ପ୍ରଧାନମନ୍ତ୍ରୀଙ୍କ ବଡିଗାର୍ଡ କ'ଣ ପାଇଁ ପିନ୍ଧନ୍ତି କଳାଚଷମା ?

ସେ ଦିନ ହେଉ କି ରାତି । ପ୍ରଧାନମନ୍ତ୍ରୀଙ୍କ ଅଙ୍ଗରକ୍ଷୀ ସବୁବେଳେ କଳାଚଷମା ପିନ୍ଧନ୍ତି। ଯେତେବେଳେ ବି ଆମ ପ୍ରଧାନମନ୍ତ୍ରୀ କେବେ କୌଣସି ଭାଷଣ ଦିଅନ୍ତି କିମ୍ବା ରେଳରେ ଯାତ୍ରା କରନ୍ତି ତାଙ୍କ ପଛରେ ଯେଉଁମାନେ ସୁରକ୍ଷା କର୍ମୀ ଥାନ୍ତି ସେମାନେ କଳାଚଷମା ପିନ୍ଧିଥାନ୍ତି। ଅଧିକରୁ ଅଧିକ କେହି କେହି ବଡ଼ବଡ଼ ସେଲିବ୍ରେଟିଙ୍କ ସୁରକ୍ଷାକର୍ମୀ ଏହାକୁ ବ୍ୟବାହାର କରିଥାନ୍ତି। ଏହା ପଛରେ କାରଣ କ’ଣ।  କ’ଣ ସବୁ ରହିଛି ରହସ୍ୟ ଆସନ୍ତୁ ଜାଣିବା।  ଏମାନଙ୍କ ଆଖିକୁ କେହି […]

primeminister

Rakesh Mallick
  • Published: Sunday, 26 March 2017
  • , Updated: 26 March 2017, 08:00 PM IST

ସେ ଦିନ ହେଉ କି ରାତି । ପ୍ରଧାନମନ୍ତ୍ରୀଙ୍କ ଅଙ୍ଗରକ୍ଷୀ ସବୁବେଳେ କଳାଚଷମା ପିନ୍ଧନ୍ତି। ଯେତେବେଳେ ବି ଆମ ପ୍ରଧାନମନ୍ତ୍ରୀ କେବେ କୌଣସି ଭାଷଣ ଦିଅନ୍ତି କିମ୍ବା ରେଳରେ ଯାତ୍ରା କରନ୍ତି ତାଙ୍କ ପଛରେ ଯେଉଁମାନେ ସୁରକ୍ଷା କର୍ମୀ ଥାନ୍ତି ସେମାନେ କଳାଚଷମା ପିନ୍ଧିଥାନ୍ତି। ଅଧିକରୁ ଅଧିକ କେହି କେହି ବଡ଼ବଡ଼ ସେଲିବ୍ରେଟିଙ୍କ ସୁରକ୍ଷାକର୍ମୀ ଏହାକୁ ବ୍ୟବାହାର କରିଥାନ୍ତି। ଏହା ପଛରେ କାରଣ କ’ଣ।  କ’ଣ ସବୁ ରହିଛି ରହସ୍ୟ ଆସନ୍ତୁ ଜାଣିବା।

 ଏମାନଙ୍କ ଆଖିକୁ କେହି ଦେଖିପାରିବେ ନାହିଁ

ଯେତେବେଳେ ଏମାନେ ପ୍ରଧାନମନ୍ତ୍ରୀ ପଛପଟେ ରୁହନ୍ତି ଏମାନଙ୍କ ଲକ୍ଷ୍ୟ ପୂରା ତୀକ୍ଷ୍ଣ ଥାଏ। ଏମମାଙ୍କ ନଜର ବିଜୁଳି ପରି ଚାରିପଟେ ବୁଲୁଥାଏ। ଏମାନେ କାହାକୁ ଲକ୍ଷ୍ୟ କରୁଛନ୍ତି କେହି ଯେମିତି ନଜାଣିପାରନ୍ତି ସେଥିପାଇଁ ଏମାନେ  କଳା ଚଷମା ପିନ୍ଦିଥାନ୍ତି।

କଳେବଳେ କୌଶଳେ ରକ୍ଷା କରିବା ଏମାନଙ୍କ ଧର୍ମ

ସବୁଠାରୁ ଖାସ କଥା ହେଲା ଯଦି ଅକଷ୍ମାତ କିଛି ବିସ୍ଫୋରଣ କିମ୍ବା ବୋମା ଫୁଟେ ବା ଗୁଳିଗୁଳା ବର୍ଷଣ ହେଲା ସ୍ୱାଭାବିକ ଭାବେ ସେଠାରେ ଉପସ୍ଥିତ ଥିବା ଲୋକଙ୍କ କିଛି କ୍ଷଣ ପାଇଁ ଆଖି ବନ୍ଦ ହୋଇପାରେ। କିନ୍ତୁ ସୁରକ୍ଷାକର୍ମୀଙ୍କ ଆଖିପତା କେବେବି ପଡ଼େନି। ସେ ଯେତେବଡ଼ ଅପ୍ରୀତକର ଘଟଣା ଘଟିଲେ ମଧ୍ୟ ଆଖି ଖୋଲା ଥାଏ। ଆଉ ଶତ୍ରୁପକ୍ଷକୁ ଟାର୍ଗେଟ କରିବା ସହଜ ହୋଇଥାଏ। ଏଥିପାଇଁ କଳା ଚଷମା ହିଁ ସବୁଠାରୁ ବଡ଼ ବିକଳ୍ପ। ଅନେକ ପରୀକ୍ଷା ନିରୀକ୍ଷା ପରେ ଏହା ପ୍ରମାଣ ହୋଇଛି।

ବଡିଲାଙ୍ଗୁଏଜ ପଢିବାର ଦକ୍ଷତା

ଏହି ସୁରକ୍ଷାକର୍ମୀଙ୍କୁ ସ୍ୱତନ୍ତ୍ର ପ୍ରଶିକ୍ଷଣ ଦିଆଯାଇଥାଏ। ସାମ୍ନାପଟ ଥିବା ବ୍ୟକ୍ତିଙ୍କ ଆଖି ଏବଂ ଶାରରିରୀକ ଭାଷା ପଢିପାରିବାର କ୍ଷମତା ଏମାନଙ୍କ ପାଖରେ ରହିଛି। ସମ୍ମୁଖପଟଣ ଥିବା ବ୍ୟକ୍ତିଙ୍କ ପରବର୍ତ୍ତୀ ପଦେକ୍ଷପ କଣ ରହିବ ଏମାନେ ବାରିପାରନ୍ତି। ଏପରିକି ମନର ପରିଭାଷାକୁ ଏମାନେ ଭଲଭାବେ ପଢିପାରନ୍ତି। ଆଉ କଳାଚଷମା ଦ୍ୱାରା ହିଁ ଏହା ନିରୀକ୍ଷଣ କରିବା ସହଜ ହୋଇଥାଏ।

ହଠାତ୍ ଆକ୍ରମଣରୁ ଆଖିକୁ ବଞ୍ଚାଇବା

କୌଣସି ପରିସ୍ଥିତିରେ ଶତ୍ରୁପକ୍ଷର ଆକ୍ରମଣରୁ ଆଖିକୁ ସୁରକ୍ଷିତ ରଖିବା ଜରୁରୀ। ସେ କୌଣସି ବିଷାକ୍ତ ଗ୍ୟାସ ନିର୍ଗମ ହେଉକି ଗୁଳିଗୁଳାର ବିସ୍ଫୋରଣ ହେଉ ପ୍ରଥମେ ଆଖିକୁ ସୁରକ୍ଷିତ ରଖିବାଉଚିତ୍।  ଫଳରେ ପ୍ରତିଆକ୍ରମଣ କରିବା ସହଜ ହୋଇଥାଏ।  କାରଣ ଆଖି କୌଣସି ହତିଆର ଠାରୁ କମ୍ ନୁହେଁ।  ଏହାକୁ ସମ୍ଭାଳି ରଖିବା ପାଇଇଁ କଳାଚଷମାର ଆବଶ୍ୟକ ରହିଛି।

ଖରା କିମ୍ବା କୌଣସି ପ୍ରକାର ଆଲୋକରୁ ବର୍ତ୍ତିବା 

କୌଣସି ଅନ୍ଧାର ଘରକୁ ହଠାତ୍ ସୂର୍ଯ୍ୟକିରଣ ପ୍ରବେଶ କିମ୍ବା ବଡ଼ ଲାଇଟ ପଡ଼ିଲେ ଆମକୁ କିଛି କ୍ଷଣ ପାଇଁ ଅନ୍ଧାର ଦିଶେ। ସେଥିପାଇଁ ଏମିତି କିଛି ପରିସ୍ଥିତିଚ ମୁକୁଳିବା ପାଇଁ ଏହି ସୁରକ୍ଷାକର୍ମୀମାନେ କଳାଚଷମା ବ୍ୟବହାର କରିଥାନ୍ତି।

ନିଜ ଭାବନାକୁ ଚାପିବା

ଆଖିର ଚାହାଣିରୁ ହିଁ ଭାବନାର ପରିପ୍ରକାଶ ହୋଇଥାଏ। ଆଉ ସମସ୍ତଙ୍କ ପରି ସୁରକ୍ଷାକର୍ମୀଙ୍କ ମଧ୍ୟ ଭାବନା ରହିଛି। ହେଲେ ଏମାନେ ସବୁ ବେଳେ ଗମ୍ଭୀର ଥାନ୍ତି। ପରିସ୍ଥିତି ଯାହା ଥାଉ ମଧ୍ୟ ସମସ୍ତଙ୍କ ନଜରରୁ ନିଜ ଭାବନାକୁ ଲୁଚାଇବା ପାଇଁ ଏମାନେ କଳାଚଷମା ବ୍ୟବହାର କରିଥାନ୍ତି।

Related story