ମୃତ୍ୟୁ ଦଣ୍ଡାଦେଶ ଭାରତରେ ପ୍ରଚଳିତ। ଅତ୍ୟନ୍ତ ବଡ ଅପରାଧୀକୁ ଏହି ଦଣ୍ଡ ଦିଆଯାଇଥିଏ। ହେଲେ ଆପଣ ଜାଣିଛନ୍ତି ଏହି ଦଣ୍ଡ ଶୁଣାଇବା ପରେ ଜଜ୍ କଣ ପାଇଁ କଲମ ମୁନଟିକୁ ଭାଙ୍ଗିଦେଇଥାନ୍ତି। ଯେଉଁ କଲମରେ ଜଜ୍ ମୃତ୍ୟୁ ଦଣ୍ଡ ଶୁଣାଇବା ବେଳେ ଦସ୍ତଖତ କରିଥାନ୍ତି ସେହି କଲମ ମୁନ ଏଥିପାଇଁ ଭାଙ୍ଗିଦେଇଥାନ୍ତି କାରଣ ଏହି କଲମ ଆଗକୁ ଆଉ କୌଣସି କାମରେ ନ ଆସୁ। ଜଣେ ମଣିଷର ଜୀବନ ନେଇଥିବାରୁ ସେହି ସମୟରେ କଲମକୁ ନଷ୍ଟ କରିଦିଆଯାଇଥାଏ । କୁହାଯାଏ ଜଜ୍ କଲମ ମୁନ ଏଥିପାଇଁ ଭାଙ୍ଗିଥାନ୍ତି କାରଣ ଏହି କଲମ ଆଉ କାହାର ଜୀବନ ନନେଇପାରୁ।