Advertisment

ସ୍ୱାଭିମାନ ଅଞ୍ଚଳର ବିକଳ ଚିତ୍ର; ପାଣି ମୁନ୍ଦାଏ ପାଇଁ ଯିବାକୁ ପଡ଼ୁଛି ମାଇଲ୍‌ ମାଇଲ୍‌ ବାଟ!

ଚିତ୍ରକୋଣ୍ଡା (ରତ୍ନାକର ପ୍ରଧାନ): ବିକାଶ କରିବା ପାଇଁ ରାଜ୍ୟ ସରକାର ବିଚ୍ଛିନ୍ନାଞ୍ଚଳକୁ କଲେ ରାସ୍ତା। ରାସ୍ତା ତିଆରି ହେବା ପରେ ବିଚ୍ଛିନ୍ନାଞ୍ଚଳ ହେଲା ସ୍ୱାଭିମାନ ଅଞ୍ଚଳ। ହେଲେ ଆଜି ପର୍ଯ୍ୟନ୍ତ ଗାଁରେ ପହଞ୍ଚି ପାରିଲାନି ବିକାଶ। ଏବେବି ସ୍ୱାଭିମାନ ଅଞ୍ଚଳର ଆଦିବାସୀମାନେ ଦୟନୀୟ ଜୀବନ ବିତାଉଛନ୍ତି। ବାକି କଥା ଛାଡ଼ନ୍ତୁ, ଶୋଷ ମେଣ୍ଟାଇବା ପାଇଁ ପାଣି ମୁନ୍ଦାଏ ପାଉନାହାନ୍ତି। ଏଥିପାଇଁ ସେମାନଙ୍କୁ ମାଇଲ୍‌ ମାଇଲ୍‌ ବାଟ ଯିବାକୁ ପଡ଼ୁଛି। ପୂରା ଘଟଣା ଏମିତି। ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ୍‌ […]

ସ୍ୱାଭିମାନ ଅଞ୍ଚଳର ବିକଳ ଚିତ୍ର; ପାଣି ମୁନ୍ଦାଏ ପାଇଁ ଯିବାକୁ ପଡ଼ୁଛି ମାଇଲ୍‌ ମାଇଲ୍‌ ବାଟ!

Chitrakonda

Advertisment

ଚିତ୍ରକୋଣ୍ଡା (ରତ୍ନାକର ପ୍ରଧାନ): ବିକାଶ କରିବା ପାଇଁ ରାଜ୍ୟ ସରକାର ବିଚ୍ଛିନ୍ନାଞ୍ଚଳକୁ କଲେ ରାସ୍ତା। ରାସ୍ତା ତିଆରି ହେବା ପରେ ବିଚ୍ଛିନ୍ନାଞ୍ଚଳ ହେଲା ସ୍ୱାଭିମାନ ଅଞ୍ଚଳ। ହେଲେ ଆଜି ପର୍ଯ୍ୟନ୍ତ ଗାଁରେ ପହଞ୍ଚି ପାରିଲାନି ବିକାଶ। ଏବେବି ସ୍ୱାଭିମାନ ଅଞ୍ଚଳର ଆଦିବାସୀମାନେ ଦୟନୀୟ ଜୀବନ ବିତାଉଛନ୍ତି। ବାକି କଥା ଛାଡ଼ନ୍ତୁ, ଶୋଷ ମେଣ୍ଟାଇବା ପାଇଁ ପାଣି ମୁନ୍ଦାଏ ପାଉନାହାନ୍ତି। ଏଥିପାଇଁ ସେମାନଙ୍କୁ ମାଇଲ୍‌ ମାଇଲ୍‌ ବାଟ ଯିବାକୁ ପଡ଼ୁଛି।

Advertisment

ପୂରା ଘଟଣା ଏମିତି। ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ୍‌ ପାପରମେଟଲା ପଞ୍ଚାୟତ ଲୁଚାପାଣି ଗାଁ। ପାହାଡ଼ ଉପରେ ଥିବା ଏହି ଗାଁର ଲୋକ ସଂଖ୍ୟା ୨୦୦ରୁ ଅଧିକ ହେବ। ସମସ୍ତେ ପ୍ରାୟତଃ ଆଦିବାସୀ ସମ୍ପ୍ରଦାୟର। କାମଦାମ କରି ଚଳୁଥିବା ଗାଁ ଲୋକମାନେ ନାନା ସମସ୍ୟାରେ ଜର୍ଜରିତ। ଗାଁରେ ପାନୀୟ ଜଳ ବ୍ୟବସ୍ଥା ନାହିଁ। ନା ସେଠି ନଳକୂପ ରହିଛି ନା ସରକାରଙ୍କ ଟ୍ୟାପ୍‌ ପାଣି ବ୍ୟବସ୍ଥା ରହିଛି। ପାନୀୟ ଜଳ ମୁନ୍ଦାଏ ପାଇଁ ଗାଁ ଲୋକଙ୍କୁ ବହୁ ସଂଘର୍ଷ କରିବାକୁ ପଡ଼ୁଛି। ଏଥିପାଇଁ ମହିଳାମାନେ ମୁଣ୍ଡରେ ଗରା ଉପରେ ଗରା ମୁଣ୍ଡାଇ ପାହାଡ଼ ତଳକୁ ଆସିବାକୁ ପଡ଼ୁଛି। ପ୍ରତିଦିନ ମାଇଲ୍‌ ମାଇଲ୍‌ ପଥ ଅତିକ୍ରମ କରିବାକୁ ପଡ଼ୁଛି। ପାଦର ଯନ୍ତ୍ରଣାକୁ ସହ୍ୟ କରି ମହିଳାମାନେ ଚୁଆରୁ ପାଣି ଆଣିଥାଆନ୍ତି। ସେହି ପାଣି ବ୍ୟବହାର ଯୋଗ୍ୟ ହୋଇନଥିଲେ ମଧ୍ୟ ପ୍ରତିଦିନ ତାକୁ ପିଇ ଜୀବନ ବଞ୍ଚାଉଛନ୍ତି।

[caption id="attachment_725995" align="aligncenter" width="650"]Chitrakonda ମହିଳାମାନେ ଚୁଆ ଖୋଳି ପାଣି ନେଉଛନ୍ତି[/caption]

Advertisment

ଇଏତ ଗଲା ପାନୀୟ ଜଳ ସମସ୍ୟା। ଏଠାରେ ନା ଅଛି ବିଦ୍ୟାଳୟ ନା ଅଛି ଅଙ୍ଗନବାଡ଼ି। ପିଲାମାନଙ୍କୁ ୧୦ କିମି ଦୂରରେ ଥିବା ସ୍କୁଲକୁ ପାଠ ପଢ଼ିବାକୁ ଯିବାକୁ ପଡ଼ୁଛି। ଠିକ୍‌ ସେମିତି ଏଠାରେ ଡାକ୍ତରଖାନା ନାହିଁ। ଗାଁରେ କୌଣସି ବ୍ୟକ୍ତିଙ୍କ ଦେହ ଅସୁସ୍ଥ ହେଲେ ୨୫ କିମି ଦୂର ଜାନବାଇ ବା ଯୋଡାମ୍ୱ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯିବାକୁ ପଡ଼ୁବ।

[caption id="attachment_725996" align="aligncenter" width="650"]Chitrakonda ମହିଳାମାନେ ଚୁଆରୁ ଗରାରେ ପାଣି ପୁରାଉଛନ୍ତି[/caption]

ଗାଁରେ ଥିବା ପାନୀୟ ଜଳ ସମସ୍ୟା ନେଇ ଜଣେ ମହିଳା କହିଛନ୍ତି-“ସକାଳ ୭ଟାରେ ପାଣି ପାଇଁ ଆସିଥିଲି। ୧୨ଟାରେ ପାଣି ନେଇ ଫେରୁଛି। ସେଠି କୁକୁର, ମାଙ୍କଡ଼ ପାଣି ଉଛନ୍ତି। ସେହି ପାଣି ଆମେ ପିଉଛୁ। ଆମ କଥା ସରକାର ବୁଝୁନାହାନ୍ତି।”

ଗାଁର ଆଉ ଜଣେ ମହିଳା କହିଛନ୍ତି, “ପାଣି ପାଇଁ ଆମେ ବହୁ ଅସୁବିଧାରେ ପଡ଼ୁଛୁ। ପାଣି ପାଇଁ ଯିବା ଆସିବା ଲାଗୁଛି ଦୁଇ ଘଣ୍ଟା। ତା’ପରେ ଚୁଆ ପାଖରେ ପାଣି ପାଇଁ ବହୁ ସମୟ ଅପେକ୍ଷା କରିବାକୁ ପଡ଼ୁଛି। ଯେଉଁ ପାଣି ଆମେ ଘରକୁ ନେଇ ଆସୁଛୁ, ତାହା ସ୍ୱଚ୍ଛ ନୁହେଁ। ସେହି ପାଣି ପିଇଲେ ଦେହ ଖରାପ ହେଉଛି। ଆଉ କଣ କରିବୁ? ତଥାପି ସେହି ପାଣି ପିଇବା ପାଇଁ ଆମେ ବାଧ୍ୟ ହେଉଛୁ।”

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe