ଗଜପତିଙ୍କ ଅନୁପସ୍ଥିତିରେ କାହିଁକି ମୁଦିରଥ କରନ୍ତି ସେବା?

ଭୁବନେଶ୍ୱର (ମିହିର ପଟ୍ଟନାୟକ) : ଆଜି ପୁରୀରେ ମହାପ୍ରଭୁଙ୍କର ସ୍ନାନଯାତ୍ରା ଚାଲିଥିବା ବେଳେ ଛେରା ପହରା ପାଇଁ ଆସିନଥିଲେ ଗଜପତି ମହାରାଜ। ତାଙ୍କ ବଦଳରେ ମୁଦିରଥ ଏହି ନୀତି ସମ୍ପନ୍ନ କରିଥିଲେ। ତେବେ କିଏ ଏହି ମୁଦି ରଥ। ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ସେବା ପାଇଁ ଛତିଶା ନିଯୋଗର ବ୍ୟବସ୍ଥା ରହିଛି। ତନ୍ମଧ୍ୟରୁ ଗୋଟିଏ #ନାବାଳକ ସେବାର ପରମ୍ପରା ରହିଛି। ସମ୍ଭବତଃ ଏଭଳି ପରମ୍ପରା ଶ୍ରୀମନ୍ଦିର ବ୍ୟତୀତ ଅନ୍ୟ କୌଣସିଠାରେ ନାହିଁ। ବାସ୍ତବରେ ଏହି ସେବା […]

SNANA-PURNIMA

Tapaswini Nayak
  • Published: Friday, 05 June 2020
  • , Updated: 05 June 2020, 03:45 PM IST

ଭୁବନେଶ୍ୱର (ମିହିର ପଟ୍ଟନାୟକ) : ଆଜି ପୁରୀରେ ମହାପ୍ରଭୁଙ୍କର ସ୍ନାନଯାତ୍ରା ଚାଲିଥିବା ବେଳେ ଛେରା ପହରା ପାଇଁ ଆସିନଥିଲେ ଗଜପତି ମହାରାଜ। ତାଙ୍କ ବଦଳରେ ମୁଦିରଥ ଏହି ନୀତି ସମ୍ପନ୍ନ କରିଥିଲେ। ତେବେ କିଏ ଏହି ମୁଦି ରଥ।

ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ସେବା ପାଇଁ ଛତିଶା ନିଯୋଗର ବ୍ୟବସ୍ଥା ରହିଛି। ତନ୍ମଧ୍ୟରୁ ଗୋଟିଏ #ନାବାଳକ ସେବାର ପରମ୍ପରା ରହିଛି। ସମ୍ଭବତଃ ଏଭଳି ପରମ୍ପରା ଶ୍ରୀମନ୍ଦିର ବ୍ୟତୀତ ଅନ୍ୟ କୌଣସିଠାରେ ନାହିଁ।

ବାସ୍ତବରେ ଏହି ସେବା ଗଙ୍ଗବଂଶୀ ରାଜା ନରସିଂହ ଦେବଙ୍କ ସମୟରୁ ଆରମ୍ଭ ହୋଇଥିବା ଅନୁମାନ କରାଯାଏ। ନରସିଂହ ଜଣେ ପ୍ରତାପୀ ରାଜା ଥିବାରୁ ମହାପ୍ରଭୁଙ୍କ ସେବାରେ ସବୁବେଳେ ଉପସ୍ଥିତ ରହିପାରୁ ନ ଥିଲେ। ଏଣୁ ପୁଷ୍ପାଳକ ପରିବାରର ନାବାଳକ ପୁତ୍ରକୁ ସେ ନିଜ ପ୍ରତିନିଧି ଭାବେ ନିୟୋଜିତ କରିଥିଲେ। ଆଉ ଏହି ନାବାଳକ ସେବକଙ୍କ ପାରମ୍ପରିକ ନାଁ ହେଉଛି ମୁଦିରଥ ବା ମୁଦ୍ରହସ୍ତ।

ନାବାଳକଙ୍କୁ ସେବକ ଭାବରେ ଶାଢ଼ି ବନ୍ଧାଇବାର କାରଣ ମଧ୍ୟ ରହିଛି। ଗଜପତି ମହାରାଜାଙ୍କ ପାଟ୍ଟମହାରାଣୀ ମହାପ୍ରଭୁଙ୍କ ସେବାକୁ ବିଜେ କଲେ କିମ୍ବା ଗହଣ ବିଜେ ସମୟରେ ଏକମାତ୍ର ପୁରୁଷ ସେବକ ଭାବେ ଏହି ସେବକ ହିଁ ମହରାଣୀଙ୍କ ପାଖରେ ଉପସ୍ଥିତ ରହିପାରନ୍ତି।

ଏହା ବ୍ୟତୀତ ବିଭିନ୍ନ ପର୍ବ ଓ ଯାତ୍ରାରେ ଗଜପତିଙ୍କ ପ୍ରତିନିଧି ସ୍ୱରୂପ ଏହି ସେବକ ଛେରାପହଁରା କରିବାକୁ ମଧ୍ୟ ଅଧିକୃତ। ଏହା ଏକ ସାମନ୍ତ ସମ୍ପ୍ରଦାୟ ବା ସର୍ବୋଚ୍ଚ ଶ୍ରେଣୀର ସେବା।

ହେଲେ ଆଉ ଗୋଟିଏ ଲୋକକଥା ମଧ୍ୟ ଏହି ସେବା ସମ୍ପର୍କରେ ଶୁଣିବାକୁ ମିଳେ। କଥାରେ କୁହନ୍ତି "ଛଡା ମୁଦିରଥ ମଡ଼ା ସଙ୍ଗେ ତୁଲ"(ଲୋକକଥା ପର୍ଯ୍ୟାୟରେ ଏହି କାଥାଟି ଲେଖିଲି। ଏହାକୁ ତର୍କରେ ଗ୍ରହଣ କରିବେନି ବୋଲି ଅନୁରୋଧ)। କଥାଟି ଲେଖିବାର ତାତ୍ପର୍ଯ୍ୟ ଏହା ଯେ, ମୁଦିରଥ ସେବକ ମାତ୍ର ବର୍ଷକ ପାଇଁ ଶାଢ଼ି ବନ୍ଧାଇଥାନ୍ତି। ମାତ୍ର ବର୍ଷକ ପରେ ତାଙ୍କ ସେବା ସାରିଯାଏ ଏବଂ ନୂଆ ମୁଦିରଥ ଶାଢ଼ି ବନ୍ଧାଇ ଥାନ୍ତି। ସବୁଠାରୁ ବଡ଼ କଥା ହେଉଛି, ଥରେ ମୁଦ୍ରହସ୍ତ ବା ମୁଦିରଥ ଭାବେ ସେବା କରିଥିବା ସେବକଙ୍କୁ ପୁନର୍ବାର ମହାପ୍ରଭୁଙ୍କ କୌଣସି ବଡ଼ ସେବାଧିକାର ମିଳି ନ ଥାଏ।

ଏଣୁ ପୁରୀବୋଲିରେ ଉପରୋକ୍ତ କଥାଟି କୁହାଯାଏ।

Related story