ଆଖିରୁ ବାହାରୁଛି ଧଳା ରଙ୍ଗର ଲୁହ:ବିଚିତ୍ର ଲାଗୁଥିଲେ ମଧ୍ୟ କଥାଟି ସତ

ଲୁହର ରଙ୍ଗ ନଥିବାର ଆମେ ଜାଣିଛୁ। କିନ୍ତୁ କାନ୍ଦିଲେ ଧଳା ରଙ୍ଗର ଲୁହ ବାହାରିବାର ଆମେ କେବେ ଦେଖି ନ ଥିବା। ଖବରଟି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ବ୍ରାସେଲିଆର ଲୋରା ନାମକ ଏକ 35 ବର୍ଷୀୟ ମହିଳା କାନ୍ଦିଲେ ତାଙ୍କ ଅଖିରୁ ଧଳା ରଙ୍ଗର ଲୁହ ବାହାରୁଛି। ସୂଚନା ଅନୁଯାୟୀ ଲୋରା ଯେତବେଳେ 15 ବର୍ଷର ହୋଇଥିଲେ ତାଙ୍କ ଅଖିରୁ ଧଳା ରଙ୍ଗର ଲୁହ ବାହାରିବା ଆରମ୍ଭ ହେଇଥିଲା। ଆରମ୍ଭରୁ ଏହି ଲୁହ ତରଳ ଆକାର […]

lara1

Rakesh Mallick
  • Published: Thursday, 06 July 2017
  • , Updated: 06 July 2017, 06:25 PM IST

ଲୁହର ରଙ୍ଗ ନଥିବାର ଆମେ ଜାଣିଛୁ। କିନ୍ତୁ କାନ୍ଦିଲେ ଧଳା ରଙ୍ଗର ଲୁହ ବାହାରିବାର ଆମେ କେବେ ଦେଖି ନ ଥିବା। ଖବରଟି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ବ୍ରାସେଲିଆର ଲୋରା ନାମକ ଏକ 35 ବର୍ଷୀୟ ମହିଳା କାନ୍ଦିଲେ ତାଙ୍କ ଅଖିରୁ ଧଳା ରଙ୍ଗର ଲୁହ ବାହାରୁଛି। ସୂଚନା ଅନୁଯାୟୀ ଲୋରା ଯେତବେଳେ 15 ବର୍ଷର ହୋଇଥିଲେ ତାଙ୍କ ଅଖିରୁ ଧଳା ରଙ୍ଗର ଲୁହ ବାହାରିବା ଆରମ୍ଭ ହେଇଥିଲା।

ଆରମ୍ଭରୁ ଏହି ଲୁହ ତରଳ ଆକାର ହୋଇ ବାହାରୁଥିଲା ପରେ ଯେତବେଳେ ସେ ପବନ ସନ୍ସପର୍ଶରେ ଆସୁଥିଲେ ସେହି ଲୁହ ଟାଣ ହୋଇ ଆଖିରେ ଲାଗିକି ରହିଯାଉଥିଲା। ଲୋରାଙ୍କ ଏହି ରୋଗ ବିଷୟରେ ଜାଣିବା ପରେ ତାଙ୍କ ମାଆ ଚିନ୍ତାରେ ପଡିଯାଇଥିଲେ ଓ ତାଙ୍କୁ ଡାକ୍ତରଙ୍କୁ ଦେଖାଇଥିଲେ। କିନ୍ତୁ ଡାକ୍ତରମାନେ ଏହି ଧଳା ଲୁହ ପଛରେ କଣ କାରଣ ଅଛି  ଆଜିପର୍ଯ୍ୟନ୍ତ ଜାଣି ପାରିନାହାଁନ୍ତି। 20ବର୍ଷ ବିତିଗଲାଣି ହେଲେ ଲୋରାଙ୍କର ଏହି ରୋଗ ଏକ ରହସ୍ୟ ହୋଇ ରହିଯାଇଛି। ଡାକ୍ତରଙ୍କ କହିବା ଅନୁଯାୟୀ ଲୋରାଙ୍କ ଅଖିରେ କେରାଟିନ ପ୍ରୋଟିନ ଅଧିକ ପରିମାଣ ରହିଥିବାକୁ ଧଲାରଙ୍ଗର ଲୁହ ବହାରୁଛି।

କେବେକେବେ ଏହି ଲୁହପାଇଁ ଲୋରାକୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି। ଏହି ଲୁହ କେବେ କେବେ ଆଖିରେ ମୋଟା ଜମାଟ ବାନ୍ଧି ହେଇଯାଉଛି ଯାହାକୁ ପରେ ମେସିନ ସାହାର୍ଯ୍ୟରେ କାଢିବାକୁ ପଡୁଛି।

Related story