ହ୍ୱାଟସ୍ ଆପ୍ ବ୍ୟବହାରକାରୀଙ୍କ ପାଇଁ ଖୁସି ଖବର। ସୋସିଆଲ ମିଡିଆକୁ ଅଧିକ ଗତିଶୀଳ କରିବା ପାଇଁ ହ୍ୱାଟସ୍ ଆପ୍ ଯୋଡିଛି ନୂଆ ଫିଚର। ଏଣିକି ଯେକୌଣସି ଫର୍ମାଟର ଫାଇଲକୁ ହ୍ୱାଟସ୍ ଆପ୍ ରେ ପଠାଇ ହେବ। ଆଗରୁ ଏହି ସୁବିଧା ନ ଥିଲା। କେବଳ ପିଡିଏଫ୍ ଏବଂ ଡକ୍ ଫର୍ମାଟର ଫାଇଲକୁ ପଠା ଯାଉଥିଲା। ଏବେ ଏହାର ପରିସରକୁ ବ୍ୟାପକ କରାଯାଇଛି। ଏଥିପାଇଁ ଆପଣଙ୍କୁ ଥାର୍ଡ ପାର୍ଟି ଆପକୁ ବ୍ୟବହାର କରିବାକୁ ପଡିବ। ଫାଇଲ ମ୍ୟାନେଜରକୁ ଯାଇ ଯେଉଁ ଫାଇଲକୁ ପଠାଇବାକୁ ଚାହୁଁଛନ୍ତି ତାକୁ ସେଣ୍ଡ ଏନି ଫାଇଲକୁ ପଠାଇବେ। ଫଳରେ ଫାଇଲ୍ ଯେଉଁ ଫର୍ମାଟରେ ଥିଲେ ମଧ୍ୟ ଏହା କନଭର୍ଟ ହୋଇଯିବ। ଏବଂ ଏହାପରେ ଆପଣ ଫାଇଲଟିକୁ ଯାହା ପାଖକୁ ପଠାଇବାକୁ ଚାହୁଁଛନ୍ତି, ତାଙ୍କୁ ପଠାଇ ପାରିବେ। ଏହି ସୁବିଧା ବର୍ତ୍ତମାନ ଆଣ୍ଡ୍ରଏଡ୍ ସେଟ ଏବଂ ଆଇଫୋନ ପାଇଁ ଉପଲବ୍ଧ।