ମାଂସ ଖାଇ ପ୍ରତିଜ୍ଞା ଭାଙ୍ଗିଲେ ସ୍ୱାମୀ, ଛାଡ଼ପତ୍ର ଆବେଦନ କଲେ ସ୍ତ୍ରୀ

ଅହମଦାବାଦ: ଗୁଜରାଟର ସୋଲା ରହନ୍ତି କରନ ଚନ୍ଦେଲା ଓ ତାଙ୍କ ପତ୍ନୀ ରୀମା ଦୋଶୀ। ୬ ବର୍ଷ ପୂର୍ବେ ପ୍ରଥମ ଦେଖାରେ ଦୁହେଁ ପଡ଼ି ଯାଇଥିଲେ ପ୍ରେମରେ। ପରିବାର ଲୋକଙ୍କ ଅନୁମତି ନେଇ ଦୁହେଁ କରିଥିଲେ ବିବାହ। ତେବେ ବାହା ହେବା ପୂର୍ବରୁ ରୀମା ରଖିଥିଲେ ଗୋଟିଏ ସର୍ତ୍ତ। ସେହି ସର୍ତ୍ତରେ ରାଜି ହୋଇଯାଇଥିଲେ କରନ। ସର୍ତ୍ତଟି ଥିଲା କରନ ମାଂସ ଓ ଅନ୍ୟ ଆମିଷ ଖାଇବା ଛାଡ଼ି ଦେବେ। ପ୍ରେମ ପାଇଁ ଲୋକେ କେତେ କ’ଣ […]

Housedivided

Rakesh Mallick
  • Published: Saturday, 22 April 2017
  • , Updated: 22 April 2017, 11:01 AM IST

ଅହମଦାବାଦ: ଗୁଜରାଟର ସୋଲା ରହନ୍ତି କରନ ଚନ୍ଦେଲା ଓ ତାଙ୍କ ପତ୍ନୀ ରୀମା ଦୋଶୀ। ୬ ବର୍ଷ ପୂର୍ବେ ପ୍ରଥମ ଦେଖାରେ ଦୁହେଁ ପଡ଼ି ଯାଇଥିଲେ ପ୍ରେମରେ। ପରିବାର ଲୋକଙ୍କ ଅନୁମତି ନେଇ ଦୁହେଁ କରିଥିଲେ ବିବାହ। ତେବେ ବାହା ହେବା ପୂର୍ବରୁ ରୀମା ରଖିଥିଲେ ଗୋଟିଏ ସର୍ତ୍ତ। ସେହି ସର୍ତ୍ତରେ ରାଜି ହୋଇଯାଇଥିଲେ କରନ। ସର୍ତ୍ତଟି ଥିଲା କରନ ମାଂସ ଓ ଅନ୍ୟ ଆମିଷ ଖାଇବା ଛାଡ଼ି ଦେବେ। ପ୍ରେମ ପାଇଁ ଲୋକେ କେତେ କ’ଣ ଛାଡ଼ି ଦେଉଛନ୍ତି। ତା’ ଆଗରେ ରୀମାଙ୍କ ଏ ସର୍ତ୍ତ କରନଙ୍କ ପାଇଁ ଥିଲା ତୁଚ୍ଛ।

ରୀମା ଜୈନ ସଂପ୍ରଦାୟର ଝିଅ। ସେ ପୂରା ଶାକାହାରୀ। ତେଣୁ ଆମିଷ ଛାଡ଼ିବାକୁ କରନଙ୍କୁ କହିଥିଲେ।

ତେବେ ସମୟ ଗଡ଼ିବା ସହିତ ଦୁହିଁଙ୍କ ମଧ୍ୟରେ ମନମାଳିନ୍ୟ ଦେଖାଯାଇଥିଲା। କରନଙ୍କ ବିରୋଧରେ ଅନେକ ଗୁଡ଼ିଏ ଅଭିଯୋଗ ଆଣିଛନ୍ତି ରୀମା। କରନ ତାଙ୍କୁ ନିର୍ଯାତନା ଦେଉଥିବା, ଛୁଆଙ୍କ ପାଇଁ ପଇସା ଦେଉ ନ ଥିବା ଓ ଅଧିକାଂଶ ଦିନ ବିଜ୍‌ନେସ୍‌ ଟ୍ରିପ୍‌ରେ ସହର ବାହାରେ ରହୁଥିବା ଭଳି ଅଭିଯୋଗ କରିଛନ୍ତି ରୀମା। ଏହା ସହିତ ସେ ଅଭିଯୋଗ କରିଛନ୍ତି ଯେ ମାଂସ ନ ଖାଇବା ପାଇଁ କରନ ୬ ବର୍ଷ ତଳେ ଯେଉଁ ପ୍ରତିଜ୍ଞା କରି ଥିଲେ ତାହା ଭାଙ୍ଗି ଦେଇଛନ୍ତି। ଏସବୁ ଅଭିଯୋଗ ଆଣି ରୀମା ତାଙ୍କ ସ୍ୱାମୀଙ୍କଠାରୁ ଅଲଗା ହେବାକୁ କୋର୍ଟରେ ଆବେଦନ କରିଛନ୍ତି।

ରୀମା ଅଭିଯୋଗ କରିଛନ୍ତି ଯେ ବିଜ୍‌ନେସ୍ ଟୁର୍ ବାହାନାରେ କରନ ତାଙ୍କ ସାଙ୍ଗମାନଙ୍କ ସହିତ ରହୁଥିଲେ ଏବଂ ମାଂସ ଖାଉଥିଲେ। ମାଂସ ଖାଇବା ସହ ସେ ମଦ ମଧ୍ୟ ପିଉଥିଲେ। ମାଂସ ଖାଇ ସେ ନିଜ ପ୍ରତିଜ୍ଞା ଭାଙ୍ଗିଛନ୍ତି।

ପୋଲିସ୍ ଉଭୟଙ୍କୁ ବୁଝାଶୁଝା କରିବାକୁ ଚେଷ୍ଟା କରିଥିଲା। କିନ୍ତୁ ରୀମା ବୁଝି ନ ଥିଲେ। ସେ କରନଙ୍କ ଘରକୁ ଫେରିବେ ନାହିଁ ବୋଲି କହିଥିଲେ।

Related story