ଜାଣିଛନ୍ତି କାହିଁକି ବାହାହୋଇ ନାହାଁନ୍ତି କୋକିଳକଣ୍ଠୀ ଲତା ମଙ୍ଗେସକର ? ଜଣେ ରାଜାଙ୍କ ପାଇଁ...

ମୁମ୍ବାଇ: ସ୍ୱରସମ୍ରାଜ୍ଞୀ କୋକିଳକଣ୍ଠି ଲତା ମଙ୍ଗେସକରଙ୍କ ସ୍ୱରର ଯାଦୁ ଭାରତୀୟଙ୍କ ହୃଦୟରେ ଆଜି ବି ରାଜ୍ କରୁଛି । ଆଜି ପର୍ଯ୍ୟନ୍ତ ତାଙ୍କ ପରି ଜଣେ ଗାୟିକା ଭାରତବାସୀ ଦେଖିନାହାଁନ୍ତି। କେବଳ ଭାରତରେ ନୁହେଁ, ସାରା ପୃଥିବୀରେ ଅଛନ୍ତି ତାଙ୍କର ଫ୍ୟାନ୍। ତାଙ୍କର ପ୍ରତିଟି ବ୍ୟକ୍ତିଗତ କଥା ଜାଣିବାକୁ ସମସ୍ତଙ୍କର ଭିତରେ ଆଗ୍ରହ। ହେଲେ ସମସ୍ତଙ୍କୁ ନିଜ କଣ୍ଠସ୍ୱରରେ ପାଗଳ କରୁଥିବା ଲତା, ଆଜି ପର୍ଯ୍ୟନ୍ତ କାହିଁକି ଏକା ରହିବାକୁ ପସନ୍ଦ କରିଛନ୍ତି, କାହିଁକି ସେ ନିଜ […]

lata-mangeshkar,,,

Rakesh Mallick
  • Published: Monday, 19 June 2017
  • , Updated: 28 September 2017, 07:41 AM IST

ମୁମ୍ବାଇ: ସ୍ୱରସମ୍ରାଜ୍ଞୀ କୋକିଳକଣ୍ଠି ଲତା ମଙ୍ଗେସକରଙ୍କ ସ୍ୱରର ଯାଦୁ ଭାରତୀୟଙ୍କ ହୃଦୟରେ ଆଜି ବି ରାଜ୍ କରୁଛି । ଆଜି ପର୍ଯ୍ୟନ୍ତ ତାଙ୍କ ପରି ଜଣେ ଗାୟିକା ଭାରତବାସୀ ଦେଖିନାହାଁନ୍ତି। କେବଳ ଭାରତରେ ନୁହେଁ, ସାରା ପୃଥିବୀରେ ଅଛନ୍ତି ତାଙ୍କର ଫ୍ୟାନ୍। ତାଙ୍କର ପ୍ରତିଟି ବ୍ୟକ୍ତିଗତ କଥା ଜାଣିବାକୁ ସମସ୍ତଙ୍କର ଭିତରେ ଆଗ୍ରହ।

ହେଲେ ସମସ୍ତଙ୍କୁ ନିଜ କଣ୍ଠସ୍ୱରରେ ପାଗଳ କରୁଥିବା ଲତା, ଆଜି ପର୍ଯ୍ୟନ୍ତ କାହିଁକି ଏକା ରହିବାକୁ ପସନ୍ଦ କରିଛନ୍ତି, କାହିଁକି ସେ ନିଜ ପାଇଁ ଜଣେ ଫିଟ୍ ପାର୍ଟନର ଖୋଜି ନାହାଁନ୍ତି ତାହା ହୁଏତ ଅନେକଙ୍କୁ ଅଜଣା ଥିବ। ନିକଟରେ ଏକ ଇଣ୍ଟରଭ୍ୟୁରେ ତାଙ୍କୁ ଏ ବିଷୟରେ ପଚରା ଯିବାରୁ ସେ ଏ ସଂପର୍କୀତ ଗୁମର ଖୋଲିନଥିଲେ। ବରଂ ଉତ୍ତରରେ କେବଳ ଏତିକି କହିଥିଲେ, ପରିବାରର ସବୁ ଦାୟିତ୍ୱ ତାଙ୍କ ଉପରେ ଥିଲା। ଭାଇ ଭଉଣୀଙ୍କୁ ମଣିଷ କରିବାରେ ସେ ଏତେ ବ୍ୟସ୍ତ ରହିଥିଲେ ଯେ, ନିଜର ସଂସାର କଥା ଭାବିପାରି ନଥିଲେ।

ହେଲେ କୁହାଯାଏ, ଅସଲ କଥାଟି ଅଲଗା, ବହୁତ କମ୍ ଲୋକ ଜାଣିଥିବେ ଯେ ଲତା ମଙ୍ଗେସକର କେବେ ଜଣେ ମହାରାଜାଙ୍କ ପ୍ରେମରେ ପଡିଥିଲେ। ସେ ରାଜା ଜଣକ କିଏ ଜାଣିଛନ୍ତି ?  ସେ ହେଲେ ଡୁଗରପୁରର ତତ୍କାଳୀନ ମହାରାଜା ରାଜ୍ ସିଂହ। ଲତାଙ୍କ ଭାଇ ହୃଦୟନାଥ ଓ ରାଜ୍ ସିଂହ ଦୁହେଁ ବହୁତ ଭଲ ସାଙ୍ଗ ଥିଲେ। ସେମାନେ ସାଙ୍ଗ ହୋଇ କ୍ରିକେଟ ଖେଳୁଥିଲେ। ଯେବେ ସେମାନେ ଆଇନ୍ ପଢିବା ପାଇଁ ମୁମ୍ବାଇ ଅସିଥିଲେ। ସେତେବେଳେ ଲତାଙ୍କ ସହ ରାଜାଙ୍କର ଦେଖା ହେଇଥିଲା। ରାଜ୍ ସିଂ ତାଙ୍କ ଘରକୁ ଯିବା ଆସିବା କରିବା ସମୟରେ ତାଙ୍କ ଭିତରେ ପ୍ରେମ ହୋଇଥିଲା। ଦୁହେଁ ବିବାହ କରିବାକୁ ମଧ୍ୟ ଚାହୁଁଥିଲେ। କିନ୍ତୁ ରାଜ୍ ସିଂ ତାଙ୍କ ମା ଓ ବାପାଙ୍କୁ କଥା ଦେଇଥିଲେ ଯେ, ସେ କୌଣସି ସାଧାରଣ ଘରର ଝିଅକୁ ବିବାହ କରିବେ ନାହିଁ। ସେଥିପାଇଁ ତାଙ୍କୁ ଲତାଙ୍କଠାରୁ ଦୂରେଇ ଯିବାକୁ ପଡ଼ିଥିଲା।

କୁହାଯାଏ, ପ୍ରଥମ ପ୍ରେମକୁ ଭୁଲିବା ବହୁତ ବହୁତ କଷ୍ଟ।  ବୋଧହୁଏ ଲତା ଏବେବି ତାଙ୍କର ସେହି ପ୍ରଥମ ପ୍ରେମକୁ ଭୁଲିପାରି ନାହାଁନ୍ତି। ସେହି କାରଣରୁ ବୋଧହୁଏ ସେ ବରଂ ଅବିବାହିତା ରହିବାକୁ ପସନ୍ଦ କରିଛନ୍ତି। ସବୁଠୁ ବଡ଼ କଥା ହେଲା, ପ୍ରେମିକ ରାଜା ରାଜ୍ ସିଂହ ମଧ୍ୟ ବାହାହୋଇ ନାହାଁନ୍ତି ।

Related story