ମଥାରେ ଭଷ୍ମ ଲଗାନ୍ତୁ, ଦୂର ହେବ ଖରାପ ଚିନ୍ତା

ହିନ୍ଦୁ ଧର୍ମରେ ଏପରି ବହୁତ ପ୍ରଥା ଅଛି ଯାହାର ଅର୍ଥ ବହୁ ଲୋକ ଜାଣିନାହାନ୍ତି। ଏହାସତ୍ତ୍ୱେ ଲୋକେ ଏହାକୁ ବହୁତ ଆଗ୍ରହର ସହ ପାଳନ କରିଥାନ୍ତି। ଏହିପରି ଏକ ଧାର୍ମୀକ ଭାବନା ହେଲା ମଥାରେ ବିଭୂତି କିମ୍ବା ଭଷ୍ମ ଲଗାଇବା। ପଣ୍ଡିତଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକେ ବିଭୂତି ଓ ଭଷ୍ମ ଲଗାଇଥାନ୍ତି। କେବେ ଭାବିଛନ୍ତି ଏହାକୁ ଲଗାଇବା ପଛରେ ରହସ୍ୟ କ’ଣ ରହିଛି ? ଏହାକୁ ଲଗାଇଲେ ଆମର କ’ଣ ଲାଭ ହେବ ? ତେବେ […]

ashes

Rakesh Mallick
  • Published: Tuesday, 04 July 2017
  • , Updated: 04 July 2017, 05:30 PM IST

ହିନ୍ଦୁ ଧର୍ମରେ ଏପରି ବହୁତ ପ୍ରଥା ଅଛି ଯାହାର ଅର୍ଥ ବହୁ ଲୋକ ଜାଣିନାହାନ୍ତି। ଏହାସତ୍ତ୍ୱେ ଲୋକେ ଏହାକୁ ବହୁତ ଆଗ୍ରହର ସହ ପାଳନ କରିଥାନ୍ତି। ଏହିପରି ଏକ ଧାର୍ମୀକ ଭାବନା ହେଲା ମଥାରେ ବିଭୂତି କିମ୍ବା ଭଷ୍ମ ଲଗାଇବା। ପଣ୍ଡିତଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକେ ବିଭୂତି ଓ ଭଷ୍ମ ଲଗାଇଥାନ୍ତି। କେବେ ଭାବିଛନ୍ତି ଏହାକୁ ଲଗାଇବା ପଛରେ ରହସ୍ୟ କ’ଣ ରହିଛି ? ଏହାକୁ ଲଗାଇଲେ ଆମର କ’ଣ ଲାଭ ହେବ ? ତେବେ ହିନ୍ଦୁଧର୍ମର ଅନ୍ୟ ବିଶ୍ୱାସ ପରି ଏହା ପଛରେ ମଧ୍ୟ ଏକ ବିଶ୍ୱାସ ରହିଛି। ଆସନ୍ତୁ ଜାଣିବା ଏହା ପଛର ରହସ୍ୟ।

ମନ୍ଦିରରେ ପଣ୍ଡିତ ହୁଅନ୍ତୁ ଅବା ସାଧାରଣ ଲୋକେ ମଝି ୩ଟି ଆଙ୍ଗୁଠିରେ ମଥାରେ ବିଭୂତି କିମ୍ବା ଭଷ୍ମରେ ଗାର ଟାଣିଥାନ୍ତି। ଭଗବାନ ଶିବଙ୍କ ମୁଣ୍ଡରେ ମଧ୍ୟ ଭଷ୍ମ ଲଗାଯାଇଥାଏ। ଭଷ୍ମ ଏପରି ମଥାରେ ଲଗାଇଲେ ମନରୁ ଖରାପ ଚିନ୍ତା ଦୂର ହେବା ସହ ଖରାପ ଦୃଷ୍ଟିରୁ ରକ୍ଷା ମିଳିଥାଏ ବୋଲି ବିଶ୍ୱାସ ରହିଛି। ଏପରି ବିଶ୍ୱାସ ପଛରେ ଏକ ରୋଚକ କାହାଣୀ ମଧ୍ୟ ରହିଛି।

ପୁରାଣରେ ବର୍ଣ୍ଣିତ କାହାଣୀ

ପୁରାଣ ଅନୁସାରେ ମହର୍ଷି ଭୃଗୁ ଜଙ୍ଗଲରେ ତପସ୍ୟାରେ ଲିନ ଥିଲେ। ସେ କେବଳ ଫଳମୂଳ ହିଁ ଖାଉଥିଲେ। ଦିନେ ଘାସ କାଟୁଥିବା ବେଳେ ତାଙ୍କର ଏକ ଆଙ୍ଗୁଠି କଟି ଯାଇଥିଲା। ହେଲେ ତାଙ୍କ ଆଙ୍ଗୁଠିରୁ ରକ୍ତ ବାହାରିବା ପରିବର୍ତ୍ତେ ଏକ ପ୍ରକାର ରସ୍‌ ବାହାରିଥିଲା। ଏହା ଦେଖି ମହର୍ଷି ଭୃଗୁ ଅତ୍ୟନ୍ତ ଖୁସି ହୋଇଯାଇଥିଲେ। ଏହାସହ ତାଙ୍କ ମନରେ ଅହଂକାର ମଧ୍ୟ ଆସି ଯାଇଥିଲା। ଏସବୁ ଘଟଣାକୁ ସ୍ୱୟଂ ମହାଦେବ ନିରୀକ୍ଷଣ କରୁଥିଲେ। ସେ ଭୃଗୁଙ୍କ ଅହଂକାର ଭାଙ୍ଗିବାକୁ ନିଷ୍ପତ୍ତି ନେଇଥିଲେ। ସେ ଜଣେ ବୃଦ୍ଧଙ୍କ ବେଶରେ ଭୃଗୁଙ୍କ ପାଖକୁ ଆସି ତାଙ୍କୁ ଏତେ ଖୁସି ହେବାର କାରଣ ପଚାରିଥିଲେ। ଭୃଗୁ ତାଙ୍କୁ ଘଟଣା କହିବା ପରେ ବୃଦ୍ଧ ବେଶରେ ଥିବା ମହାଦେବ ଏହି ସାଧାରଣ ଘଟଣାରେ ଏତେ ଖୁସି ହେବାର କାରଣ କିଛି ନାହିଁ ବୋଲି କହିଥିଲେ। ଏହା କହିବା ସହ ବୃଦ୍ଧ ଜଣଙ୍କ ତାଙ୍କର ଏକ ଆଙ୍ଗୁଠି କାଟି ଦେଇଥିଲେ। ତାଙ୍କ ଆଙ୍ଗୁଠିରୁ ଭଷ୍ମ ବାହାରି ଥିଲା। ଏହାଦେଖି ମହର୍ଷି ଭୃଗୁ ଜାଣିପାରିଥିଲେ ମହାଦେବ ବୃଦ୍ଧ ବେଶରେ ଆସିଛନ୍ତି। ଏହାପରେ ମହର୍ଷି ଭୃଗୁଙ୍କ ମନରେ ଥିବା ଅହଂକାର ଦୂର ହୋଇଯାଇଥିଲା ଓ ସେ ନିଜ ଭୂଲ ବୁଝି ପାରିଥିଲେ। ସେବେଠାରୁ ଖରାପ ନଜର ଓ ମନରୁ ନକରାତ୍ମକ ଭାବନା ଦୂର କରିବାକୁ ମଥାରେ ବିଭୂତି ଲଗାଯାଇଥାଏ।

Related story