ଲିଲି, କାଳୁ, କିସ୍‌ମିସ୍‌ ଓ କଟ୍ଟି: ଏମାନେ ମଧ୍ୟ ରାଷ୍ଟ୍ରପତି ଭବନ ଯିବେ କି ?

ନୂଆଦିଲ୍ଲୀ: ଲିଲି, କାଳୁ, କିସ୍‌ମିସ୍‌ ଓ କଟ୍ଟି। ବଦଳିଯିବ କି ଏମାନଙ୍କ ଠିକଣା ? ମାଲିକଙ୍କ ସହ ଏମାନେ ଯିବେ କି ରାଇସିନା ହିଲ୍‌ ? ଏମାନଙ୍କ ପାଇଁ ଖୋଲା ରହିବ କି ରାଷ୍ଟ୍ରପତି ଭବନର ଦ୍ୱାର ? ଆଇନଜୀବୀରୁ ଦେଶର ରାଷ୍ଟ୍ରପତି। ମାଲିକଙ୍କ ଭଳି ବଦଳି ଯିବନି ତ ଏମାନଙ୍କ ଭାଗ୍ୟ। ଏମାନେ ହେଉଛନ୍ତି ନବନିର୍ବାଚିତ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଘର ଆଗରେ ବୁଲୁଥିବା କୁକୁର। କିନ୍ତୁ ରାମନାଥଙ୍କ ପରିବାର ସହ ଏମାନେ ପୂରାପୂରି ଭାବେ […]

dog in kobinds house 1

Rakesh Mallick
  • Published: Thursday, 20 July 2017
  • , Updated: 20 July 2017, 05:41 PM IST

ନୂଆଦିଲ୍ଲୀ: ଲିଲି, କାଳୁ, କିସ୍‌ମିସ୍‌ ଓ କଟ୍ଟି। ବଦଳିଯିବ କି ଏମାନଙ୍କ ଠିକଣା ? ମାଲିକଙ୍କ ସହ ଏମାନେ ଯିବେ କି ରାଇସିନା ହିଲ୍‌ ? ଏମାନଙ୍କ ପାଇଁ ଖୋଲା ରହିବ କି ରାଷ୍ଟ୍ରପତି ଭବନର ଦ୍ୱାର ?

ଆଇନଜୀବୀରୁ ଦେଶର ରାଷ୍ଟ୍ରପତି। ମାଲିକଙ୍କ ଭଳି ବଦଳି ଯିବନି ତ ଏମାନଙ୍କ ଭାଗ୍ୟ। ଏମାନେ ହେଉଛନ୍ତି ନବନିର୍ବାଚିତ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଘର ଆଗରେ ବୁଲୁଥିବା କୁକୁର। କିନ୍ତୁ ରାମନାଥଙ୍କ ପରିବାର ସହ ଏମାନେ ପୂରାପୂରି ଭାବେ ଜଡିତ। କାର୍ଯ୍ୟବ୍ୟସ୍ତତା ମଧ୍ୟରେ ରହୁଥିବା ରାମନାଥ କୋବିନ୍ଦ କାମରୁ ଟିକିଏ ଫୁରସତ୍‌ ପାଇଲେ ଏମାନଙ୍କ ସହ ସମୟ ବିତାଇବାକୁ ଆଦୌ ଭୁଲନ୍ତି ନାହିଁ। ମାଲିକ ଓ କୁକୁର ମଧ୍ୟରେ ଥିବା ଭାବଗତ ସର୍ମ୍ପକ ପାଇଁ ହୁଏତ ନୂଆ ଠିକଣା ପାଇବେ ଏହି କୁକୁର।

ବିହାରର ରାଜ୍ୟପାଳ ହେବା ପୂର୍ବରୁ ରାମନାଥ କୋବିନ୍ଦ ନିଜ ପରିବାର ସହ ଦିଲ୍ଲୀର ନର୍ଥ ଏଭିନ୍ୟୁର ୧୪୪ ନମ୍ବର ଫ୍ଲାଟ୍‌ରେ ରହୁଥିଲେ। ପତ୍ନୀ, ପୁଅ, ଝିଅ ଓ ବୋହୂଙ୍କୁ ନେଇ ରାମନାଥଙ୍କ ପରିବାର। ହେଲେ ଏଠାରେ ତାଙ୍କ ପରିବାର ସଦସ୍ୟ ସହ ଯୋଡି ହୋଇଥିଲେ ତାଙ୍କ ଘର ବାହାରେ ବୁଲୁଥିବା କିଛି ବୁଲା କୁକୁର। ଅତି କମ ସମୟ ମଧ୍ୟରେ ଏହି ବୁଲା କୁକୁରଙ୍କୁ ଅତି ନିଜର କରି ନେଇଥିଲେ ରାମନାଥଙ୍କ ପରିବାର। କୁକୁରଙ୍କ ଖାଇବା ପାଖରୁ ଆରମ୍ଭ କରି ଚିକିତ୍ସା ପର୍ଯ୍ୟନ୍ତ ସମସ୍ତ କଥା ବୁଝୁଥିଲେ କୋବିନ୍ଦଙ୍କ ପରିବାର। ଏପରିକି ଏମାନଙ୍କୁ ଖାଇବାକୁ ସକାଳେ କ୍ଷୀର, ମଧ୍ୟାହ୍ନରେ ରୁଟି ଓ ଚିକେନ ଏବଂ ରାତିରେ କ୍ଷୀର ଓ ରୁଟି ଦିଆ ଯାଉଥିଲା। ରାମନାଥଙ୍କ ବୋହୂ ଏହି କୁକର ମାନଙ୍କର ପୂରା ଯତ୍ନ ନେଇଥାନ୍ତି ।

ରାମନାଥଙ୍କ ପଡୋଶୀରେ ରହୁଥିବା ଜଣେ ସାଂସଦଙ୍କ କର୍ମଚାରୀଙ୍କ କହିବା ଅନୁଯାୟୀ, ଦିନେ କାଳୁ ନାମକ କୁକୁର କ୍ଷତାକ୍ତ ହୋଇଥିବା ଦେଖି ରାମନାଥଙ୍କ ପୁଅ ତୁରନ୍ତ ହସ୍ପିଟାଲକୁ ନେଇ ତା ଚିକିତ୍ସା କରିଥିଲେ। ସେହିଭଳି ଆଉଦିନେ ଲିଲି ନାମକ କୁକୁରକୁ ପୌରପାଳିକା ଗାଡି ଧରି ନେଉଥିବା ବେଳେ, ରାମନାଥଙ୍କ ପରିବାର ଲୋକେ ତାକୁ ଉଦ୍ଧାର କରିଥିଲେ। କୁକୁର ଗୁଡ଼ିକ ମଧ୍ୟ ନିଜ କର୍ତ୍ତବ୍ୟରେ ଆଦୌ ହେଳା କରିନାହାଁନ୍ତି। ସବୁବେଳେ ରାମନାଥଙ୍କ ଘର ଉପରେ ନଜର ରଖିଥାନ୍ତି। ଅଜଣା ଲୋକଙ୍କୁ ରାମନାଥଙ୍କ ଘର ପାଖରେ ଦେଖିଲେ ଭୁକିବା ଆରମ୍ଭ କରିଦିଅନ୍ତି।

ରାଷ୍ଟ୍ରପତି ହେବାପରେ କୋବିନ୍ଦ ନିଜ ପରିବାର ସହ ରାଷ୍ଟ୍ରପତି ଭବନ ଚାଲିଯିବେ। ଦେଖିବାକୁ ବାକି ରହିଲା ରାମନାଥଙ୍କ ପରିବାରର ଏ ପ୍ରିୟ କୁକରମାନେ ମଧ୍ୟ ରାଇସିନା ହିଲ୍‌କୁ ଯିବେ।

Related story