ରାତି ଯେଉଁଠି ସ୍ୱପ୍ନ, ଅସ୍ତ ହୁଏନି ସୂର୍ଯ୍ୟ: ଆସନ୍ତୁ ବୁଲିଯିବା ବିଶ୍ୱର ୫ଟି ଦେଶ

ନୂଆଦିଲ୍ଲୀ: ସାରା ବିଶ୍ୱରେ ଏପରି  କିଛି ଅଜବ ସ୍ଥାନ ରହିଛି, ଯାହାକୁ ବିଶ୍ୱାସ କରିବା ଆମ ପାଇଁ କଷ୍ଟକର। ଯେବେ ଏହାର ସତ୍ୟତା ଆମ ଆଖିକୁ ଆସେ ଆଶ୍ଚର୍ଯ୍ୟ ହୋଇଯାଇଥାଉ। ଟିକିଏ ଚିନ୍ତା କରନ୍ତୁ ଆପଣଙ୍କୁ କୁହାଯିବ ଏହି ଦୁନିଆରେ ୫ଟି ଏପରି ଦେଶ ରହିଛି, ଏଠାରେ ୩୬୫ ଦିନରେ କୋଉଠି ୫୦ ଦିନ ଅନ୍ୟ କୋଉଠି ୭୩ କିମ୍ୱା ୭୬ ଦିନ ସୂର୍ଯ୍ୟ ଅସ୍ତ ହୋଇ ନ ଥିବ।  ତେବେ ଆପଣ କଣ କହିବେ? ଆପଣ […]

norway

norway

Rakesh Mallick
  • Published: Tuesday, 02 May 2017
  • Updated: 02 May 2017, 02:14 PM IST

Sports

Latest News

ନୂଆଦିଲ୍ଲୀ: ସାରା ବିଶ୍ୱରେ ଏପରି  କିଛି ଅଜବ ସ୍ଥାନ ରହିଛି, ଯାହାକୁ ବିଶ୍ୱାସ କରିବା ଆମ ପାଇଁ କଷ୍ଟକର। ଯେବେ ଏହାର ସତ୍ୟତା ଆମ ଆଖିକୁ ଆସେ ଆଶ୍ଚର୍ଯ୍ୟ ହୋଇଯାଇଥାଉ। ଟିକିଏ ଚିନ୍ତା କରନ୍ତୁ ଆପଣଙ୍କୁ କୁହାଯିବ ଏହି ଦୁନିଆରେ ୫ଟି ଏପରି ଦେଶ ରହିଛି, ଏଠାରେ ୩୬୫ ଦିନରେ କୋଉଠି ୫୦ ଦିନ ଅନ୍ୟ କୋଉଠି ୭୩ କିମ୍ୱା ୭୬ ଦିନ ସୂର୍ଯ୍ୟ ଅସ୍ତ ହୋଇ ନ ଥିବ।  ତେବେ ଆପଣ କଣ କହିବେ? ଆପଣ ନିହାତି ଚକିତ ହୋଇଯିବେ।

ନାୱେ, ଆଇସଲ୍ୟାଣ୍ଡ୍‌,କାନାଡା,ଅଲାସ୍କା ଓ ଫିନ୍‌ଲ୍ୟାଣ୍ଡ୍‌ ପରି ଏପରି ୫ ଟି ଦେଶ ରହିଛି ରାତିରେ ଆଲୁଅର ମଜା ଉଠାଇ ପାରିବେ। ଆସନ୍ତୁ ଜାଣିବା ଏହି ଦେଶ ସମ୍ପର୍କରେ।

ନାୱେ- ନାୱେ ଏପରି ଏକ ଦେଶ ଯାହାକୁ ପାହାଡ଼ ଘେରି ରଖିଛି। ଏହି ଦେଶରେ ମେ’ରୁ ଜୁଲାଇ ମଧ୍ୟରେ  ପ୍ରାୟ ୭୬ ଦିନ ସୂର୍ଯ୍ୟ ଅସ୍ତ ହୋଇ ନଥାଏ। ଏହାକୁ ‘ଲ୍ୟାଣ୍ଡ୍‌ ଅଫ୍‌ ଦ ମିଡ୍‌ ନାଇଟ୍‌ ସନ୍‌’ କୁହାଯାଇଥାଏ। ଯଦି ଆପଣ ଲମ୍ୱା ସମୟ ଯାଏଁ ଆଲୋକର ଆନନ୍ଦ ଉଠାଇବାକୁ ଚାହାଁନ୍ତି ଏହି ଦେଶକୁ ଭ୍ରମଣ ପାଇଁ ଯାଇ ପାରିବେ।

ଫିନଲ୍ୟାଣ୍ଡ୍‌: ଆଇସଲ୍ୟାଣ୍ଡରେ ବି ଆପଣ ଅଧା ରାତିରେ ଆଲୋକର ମଜା ଉଠାଇ ପାରିବେ।  ଖରାଦିନେ ଏଠାରେ ପ୍ରାୟ  ୭୩ ଦିନ ଯାଏଁ ବା ୧୦ ମେ’ରୁ ଜୁଲାଇ ଶେଷ ମଧ୍ୟରେ  ସୂର୍ଯ୍ୟଙ୍କ ରଶ୍ମୀ ଏଠାରେ ଦୃଶ୍ୟମାନ ହୋଇଥାଏ।

କାନାଡ଼ା: ଏହା ଦୁନିଆର ସବୁଠାରୁ ବଡ଼ ଦେଶ। ଏଠାରେ ଅନେକ ସମୟ ବରଫ ଚାଦର ଘୋଡ଼ାଇ ହୋଇ ରହିଥାଏ। କାନାଡାରେ ମଧ୍ୟ ରାତିରେ ଅନ୍ଧାର ଦେଖିବାକୁ ମିଳି ନ ଥାଏ। ଏହାର ଉତ୍ତର-ପଶ୍ଚିମ ଅଂଶରେ ଖରା ଦିନରେ ୫୦ ଦିନ ଯାଏଁ ସୂର୍ଯ୍ୟ ଆକାଶରେ ଚମକି ଥାଆନ୍ତି।

ଅଲାସ୍କା: ଅଲାସ୍କାରେ ମେ’ରୁ ଜୁଲାଇ ମଧ୍ୟରେ ସୂର୍ଯ୍ୟ ଅସ୍ତ ହୋଇ ନ ଥାଆନ୍ତି। ସାଧାରଣତଃ ଅଲାସ୍କା ସୁନ୍ଦର ଗ୍ଲାସିୟର ପାଇଁ ପରିଚିତ।  ମେ’ ଠୁ ନେଇ ଜୁଲାଇ ମଧ୍ୟରେ ବରଫ ରାତିରେ ଆଲୋକକୁ ଦେଖିବାକୁ ମିଳିବ।

ଆଇସଲ୍ୟାଣ୍ଡ: ଗ୍ରେଟ୍‌ ବ୍ରିଟେନ୍‌ ପରେ ଏହା ୟୁରୋପର ସବୁଠାରୁ ବଡ଼ ଆଇଲ୍ୟାଣ୍ଡ। ଏଠାରେ ଆପଣ ରାତିରେ ବି ସୂର୍ଯ୍ୟଙ୍କ ରଶ୍ମୀର ଆନନ୍ଦ ଉଠାଇ ପାରିବେ। ୧୦ ମେ’ରୁ ଜୁଲାଇ ମଧ୍ୟରେ ଏଠାରେ ସୂର୍ଯ୍ୟ ଅସ୍ତ ହୁଅନ୍ତି ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos