ନିଜେ ତିଆରି କରିଥିବା 'ରାମସେତୁ'କୁ କାହିଁକି ଭାଙ୍ଗି ଦେଇଥିଲେ ପ୍ରଭୁ ଶ୍ରୀରାମ ?

ପ୍ରଭୁ ଶ୍ରୀରାମ ଲଙ୍କାପତି ରାବଣଙ୍କୁ ଯୁଦ୍ଧରେ ହରାଇ ପତ୍ନୀ ସୀତାଙ୍କୁ ଉଦ୍ଧାର କରିବା ସହ ଲଙ୍କା ବିଜୟ କରିଥିଲେ। ହେଲେ ଲଙ୍କା ବିଜୟ ଏତେ ସହଜ ନଥିଲା ତାଙ୍କ ପକ୍ଷରେ। କାରଣ ଲଙ୍କାରେ ପହଞ୍ଚିବା ପାଇଁ ଏକ ବିଶାଳ ସମୁଦ୍ର ଅତିକ୍ରମ କରିବାକୁ ପଡିଥିଲା ଶ୍ରୀରାମଙ୍କୁ। ବିଶାଳ ବାନର ସେନାକୁ ସାଙ୍ଗରେ ନେବା ପାଇଁ ସମୁଦ୍ର ପଥରେ ବାନରଙ୍କ ସାହାଯ୍ୟରେ ସେ ନିର୍ମାଣ କରିଥିଲେ ଏକ ବିଶାଳ ସେତୁ। ଯାହା ଏବେ ରାମସେତୁ ନାଁରେ ଜଣାଶୁଣା। ତେବେ […]

ram

ram

Rakesh Mallick
  • Published: Wednesday, 14 June 2017
  • Updated: 14 June 2017, 12:59 PM IST

Sports

Latest News

ପ୍ରଭୁ ଶ୍ରୀରାମ ଲଙ୍କାପତି ରାବଣଙ୍କୁ ଯୁଦ୍ଧରେ ହରାଇ ପତ୍ନୀ ସୀତାଙ୍କୁ ଉଦ୍ଧାର କରିବା ସହ ଲଙ୍କା ବିଜୟ କରିଥିଲେ। ହେଲେ ଲଙ୍କା ବିଜୟ ଏତେ ସହଜ ନଥିଲା ତାଙ୍କ ପକ୍ଷରେ। କାରଣ ଲଙ୍କାରେ ପହଞ୍ଚିବା ପାଇଁ ଏକ ବିଶାଳ ସମୁଦ୍ର ଅତିକ୍ରମ କରିବାକୁ ପଡିଥିଲା ଶ୍ରୀରାମଙ୍କୁ। ବିଶାଳ ବାନର ସେନାକୁ ସାଙ୍ଗରେ ନେବା ପାଇଁ ସମୁଦ୍ର ପଥରେ ବାନରଙ୍କ ସାହାଯ୍ୟରେ ସେ ନିର୍ମାଣ କରିଥିଲେ ଏକ ବିଶାଳ ସେତୁ। ଯାହା ଏବେ ରାମସେତୁ ନାଁରେ ଜଣାଶୁଣା। ତେବେ ବହୁତ କମ ଲୋକ ଜାଣିଥିବେ ଯେ ଶ୍ରୀରାମ ପୁନର୍ବାର ମଧ୍ୟ ଲଙ୍କାକୁ ଯାଇଥିଲେ ଏବଂ ସ୍ୱୟଂ ନିଜେ ନିର୍ମାଣ କରିଥିବା ସେତୁର ଗୋଟିଏ ପାର୍ଶ୍ୱକୁ ଭାଙ୍ଗିଥିଲେ।

କଣ ପାଇଁ ଶ୍ରୀରାମ ଭାଙ୍ଗିଥିଲେ ସେତୁ ଜାଣନ୍ତି?

ram setu 1ପଦ୍ମ ପୁରାଣ ଅନୁଯାୟୀ, ରାବଣକୁ ମାରିବା ପରେ ଶ୍ରୀରାମ ବିଭୀଷଣଙ୍କୁ ଲଙ୍କାର ରାଜଗାଦି ଦେଇ ଅଯୋଧ୍ୟା ଫେରି ଆସିଥିଲେ। ଅଯୋଧ୍ୟାର ରାଜା ଥିବା ସମୟରେ ବିଭୀଷଣ କିପରି  ଶାସନ କରୁଛନ୍ତି ତାହା ଜାଣିବା ପାଇଁ ଶ୍ରୀରାମ ଲଙ୍କା ଯିବାକୁ ପ୍ରସ୍ତୁତି କଲେ। ଶ୍ରୀରାମ ଲଙ୍କା ଯାଉଥିବାର ଖବର ପାଇ ଭାଇ ଭରତ ମଧ୍ୟ ଲଙ୍କା ଯିବାକୁ ନିବେଦନ କଲେ। ତେଣୁ ଅଯୋଧ୍ୟାର ଦାୟିତ୍ୱ ସାନ ଭାଇ ଲକ୍ଷ୍ମଣଙ୍କୁ ଦେଇ ଭରତଙ୍କ ସହ ରାମ ଲଙ୍କା ଅଭିମୁଖେ ଯାତ୍ରା ଆରମ୍ଭ କଲେ। ପୁଣିଥରେ ପ୍ରଭୁ ଲଙ୍କା ଯାଉଥିବାର ଖବର ପାଇ ବାନର ରାଜା ସୁଗ୍ରୀବ ମଧ୍ୟ ତାଙ୍କ ସହ ଯିବାକୁ ନିବେଦନ କଲେ। ପୁଷ୍ପକ ବିମାନରେ ଭାଇ ଭରତ, ବାନର ରାଜା ସୁଗ୍ରୀବ ଓ ଅନ୍ୟ ବାନରଙ୍କ ସହ ପ୍ରଭୁ ଶ୍ରୀରାମ ଲଙ୍କା ଅଭିମୁଖେ ଯାତ୍ରା କଲେ।

ଲଙ୍କାରେ ପହଞ୍ଚିବା ପରେ ଶ୍ରୀରାମ ବିଭୀଷଣଙ୍କୁ ତିନି ଦିନ ଧରି ଧର୍ମ-ଅର୍ଧମ ଉପରେ ବୁଝାଇଥିଲେ। ବିଭୀଷଣଙ୍କୁ ଧର୍ମ ମାର୍ଗରେ ଶାସନ କରିବାକୁ ପରାମର୍ଶ ଦେଇଥିଲେ। ବିଭୀଷଣଙ୍କ ଶାସନ ଉପରେ ଖୁସି ହୋଇଥିଲେ ଶ୍ରୀରାମ। ଅଯୋଧ୍ୟାକୁ ଫେରିବା ବେଳେ ରାଜା ବିଭୀଷଣ ପ୍ରଭୁ ଶ୍ରୀରାମଙ୍କୁ ସମୁଦ୍ର ପଥରେ ଥିବା ସେତୁକୁ ଭାଙ୍ଗିବାକୁ ନିବେଦନ କରିଥିଲେ। କାରଣ ବିଭୀଷଣଙ୍କୁ ଡର ଥିଲା କି ଏହି ସେତୁ ମାଧ୍ୟମରେ ଶତ୍ରୁପକ୍ଷ ଓ ଅନ୍ୟ ଲୋକମାନେ ଲଙ୍କା ଭିତରକୁ ପ୍ରବେଶ କରପାରନ୍ତି। ପ୍ରଭୁ ଶ୍ରୀରାମ ମଧ୍ୟ ତାଙ୍କ ବନ୍ଧୁଙ୍କ କଥା ରକ୍ଷା କରି ନିଜ ଧନୁ ସାହାଯ୍ୟରେ ସେତୁକୁ ଭାଙ୍ଗି ମଝିରୁ ଦୁଇ ଖଣ୍ଡ କରି ଦେଇଥିଲେ।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos