ନୋଟ୍‌ରେ କାହିଁକି କେବଳ ମହାତ୍ମା ଗାନ୍ଧିଙ୍କ ଫଟୋ ହିଁ ଛପାଯାଏ?

ନୂଆଦିଲ୍ଲୀ: ଆଜି ହେଉଛି ଜାତିର ଜନକ ମହାତ୍ମା ଗାନ୍ଧିଙ୍କ ୧୪୮ତମ ଜୟନ୍ତୀ। ମହାତ୍ମା ଗାନ୍ଧିଙ୍କ ସଂପର୍କରେ ଆପଣ ଅନେକ କଥା ଜାଣିଥିବେ। କିନ୍ତୁ ଆପଣ ଜାଣିଛନ୍ତି କି ଆମେ ସବୁ ଦିନେ ବ୍ୟବହାର କରୁଥିବା ନୋଟ୍‌ରେ କାହିଁକି କେବଳ ମହାତ୍ମା ଗାନ୍ଧିଙ୍କ ଫଟୋ ଛପାଯାଏ। ପୁଣି ଏହି ଫଟୋଟି କେଉଁଠାରୁ ଅଣାଯାଇଛି ତା’ ବିଷୟରେ କିଛି ଜାଣିଛନ୍ତି କି? ତା’ହେଲେ ଆସନ୍ତୁ ଜାଣିବା ଭାରତୀୟ ନୋଟ୍‌ରେ ଛପା ହେଉଥିବା ମହାତ୍ମା ଗାନ୍ଧିଙ୍କ ଫଟୋ ସଂପର୍କିତ କିଛି ରୋଚକପୂର୍ଣ୍ଣ […]

mahatma

mahatma

Rakesh Mallick
  • Published: Monday, 02 October 2017
  • Updated: 02 October 2017, 04:53 AM IST

ନୂଆଦିଲ୍ଲୀ: ଆଜି ହେଉଛି ଜାତିର ଜନକ ମହାତ୍ମା ଗାନ୍ଧିଙ୍କ ୧୪୮ତମ ଜୟନ୍ତୀ। ମହାତ୍ମା ଗାନ୍ଧିଙ୍କ ସଂପର୍କରେ ଆପଣ ଅନେକ କଥା ଜାଣିଥିବେ। କିନ୍ତୁ ଆପଣ ଜାଣିଛନ୍ତି କି ଆମେ ସବୁ ଦିନେ ବ୍ୟବହାର କରୁଥିବା ନୋଟ୍‌ରେ କାହିଁକି କେବଳ ମହାତ୍ମା ଗାନ୍ଧିଙ୍କ ଫଟୋ ଛପାଯାଏ। ପୁଣି ଏହି ଫଟୋଟି କେଉଁଠାରୁ ଅଣାଯାଇଛି ତା’ ବିଷୟରେ କିଛି ଜାଣିଛନ୍ତି କି? ତା’ହେଲେ ଆସନ୍ତୁ ଜାଣିବା ଭାରତୀୟ ନୋଟ୍‌ରେ ଛପା ହେଉଥିବା ମହାତ୍ମା ଗାନ୍ଧିଙ୍କ ଫଟୋ ସଂପର୍କିତ କିଛି ରୋଚକପୂର୍ଣ୍ଣ କଥା।

ଭାରତୀୟ ରିଜର୍ଭ ବ୍ୟାଙ୍କରୁ ମିଳିଥିବା ତଥ୍ୟ ଅନୁଯାୟୀ ୧୯୯୬ ମସିହାରୁ ମହାତ୍ମା ଗାନ୍ଧିଙ୍କ ଫଟୋ ଥିବା ନୋଟ୍ ପ୍ରଚଳିତ ହୋଇଆସୁଛି। ତେବେ ଏହା ପୂର୍ବରୁ ୧୯୮୭ରୁ ମହାତ୍ମା ଗାନ୍ଧିଙ୍କ ଫଟୋକୁ ଭାରତୀୟ ନୋଟ୍‌ରେ ୱାଟରମାର୍କ ଭାବେ ବ୍ୟବହାର କରାଯାଉଥିଲା। ଏହା ନୋଟ୍‌ର ବାମ ପାର୍ଶ୍ୱରେ ରହୁଥିଲା। କିନ୍ତୁ ୧୯୯୬ରୁ ଗାନ୍ଧିଙ୍କ ଫଟୋ ନୋଟ୍‌ରେ ଛପା ହେଲା। ନୋଟ୍‌ରେ ଅଶୋକ ସ୍ତମ୍ଭକୁ ଯେଉଁ ସ୍ଥାନରେ ରଖାଯାଉଥିଲା ସେହି ସ୍ଥାନରେ ତାଙ୍କ ଫଟୋ ଛପାଗଲା ଓ ଅଶୋକ ସ୍ତମ୍ଭକୁ ନୋଟ୍‌ର ବାମ ପାର୍ଶ୍ୱର ନିମ୍ନ ଭାଗରେ ରଖାଗଲା।

ଏକ ଆର୍‌ଟିଆଇରୁ ମିଳିଥିବା ତଥ୍ୟ ଅନୁଯାୟୀ ମହାତ୍ମା ଗାନ୍ଧିଙ୍କ ଫଟୋକୁ ନୋଟ୍‌ରେ ଛାପିବା ପାଇଁ ୧୯୯୩ରେ ଆର୍‌ବିଆଇ ସରକାରଙ୍କୁ ସୁପାରିଶ କରିଥିଲେ। କେବଳ ମହାତ୍ମା ଗାନ୍ଧିଙ୍କ ଫଟୋକୁ ନୋଟ୍‌ରେ ଛାପିବା ନେଇ ଅନେକ ସମୟରେ ଯୁକ୍ତିତର୍କ ହୋଇଛି। ଅନ୍ୟ ସ୍ୱାଧୀନତା ସଂଗ୍ରାମୀଙ୍କ ଫଟୋ କାହିଁକି ଏଥିରେ ଛପା ନଯିବ ବୋଲି ପ୍ରଶ୍ନ ମଧ୍ୟ ଉଠିଛି।

ଭାରତୀୟ ନୋଟ୍‌ରେ କେବଳ ମହାତ୍ମା ଗାନ୍ଧିଙ୍କ ଫଟୋ ଛପା ଯିବା ପଛରେ ଥିବା ଯୁକ୍ତିଟି ହେଉଛି ଏମିତି। ବିଭିନ୍ନତା ମଧ୍ୟରେ ଏକତାର ଦେଶ ଭାରତରେ ମହାତ୍ମା ଗାନ୍ଧିଙ୍କୁ ରାଷ୍ଟ୍ରୀୟ ପ୍ରତୀକ ଭାବେ ଗ୍ରହଣ କରାଯାଇଛି। ଜାତିର ଜନକ ଉପାଧି ହାସଲ କରିଥିବା ମହାତ୍ମା ଗାନ୍ଧି ସେତେବେଳେ ଦେଶର ଚେହେରା ଥିଲେ। ତେଣୁ ତାଙ୍କର ଫଟୋକୁ ନୋଟ୍‌ରେ ଛାପିବା ପାଇଁ ନିଷ୍ପତ୍ତି ହୋଇଥିଲା। ଅନ୍ୟ ସ୍ୱାଧୀନତା ସଂଗ୍ରାମୀଙ୍କ ଫଟୋକୁ ନୋଟ୍‌ରେ ନଛାପିବା ପଛରେ ଯୁକ୍ତି ରହିଥିଲା ଯେ ଏମିତି କଲେ ଆଞ୍ଚଳିକ ବିବାଦ ଉଠିଥାଆନ୍ତା। ପ୍ରତ୍ୟେକ ରାଜ୍ୟର ଲୋକେ ସେମାନଙ୍କ ଅଞ୍ଚଳର ସ୍ୱାଧୀନତା ସଂଗ୍ରାମୀଙ୍କ ଫଟୋ ନୋଟ୍‌ରେ ଛାପିବା ପାଇଁ ଦାବି କରି ଥାଆନ୍ତେ। କୌଣସି ନିର୍ଜୀବ ବସ୍ତୁର ଫଟୋ ଛାପିଥିଲେ ବି ସେହି ସମାନ ସ୍ଥିତି ସୃଷ୍ଟି ହୋଇଥାଆନ୍ତା ବୋଲି କୁହାଯାଏ। ଅବଶ୍ୟ ଏହା କୌଣସି ଆନୁଷ୍ଠାନିକ ଯୁକ୍ତି ନୁହେଁ।

ନିକଟରେ  ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀ ଲୋକସଭାରେ ଏ ସଂପର୍କିତ ଏକ ପ୍ରଶ୍ନର ଜବାବରେ କହିଥିଲେ ଯେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ପ୍ୟାନେଲ୍‌ ମହାତ୍ମା ଗାନ୍ଧିଙ୍କ ସ୍ଥାନରେ ଅନ୍ୟ କୌଣସି ରାଷ୍ଟ୍ରୀୟ ନେତାଙ୍କ ଫଟୋ ନ ଛାପିବାକୁ ନିଷ୍ପତ୍ତି ନେଇଛି। ତାର କାରଣ ହେଉଛି ମହାତ୍ମା ଗାନ୍ଧିଙ୍କଠାରୁ ଅଧିକ ଆଉ କୌଣସି ନେତା ଦେଶର ସ୍ୱଭାବର ପ୍ରତିନିଧିତ୍ୱ କରିପାରିବେ ନାହିଁ।

gandhi

ନୋଟ୍‌ରେ ଥିବା ଗାନ୍ଧିଙ୍କ ଫଟୋଟି କେବେ ଉଠାଯାଇଥିଲା?

ଆପଣମାନେ ନୋଟ୍‌ରେ ଦେଖୁଥିବା ମହାତ୍ମା ଗାନ୍ଧିଙ୍କ ଫଟୋଟି ୧୯୪୬ରେ ଉଠା ଯାଇଥିଲା। ସେ ଲର୍ଡ ଫ୍ରିଡ୍‌ରିକ ପେଥିକ ଲରେନ୍ସ ଭିକ୍‌ଟ୍ରୀ ହାଉସ୍‌କୁ ଯାଇଥିବା ବେଳେ ଏହି ଫଟୋଟି ଉଠାଯାଇଥିଲା।

ସୌଜନ୍ୟ- ଆଜ୍‌ତକ୍‌

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story