କେଉଁଠି ଖରା ଛୁଟି କାଟନ୍ତି ଭାରତର ବଡ଼ ବ୍ୟବସାୟୀ?

ସାଧାରଣ ଲୋକେ ଖରାଛୁଟି ମନାଇବା ପାଇଁ ଦେଶର ହିଲ୍‌ଷ୍ଟେସନ୍‌ ବା ଶୈଳନିବାସ ଗୁଡ଼ିକୁ ଯାଆନ୍ତି। କିନ୍ତୁ ଜାଣିଛନ୍ତି କି ଭାରତର ଆରବପତି ବ୍ୟବସାୟୀମାନେ ଖରାଛୁଟି ମନାଇବା ପାଇଁ କେଉଁଠାକୁ ଯାଆନ୍ତି? ତା’ହେଲେ ଆସନ୍ତୁ ଜାଣିବା…. ମୁକେଶ ଅମ୍ବାନୀ ରିଲାଏନ୍ସ ମୁଖ୍ୟ ମୁକେଶ ଅମ୍ବାନୀଙ୍କର ଦକ୍ଷିଣ ଆଫ୍ରିକାର କ୍ରୁଗର ନ୍ୟାସନାଲ ପାର୍କ ବହୁତ ପସନ୍ଦ। ଅନେକ ଥର ମୁକେଶ ନିଜର ପରିବାର ସହ ସେଠାରେ ଖରା ଛୁଟି ମନାଇ ସାରିଛନ୍ତି। ରାହୁଲ ବଜାଜ୍ ବଜାଜ ଅଟୋର ମାଲିକ ରାହୁଲ […]

bidinessman...

Rakesh Mallick
  • Published: Sunday, 21 May 2017
  • , Updated: 21 May 2017, 02:58 PM IST

ସାଧାରଣ ଲୋକେ ଖରାଛୁଟି ମନାଇବା ପାଇଁ ଦେଶର ହିଲ୍‌ଷ୍ଟେସନ୍‌ ବା ଶୈଳନିବାସ ଗୁଡ଼ିକୁ ଯାଆନ୍ତି। କିନ୍ତୁ ଜାଣିଛନ୍ତି କି ଭାରତର ଆରବପତି ବ୍ୟବସାୟୀମାନେ ଖରାଛୁଟି ମନାଇବା ପାଇଁ କେଉଁଠାକୁ ଯାଆନ୍ତି? ତା’ହେଲେ ଆସନ୍ତୁ ଜାଣିବା....

ମୁକେଶ ଅମ୍ବାନୀ

ରିଲାଏନ୍ସ ମୁଖ୍ୟ ମୁକେଶ ଅମ୍ବାନୀଙ୍କର ଦକ୍ଷିଣ ଆଫ୍ରିକାର କ୍ରୁଗର ନ୍ୟାସନାଲ ପାର୍କ ବହୁତ ପସନ୍ଦ। ଅନେକ ଥର ମୁକେଶ ନିଜର ପରିବାର ସହ ସେଠାରେ ଖରା ଛୁଟି ମନାଇ ସାରିଛନ୍ତି।

ରାହୁଲ ବଜାଜ୍

ବଜାଜ ଅଟୋର ମାଲିକ ରାହୁଲ ବଜାଜ ଖରାଛୁଟି ସୁଇଜରଲ୍ୟାଣ୍ଡରେ ମନାଇବା ପାଇଁ ଭଲ ଲାଗିଥାଏ। ତାଙ୍କୁ ସୁଇଜରଲ୍ୟାଣ୍ଡର ମାଁରିଟେଜ୍‌ ବହୁତ ଭଲ ଲାଗେ।

ଆଦି ଗୋଦରେଜ

ଗୋଦରେଜ ଗ୍ରୁପର ଚ୍ୟାୟରମ୍ୟାନ୍‌ ଆଦି ଗୋଦରେଜ ଖରାଦିନ ଛୁଟି ମନାଇବା ପାଇଁ ଇଟାଲି ଓ ଦକ୍ଷିଣ ଆଫ୍ରିକା ଯାଆନ୍ତି।  ତାଙ୍କୁ ଦକ୍ଷିଣ ଆଫ୍ରିକାର ସିଙ୍ଗୀତା ଲୋ ଗେମ୍ ପାର୍କ ଓ ଇଟାଲିର ଅମାଲ୍‌ଫୀ ଉପକୂଳରେ ବୁଲିବାକୁ ପସନ୍ଦ କରନ୍ତି।

କୁମାର ମଙ୍ଗଲମ ବିର୍ଲା

ଆଦିତ୍ୟ ବିର୍ଲା ଗ୍ରୁପର ଚ୍ୟାୟରମ୍ୟାନ୍‌ କୁମାର ମଙ୍ଗଲମ ବିର୍ଲା ଲଣ୍ଡନ ଓ ସୁଇଜରଲ୍ୟାଣ୍ଡରେ ଖରାଛୁଟି ମନାନ୍ତି। ଖରାଛୁଟି ମନାଇବା ପାଇଁ ଆଦିତ୍ୟ ପ୍ରାୟ ୧୦ ଦିନ ଛୁଟି ନିଅନ୍ତି।

ରାଶି ଓ ରବି ରୁଇଆ

ଏସ୍ସାର ଗ୍ରୁପର ମାଲିକ ତଥା  ଦୁଇ ଭାଇ ରାଶି ଓ ରବି ଖରାଦିନ ଛୁଟି ମନାଇବା ପାଇଁ ଦକ୍ଷିଣ ଫ୍ରାନ୍ସ ଯାଆନ୍ତି। ସବୁବେଳେ ପରିବାର ସଦସ୍ୟଙ୍କ ସହ ଛୁଟି ମନାଇବା ପାଇଁ ସେମାନେ ସେଠାକୁ ଯାଆନ୍ତି।

ସୌଜନ୍ୟ-ୟଙ୍ଗିସ୍ତାନ

Related story