ପ୍ରେମ ଜାଣେ ନାହିଁ ଧନୀ-ଦରିଦ୍ର: ଅଚଳାଚଳ ସମ୍ପତ୍ତିକୁ ତୁଚ୍ଛ କରି ପ୍ରେମିକ ପାଖକୁ ଚାଲି ଆସିଲେ ଯୁବତୀ

କୁହାଯାଏ ପ୍ରେମ ଉଚ୍ଚ-ନିଚ୍ଚ, ଧନୀ-ଗରିବ ଭେଦଭାବ ମାନେ ନାହିଁ। ପ୍ରେମ କେବଳ ଦୁଇଟି ଆତ୍ମାର ମିଳନ। ପ୍ରେମ ସମ୍ପର୍କକୁ ନେଇ ଅନେକ ଫିଲ୍ମ ନିର୍ମାଣ ହୋଇଛି। ସାମଜରେ ମଧ୍ୟ ଏପରି ବହୁତ ଉଦାହରଣ ଦେଖିବାକୁ ମିଳିବ, ଯାହା ପ୍ରେମ ପାଇଁ ମିସାଲ ଛାଡି ଯାଇଛନ୍ତି। ଆମେ ଆଜି ଏପରି ଏକ ପ୍ରେମ ସମ୍ପର୍କରେ କହିବାକୁ ଯାଉଛି ଯାହା କୌଣସି ଫିଲ୍ମର କାହାଣୀ ନୁହେଁ। ଏଠାରେ ହାର ମାନିଛି ଅର୍ଥ ଓ ଧନ। କୋଟି କୋଟି ଟଙ୍କାର ସମ୍ପତ୍ତି […]

angeline

Rakesh Mallick
  • Published: Thursday, 03 August 2017
  • , Updated: 04 August 2017, 07:26 AM IST

କୁହାଯାଏ ପ୍ରେମ ଉଚ୍ଚ-ନିଚ୍ଚ, ଧନୀ-ଗରିବ ଭେଦଭାବ ମାନେ ନାହିଁ। ପ୍ରେମ କେବଳ ଦୁଇଟି ଆତ୍ମାର ମିଳନ। ପ୍ରେମ ସମ୍ପର୍କକୁ ନେଇ ଅନେକ ଫିଲ୍ମ ନିର୍ମାଣ ହୋଇଛି। ସାମଜରେ ମଧ୍ୟ ଏପରି ବହୁତ ଉଦାହରଣ ଦେଖିବାକୁ ମିଳିବ, ଯାହା ପ୍ରେମ ପାଇଁ ମିସାଲ ଛାଡି ଯାଇଛନ୍ତି। ଆମେ ଆଜି ଏପରି ଏକ ପ୍ରେମ ସମ୍ପର୍କରେ କହିବାକୁ ଯାଉଛି ଯାହା କୌଣସି ଫିଲ୍ମର କାହାଣୀ ନୁହେଁ। ଏଠାରେ ହାର ମାନିଛି ଅର୍ଥ ଓ ଧନ। କୋଟି କୋଟି ଟଙ୍କାର ସମ୍ପତ୍ତି ଛାଡି ପ୍ରେମିକା ଚାଲି ଆସିଛନ୍ତି ପ୍ରେମିକ ପାଖକୁ।

ଘଟଣାଟି ଏହିପରି। ମାଲେସିଆର ଜଣାଶୁଣା ବିଜନେସ ଟାଇକୁନ ହେଉଛନ୍ତି ଟେନ୍ ଶ୍ରୀ ଖୁ କେ ପେଙ୍ଗ। ତାଙ୍କ ଝିଅ ଏଞ୍ଜୋଲିନ ଫ୍ରାସିଂସ ଖୁ ନେ। ଏଞ୍ଜୋଲିନା, ଜେଦିଦାହ ଫ୍ରାସିଂସ୍‌ ନାମକ ଜଣେ କାରେବିୟାନ ଡାଟା ସାଇଣ୍ଟିଷ୍ଟଙ୍କୁ ଭଲ ପାଇବସିଥିଲେ। ଜେଦିଦାହ ଏକ ମଧ୍ୟବିତ୍ତ ପରିବାରର ପିଲା। ଏ ବିଷୟରେ ଏଞ୍ଜୋଲିନା ନିଜ ଘରେ କହିବା ପରେ ତାଙ୍କ ବାପା ରାଜିହୋଇ ନ ଥିଲେ। କାରଣ ସବୁ ବାପାଙ୍କ ପରି ସେ ମଧ୍ୟ ନିଜ ଝିଅର ବିବାହ ତାଙ୍କ ସମକକ୍ଷ କିମ୍ବା ତାଙ୍କଠାରୁ ଧନୀ ପରିବାରରେ କରାଇବାକୁ ଚାହୁଁଥିଲେ। ଏଞ୍ଜୋଲିନା ସତଚେଷ୍ଟା ସତ୍ତ୍ୱେ ତାଙ୍କ ବାପା ଉଭୟଙ୍କ ସମ୍ପର୍କକୁ ସ୍ୱୀକୃତି ଦେଇ ନ ଥିଲେ। ଏପରିସ୍ଥିତିରେ ନିଜ ପ୍ରେମ ପାଇଁ କୋଟି କୋଟି ଟଙ୍କାର ସମ୍ପତ୍ତି ଛାଡି ପ୍ରେମିକ ଜେଦିଦାହଙ୍କ ପାଖକୁ ଚାଲିଆସିଥିଲେ ଏଞ୍ଜୋଲିନା।

ଏବେ ଉଭୟ ବିବାହ କରି ଲଣ୍ଡନରେ ରହୁଛନ୍ତି। ଏବେ କି ଏଞ୍ଜୋଲିନା ଭରଷା ରଖିଛନ୍ତି, ବାପା ତାଙ୍କୁ ଭାବନାକୁ ଦିନେ ନା ଦିନେ ବୁଝିବେ ଓ ଜେଦିଦାହଙ୍କୁ ଆପଣାଇ ନେବେ।

Related story