିକ ସାଉଣ୍ଡରେ ମ୍ୟୁଜିକ୍‌ ବଜାଇ ସାଙ୍ଗଙ୍କ ସହ ଡ୍ୟାନ୍ସ କରିଥାନ୍ତି

୮. କେହିକେହି ସାଙ୍ଗଙ୍କ ସହ କଲେଜ ଦିନର ଗାର୍ଲଫ୍ରେଣ୍ଡ ବିଷୟରେ କଥା ହେବାକୁ ଭଲ ପାଆନ୍ତି

Related story