ପାକିସ୍ତାନ ସଂସଦରେ ଗଦା କାହିଁକି ରହିଥାଏ, ଜାଣନ୍ତୁ

ନୂଆଦିଲ୍ଲୀ: ଦୁନିଆରେ ଏପରି ଅନେକ ବିଚିତ୍ର ଘଟଣା ଘଟିଥାଏ, ଯାହାକୁ ଦେଖିଲେ ଆମକୁ ଅଜବ ଲାଗିବା ସହିତ ହସ ମଧ୍ୟ ଲାଗିଥାଏ।  ଯେପରି ଭାରତୀୟ ଫିଲ୍ମରେ ଆପଣ ଦେଖିଥିବେ, ସାକ୍ଷୀ ଦେବା ପୂର୍ବରୁ ଗୀତା ଛୁଇଁ ପ୍ରତିଜ୍ଞା କରାଯାଇଥାଏ। କିନ୍ତୁ ବାସ୍ତବ ଜୀବନରେ ଏପରି ଘଟିନଥାଏ। ସେହିପରି କିଛି ଦିନ ପୂର୍ବରୁ ସୋଶାଲ୍‌ ମିଡିଆରେ ଏପରି ଏକ ଫଟୋ ଭାଇରାଲ୍‌ ହୋଇଛି ଯେଉଁଥିରେ ଏକ ଅଦାଲତରେ ବିଚାରପତିଙ୍କ ସାମ୍ନାରେ ଗଦା ରଖାଯାଇଛି। କୁହାଯାଉଛି ଯେ, ଏହା ପାକିସ୍ତାନର […]

gada

Jitendra Garnayak
  • Published: Saturday, 18 August 2018
  • , Updated: 18 August 2018, 10:36 AM IST

ନୂଆଦିଲ୍ଲୀ: ଦୁନିଆରେ ଏପରି ଅନେକ ବିଚିତ୍ର ଘଟଣା ଘଟିଥାଏ, ଯାହାକୁ ଦେଖିଲେ ଆମକୁ ଅଜବ ଲାଗିବା ସହିତ ହସ ମଧ୍ୟ ଲାଗିଥାଏ।  ଯେପରି ଭାରତୀୟ ଫିଲ୍ମରେ ଆପଣ ଦେଖିଥିବେ, ସାକ୍ଷୀ ଦେବା ପୂର୍ବରୁ ଗୀତା ଛୁଇଁ ପ୍ରତିଜ୍ଞା କରାଯାଇଥାଏ। କିନ୍ତୁ ବାସ୍ତବ ଜୀବନରେ ଏପରି ଘଟିନଥାଏ।

ସେହିପରି କିଛି ଦିନ ପୂର୍ବରୁ ସୋଶାଲ୍‌ ମିଡିଆରେ ଏପରି ଏକ ଫଟୋ ଭାଇରାଲ୍‌ ହୋଇଛି ଯେଉଁଥିରେ ଏକ ଅଦାଲତରେ ବିଚାରପତିଙ୍କ ସାମ୍ନାରେ ଗଦା ରଖାଯାଇଛି। କୁହାଯାଉଛି ଯେ, ଏହା ପାକିସ୍ତାନର ଫଟୋ। ପାକିସ୍ତାନରେ ବିଚାରପତି ସାମ୍ନାରେ ଏପରି ଗଦା ରଖା ଯାଇଥାଏ।

ଭାରତରେ କିଛି ଲୋକ ଏହା ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଗଦା ପାକିସ୍ତାନରେ ମଧ୍ୟ ପୂଜା କରାଯାଇଥାଏ। କିନ୍ତୁ ଏହି ଗଦାକୁ ପୂଜା ପାଇଁ ରଖା ଯାଇନଥାଏ।

ତେବେ ବର୍ତ୍ତମାନ ପ୍ରଶ୍ନ ଉଠୁଛି, ପାକିସ୍ତାନର ସଂସଦରେ ଗଦା ରଖିବାର କାରଣ କ’ଣ?

ହିନ୍ଦୁ ଧର୍ମ ଅନୁସାରେ, ଏହି ଗଦାକୁ ଧାରଣ କରିବା ପାଇଁ କ୍ରୋଧ, ଲୋଭ,ଅଂହକାର, ବାସନା ଏବଂ କାହା ପ୍ରତି ଆକର୍ଷିତ ହେବା, ଏହି ୫ଟି କଥା ଉପରେ ନିୟନ୍ତ୍ରଣ ରଖିବାକୁ ପଡ଼ିଥାଏ।

ଏହାର କାରଣ ପ୍ରାଚୀନ ଭାରତରେ ଗଦାକୁ କେବଳ ଏକ ହତିଆର୍‌ ନୁହେଁ, ଗୋଟିଏ ବ୍ୟକ୍ତିର ଆଧିପତ୍ୟ ବିସ୍ତାର କରିବାର ଅଧିକାର ଏବଂ ଶାସନ କରିବା ଶକ୍ତିର ପ୍ରତୀକ ବୋଲି କୁହାଯାଇଥାଏ। ଏଥିପାଇଁ ପାକିସ୍ତାନର ସଂସଦରେ ଗଦାକୁ ଅଧିକ ଗୁରୁତ୍ୱ ଦିଆଯାଇଥାଏ।

କେବଳ ପାକିସ୍ତାନ ନୁହେଁ, ବିଶ୍ୱର ଅନ୍ୟ କେତେକ ଲୋକତାନ୍ତ୍ରିକ ଦେଶରେ ଏହିପରି ଗଦା ବିଧାନସଭା ମଧ୍ୟରେ ଦେଖିବାକୁ ମିଳିଥାଏ। ଗଦାର ରଙ୍ଗରୂପ ବିଭିନ୍ନ ଦେଶ ହିସାବରେ ଅଲଗା-ଅଲଗା ହୋଇଥାଏ।

ବିଶେଷକରି ବ୍ରିଟେନ୍‌ ଅଧୀନରେ ଥିବା କମନ୍‌ୱେଲଥ୍‌ ରାଷ୍ଟ୍ରର ସଂସଦରେ ସଭାପତିଙ୍କ ଆଗରେ ଏହି ଗଦାକୁ ରଖାଯାଇଥାଏ। ଏହାର ଅର୍ଥ ମଣିଷ କ୍ରୋଧ, ଅଂହକାର, ବାସନା, ଲୋଭ ଆଦି ଭୁଲି ଶାସନ କରିବାର ଶକ୍ତି ରଖିଥାଏ।

ସ୍ୱାଧୀନତା ପୂର୍ବରୁ ଭାରତର ସଂସଦରେ ମଧ୍ୟ ଏପରି ଗଦା ରଖାଯାଉଥିଲା। କିନ୍ତୁ ସ୍ୱାଧୀନତା ପରେ ଏହି ଗଦାକୁ ହଟାଇ ଦିଆ ଯାଇଥିଲା।

ହିନ୍ଦୁ ଧର୍ମ ଅନୁସାରେ ହନୁମାନ ଭଗବାନ ରାମଙ୍କ ପରେ ଯଦି କୌଣସି ବସ୍ତୁକୁ ଭଲ ପାଇଥାଆନ୍ତି, ସେ ହେଉଛି ଗଦା।

 

Related story