ସୂର୍ଯ୍ୟୋଦୟ ପୂର୍ବରୁ କାହିଁକି ଦିଆଯାଏ ଫାଶି ?

ଆମ ଦେଶରେ ଜଘନ୍ୟ ଅପରାଧ କରିଥିବା ଅପରାଧୀଙ୍କୁ ଫାଶି ଦଣ୍ଡ ମିଳିଥାଏ। ଫାଶି ସାଧାରଣତ ସୂର୍ଯ୍ୟୋଦୟ ପୂର୍ବରୁ ଦିଆଯାଇଥାଏ। ଫାଶି ଦେବା ପାଇଁ ଜଣେ ଜହ୍ଲାଦ ରହିଥାନ୍ତି। ଡାକ୍ତରୀ ଟିମ୍‌ଙ୍କ ପରୀକ୍ଷା ପରେ ଅପରାଧୀଙ୍କୁ ଫାଶି ଦିଆଯାଇଥାଏ। ଫାଶି ସମୟରେ ଉକ୍ତ ସ୍ଥାନରେ କିଛି ହାତଗଣତି ଅଧିକାରୀ ହିଁ ଉପସ୍ଥିତ ରହିଥାନ୍ତି। ତେବେ ସୂର୍ଯ୍ୟୋଦୟ ପୂର୍ବରୁ ହିଁ କାହିଁକି ଫାଶି ଦିଆଯାଏ ସେ ସମ୍ପର୍କରେ ଜାଣିଛନ୍ତି କି ? ଆସନ୍ତୁ ଜାଣିବା ଏପରି କାହିଁକି କରାଯାଏ। ପ୍ରଶାସନିକ […]

hanging

Rakesh Mallick
  • Published: Friday, 14 July 2017
  • , Updated: 14 July 2017, 10:46 AM IST

ଆମ ଦେଶରେ ଜଘନ୍ୟ ଅପରାଧ କରିଥିବା ଅପରାଧୀଙ୍କୁ ଫାଶି ଦଣ୍ଡ ମିଳିଥାଏ। ଫାଶି ସାଧାରଣତ ସୂର୍ଯ୍ୟୋଦୟ ପୂର୍ବରୁ ଦିଆଯାଇଥାଏ। ଫାଶି ଦେବା ପାଇଁ ଜଣେ ଜହ୍ଲାଦ ରହିଥାନ୍ତି। ଡାକ୍ତରୀ ଟିମ୍‌ଙ୍କ ପରୀକ୍ଷା ପରେ ଅପରାଧୀଙ୍କୁ ଫାଶି ଦିଆଯାଇଥାଏ। ଫାଶି ସମୟରେ ଉକ୍ତ ସ୍ଥାନରେ କିଛି ହାତଗଣତି ଅଧିକାରୀ ହିଁ ଉପସ୍ଥିତ ରହିଥାନ୍ତି। ତେବେ ସୂର୍ଯ୍ୟୋଦୟ ପୂର୍ବରୁ ହିଁ କାହିଁକି ଫାଶି ଦିଆଯାଏ ସେ ସମ୍ପର୍କରେ ଜାଣିଛନ୍ତି କି ? ଆସନ୍ତୁ ଜାଣିବା ଏପରି କାହିଁକି କରାଯାଏ।

ପ୍ରଶାସନିକ କାରଣ: ଜେଲ୍‌ ଅଧିକାରୀଙ୍କ ପାଇଁ ଫାଶି ଦେବା ବହୁତ ବଡ଼ କାମ। ଏଥିପାଇଁ ସକାଳ ହେବା ପୂର୍ବରୁ ଏହାକୁ ଶେଷ କରିଦେଇଥାନ୍ତି। ଏପରି କରିବାର କାରଣ ହେଲା ଜେଲ୍‌ରେ ଥିବା ଅନ୍ୟ କଏଦୀ ଓ କର୍ମଚାରୀଙ୍କ ଉପରେ ଏହାର ପ୍ରଭାବ ପଡି ନଥାଏ। ଏହାବାଦ୍‌ ଫାଶି ପୂର୍ବରୁ ଅପରାଧୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ବିଭିନ୍ନ ପ୍ରକାର ରେଜିଷ୍ଟ୍ରେସନ୍‌ ଏଣ୍ଟି ମଧ୍ୟ କରାଯାଇଥାଏ। ଫାଶି ପରେ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥାଏ। ଏସବୁ କାମ ସୁବିଧାରେ ହୋଇଯିବା ପାଇଁ ସୂର୍ଯ୍ୟୋଦୟ ପୂର୍ବରୁ ହିଁ ଫାଶି ଦିଆଯାଇଥାଏ।

ନୈତିକ କାରଣ: ଫାଶି ପାଇଁ ଅପରାଧୀଙ୍କୁ ପୂରାଦିନ ଅପେକ୍ଷା କରାଇବା ମାନବିକତା ନୁହେଁ। ଏହା ତାଙ୍କ ଉପରେ ଖରାପ ପ୍ରଭାବ ପକାଇଥାଏ। ଏଥିପାଇଁ ବିଳମ୍ବିତ ରାତିରୁ ଉଠାଇ ନିତ୍ୟକର୍ମ କରାଯାଇ ଫାଶି ଦେଇଦିଆ ଯାଇଥାଏ। ଏହାଦ୍ୱାରା ତାଙ୍କ ଅନ୍ତିମ ସଂସ୍କାର କରିବାକୁ ପରିଜନଙ୍କୁ ସମୟ ମିଳିଥାଏ।

ସାମାଜିକ କାରଣ: କାହାକୁ ଫାଶି ଦିଆଯିବା ବହୁତ ବଡ଼ କଥା। ଏହାର ଖରାପ ପ୍ରଭାବ ସମାଜ ଉପରେ ନ ପଡ଼ିବା ପାଇଁ ସୂର୍ଯ୍ୟୋଦୟ ପୂର୍ବରୁ ଫାଶି ଦିଆଯାଇଥାଏ। ଲୋକେ ଜାଣି ପ୍ରତିକ୍ରିୟା ଦେବା ପୂର୍ବରୁ ଜେଲ୍‌ ଅଧିକାରୀମାନେ ଫାଶି ଦେଇସାରିଥାନ୍ତି।

 

 

Related story