ଭାରତକୁ କାହିଁକି ଯୁବାଦେଶ ବୋଲି କୁହାଯାଏ, ଜାଣନ୍ତୁ ଆଉ କିଛି ରୋଚକ ତଥ୍ୟ

ସମଗ୍ର ବିଶ୍ୱରେ ଥିବା ପ୍ରାଚୀନ ଦେଶ ମଧ୍ୟରୁ ଭାରତ ହେଉଛି ଭାରତ ଅନ୍ୟତମ। ବହୁ ଭାଷାଭାଷି, ସଂସ୍କୃତି, ଧର୍ମ ଓ ପରମ୍ପରାର ସମ୍ମିଶ୍ରଣ ହେଉଛି ଭାରତ। ବିଭିଧତାର ଦେଶ କୁହାଯାଉଥିବା ଏହି ଭାରତକୁ ଦେବ ଭୂମି ବୋଲି କୁହାଯାଏ। ଭୌଗୋଳିକ ଆୟତନ ଅନୁସାରେ ବିଶ୍ଵର ସପ୍ତମ ଏବଂ ଜନସଂଖ୍ୟା ଅନୁସାରେ ଏହା ବିଶ୍ଵର ଦ୍ଵିତୀୟ ବୃହତ୍ତମ ଦେଶ ଅଟେ । ସେହିପରି ବିଶ୍ଵର ବୃହତ୍ତମ ଗଣତନ୍ତ୍ର ରୂପରେ ପରିଚିତ । ତେବେ ଭାରତକୁ ନେଇ ଆଜି ଆମେ […]

r-99

Tapas Behera
  • Published: Wednesday, 24 October 2018
  • , Updated: 24 October 2018, 05:59 PM IST

ସମଗ୍ର ବିଶ୍ୱରେ ଥିବା ପ୍ରାଚୀନ ଦେଶ ମଧ୍ୟରୁ ଭାରତ ହେଉଛି ଭାରତ ଅନ୍ୟତମ। ବହୁ ଭାଷାଭାଷି, ସଂସ୍କୃତି, ଧର୍ମ ଓ ପରମ୍ପରାର ସମ୍ମିଶ୍ରଣ ହେଉଛି ଭାରତ। ବିଭିଧତାର ଦେଶ କୁହାଯାଉଥିବା ଏହି ଭାରତକୁ ଦେବ ଭୂମି ବୋଲି କୁହାଯାଏ। ଭୌଗୋଳିକ ଆୟତନ ଅନୁସାରେ ବିଶ୍ଵର ସପ୍ତମ ଏବଂ ଜନସଂଖ୍ୟା ଅନୁସାରେ ଏହା ବିଶ୍ଵର ଦ୍ଵିତୀୟ ବୃହତ୍ତମ ଦେଶ ଅଟେ । ସେହିପରି ବିଶ୍ଵର ବୃହତ୍ତମ ଗଣତନ୍ତ୍ର ରୂପରେ ପରିଚିତ । ତେବେ ଭାରତକୁ ନେଇ ଆଜି ଆମେ କିଛି ରୋଚକପୂର୍ଣ୍ଣ ତଥ୍ୟ କହିବୁ , ଯାହା ଆପଣ ଜାଣି ନଥିବେ। ତେବେ ଆସନ୍ତୁ ଜାଣିବା ସେମିତି କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ।

୧-ଭାରତ ଯାହାକୁ ଇଂରାଜୀରେ ଇଣ୍ଡିଆ ବୋଲି କୁହାଯାଉଛି। ଇଣ୍ଡିଆ ଶବ୍ଦ ଇଣ୍ଡସ୍‌ ଶବ୍ଦରୁ ଆସିଛି। ଇଣ୍ଡସ୍‌ ହେଉଛି ଏକ ନଦୀ ଯାହା ଭାରତର ଉତ୍ତର ସୀମାଅରେ ପ୍ରବାହିତ।

୨-ହିନ୍ଦୀ ପରେ ଭାରତର ଇଂରାଜୀ କହୁଥବା ଲୋକଙ୍କ ସଂଖ୍ୟା ଅଧିକ। ଭାରତ ହେଉଛି ବିଶ୍ୱର ୨୪ତମ ଦେଶ ଯେଉଁଠି ଅଧିକ ଇଂରାଜୀ ଭାଷା କୁହାଯାଇଥା,।

୩-ବାରଣାସି ହେଉଛି ଭାରତର ସବୁଠାରୁ ପୁରାତନ ସହର

୪-ଭାରତର ୫୦ ପ୍ରତିଶତରୁ ଅଧିକ ଲୋକ ୨୫ ବର୍ଷରୁ କମ୍‌ ଏବଂ ୬୫ ପ୍ରତିଶତ ଲୋକେ ୩୫ ବର୍ଷରୁ କମ୍‌। ତେଣୁ ଭାରତକୁ ଅନ୍ୟ ଦେଶ ତୁଳନାରେ ଯୁବାଦେଶ ବୋଲି କୁହାଯାଏ।

୫-ବିଶ୍ୱର ସବୁଠୁ ବଡ଼ ଫିଲ୍ମ  ଇଣ୍ଡଷ୍ଟ୍ରି ଭାରତରେ ରହିଛି। ସବୁଠୁ ବେଶୀ ଫିଲ୍ମ ବଲିଉଡ୍‌ରେ ତିଆରି ହୁଏ।

୬-ଭାରତର ଲାଲ ରଙ୍ଗକୁ ଶୁଭ ବୋଲି ଧରାଯାଏ। ତେଣୁ କୌଣସି ଶୁଭ ମୂହୁର୍ତ୍ତ ହେଉ କିମ୍ବା ବିବାହ ଉତ୍ସବ ହେଉ ଲାଲ ରଙ୍ଗର ପୋଷାକ ପରିଧାନ କରାଯାଇଥାଏ।

୭-ଭାରତର ମେଘାଳୟ ହେଉଛି ଏମିତି ରାଜ୍ୟ ଯେଉଁଠି ସର୍ବାଧିକ ପରିମାଣର ବର୍ଷା ହୋଇଥାଏ। ଏଠାରେ ବର୍ଷସାରା ୪୬୭ ଇଞ୍ଚର ବର୍ଷା ହୋଇଥାଏ। ମେଘାଳୟର ଅର୍ଥ ମେଘର ପୃଥିବୀ

୮-୧୮ଶହ ଶତାବ୍ଦୀ ପୂର୍ବରୁ ଭାରତ ବିଶ୍ୱର ସବୁଠାରୁ ଧନି ଦେଶ ଥିଲା।

୯-ବିଶ୍ୱର ସବୁଠାରୁ ଉଚ୍ଚତମ ଯୁଦ୍ଧକ୍ଷେତ୍ର ଭାରତର ସିଆଚେନ୍‌ରେ ରହିଛି।

Related story