କମ୍ ବୟସରେ ଚୁଟି ପାଚିଯାଉଛି କି ? ଖାଆନ୍ତୁ ଏହି ୪ ପ୍ରକାର ଖାଦ୍ୟ

କମ ବୟସରେ ଚୁଟି ପାଚିବାର ସମସ୍ୟାରେ ପଡିଛନ୍ତି କି ? ଜୀବନଶୈଳୀରେ ଅନିୟମିତତା ଏହାର କାରଣ ହୋଇପାରେ। ତେବେ ଏଥିରେ ବ୍ୟସ୍ତ ହେବାର କିଛି କାରଣ ନାହିଁ। ଯଦି ଏପରି ସମସ୍ୟା ଭୋଗୁଛନ୍ତି, ତେବେ ସାମାନ୍ୟ ସତର୍କତା ଆପଣଙ୍କୁ ଏଥିରୁ ମୁକ୍ତି ଦେଇପାରିବ। ଏପରି କିଛି ଖାଦ୍ୟ ଅଛି ଯାହାକୁ ଆପଣ ନିଜ ମେନୁରେ ସାମିଲ କଲେ ଚୁଟି ପାଚିବା ସମସ୍ୟାରୁ ମୁକ୍ତି ପାଇପାରିବେ। ଆସନ୍ତୁ ଜାଣିବା କ’ଣ ଖାଇଲେ ଅବୟସ ଚୁଟି ପାଚିବା ସମସ୍ୟା ଦୂର […]

hair

Rakesh Mallick
  • Published: Sunday, 09 July 2017
  • , Updated: 09 July 2017, 10:29 AM IST

କମ ବୟସରେ ଚୁଟି ପାଚିବାର ସମସ୍ୟାରେ ପଡିଛନ୍ତି କି ? ଜୀବନଶୈଳୀରେ ଅନିୟମିତତା ଏହାର କାରଣ ହୋଇପାରେ। ତେବେ ଏଥିରେ ବ୍ୟସ୍ତ ହେବାର କିଛି କାରଣ ନାହିଁ। ଯଦି ଏପରି ସମସ୍ୟା ଭୋଗୁଛନ୍ତି, ତେବେ ସାମାନ୍ୟ ସତର୍କତା ଆପଣଙ୍କୁ ଏଥିରୁ ମୁକ୍ତି ଦେଇପାରିବ। ଏପରି କିଛି ଖାଦ୍ୟ ଅଛି ଯାହାକୁ ଆପଣ ନିଜ ମେନୁରେ ସାମିଲ କଲେ ଚୁଟି ପାଚିବା ସମସ୍ୟାରୁ ମୁକ୍ତି ପାଇପାରିବେ। ଆସନ୍ତୁ ଜାଣିବା କ’ଣ ଖାଇଲେ ଅବୟସ ଚୁଟି ପାଚିବା ସମସ୍ୟା ଦୂର ହେବ।

ସବୁଜ ପନିପରିବା: ବ୍ୟସ୍ତ ଜୀବନରେ ଖାଦ୍ୟରେ ଅନିୟମିତତା ଦେଖିବାକୁ ମିଳିଥାଏ। ସବୁଜ ପନିପରିବାରେ ଭିଟାମିନ-ବି ୬, ଭିଟାମିନ-ବି ୧୨, ଅନ୍ୟ ପୋଷକ ତତ୍ତ୍ୱ ଭରପୁର ମାତ୍ରା ଥାଏ। ଖାଦ୍ୟ ମେନୁରେ ସବୁଜ ପନିପରିବାକୁ ସାମିଲ କଲେ ଧଳା ଚୁଟିରୁ ମୁକ୍ତି ପାଇପାରିବେ।

ମାଛ: ଓମେଗା ୩ ଫ୍ୟାଟି ଏସିଡରେ ଭରପୁର ଥିବା ମାଛ କେଶର ବିକାଶ ଓ ସ୍ୱାସ୍ଥ ପାଇଁ ଭଲ ହୋଇଥାଏ। ସାମୁଦ୍ରିକ ମାଛ ସାଲମନ୍‌ରେ ସେଲୋନିୟମ୍ ଭଳି ପୋଷକ ତତ୍ତ୍ୱ ଭରପୁର ମାତ୍ରାରେ ଥାଏ। ଯାହା ଚୁଟିକୁ ଧଳା ହେବାରୁ ରକ୍ଷା କରିଥାଏ। ଅତ୍ୟନ୍ତପକ୍ଷେ ସପ୍ତାହକୁ ଥରେ ନିଜ ଡାଏଟରେ ମାଛକୁ ସାମିଲ କରନ୍ତୁ।

ଅଖରୋଟ ଓ ବାଦାମ: ଅଖରୋଟ ଓ ବାଦାମରେ ଭିଟାମିନ-ଇ ଓ କପର ପରିମାଣରେ ଥାଏ। ଯାହା କେଶ ପାଇଁ ଲାଭଦାୟକ। ୪ଟି ବାଦାମକୁ ରାତିରେ ଭିଜେଇ ପ୍ରତିଦିନ ସକାଳେ ଖାଇଲେ ଧଳା ଚୁଟି ସମସ୍ୟାରୁ ମୁକ୍ତ ମିଳିଥାଏ। ବାଦାମ ତେଲକୁ କେଶରେ ମାଲିସ କଲେ କେଶ ଧଳା ପଡିବା ଓ ଝଡିବା ବନ୍ଦ ହୋଇଯାଇଥାଏ।

ଅଁଳା: ଅଁଳା ଚୁଟି ପାଇଁ ରାମବାଣ ସଦୃଶ। ଚୁଟି ଧଳା ହେବା, ଝଡିବା, ଶୁଷ୍କ ହେବା ପରି ସମସ୍ୟା ଭୋଗୁଥିଲେ ପ୍ରତିଦିନ ସକାଳେ ଅଁଳା ଖାଆନ୍ତୁ। ଏହା  ଚୁଟି ପାଇଁ ଟନିକ ଭଳି କାମ କରିଥାଏ ଓ ସୁସ୍ଥ ରଖିଥାଏ।

 

Related story