ଈଶ୍ୱରଙ୍କ ଦାନ ଏମିତି: ୭ ବର୍ଷ ପରେ ମାଆ ହେଲେ, ଏକାଥରେ ୪

କଥାରେ ଅଛି ଅପେକ୍ଷାର ଫଳ ମିଠା। ସେହିପରି ହିନ୍ଦିରେ ଆଉ ଗୋଟିଏ କଥା ଅଛି- ଖୁଦ୍ଦା ଜବ୍ ଦେତି ହୈ, ଛପ୍ପର ଫାଡ୍‌ କେ ଦେତି ହୈ। ଆମ ସମାଜରେ ଚଳି ଆସୁଥିବା ଏ ସବୁ ଢ଼ଗ ସତରେ ପରିଣତ ହୋଇଛି ଗୁଜୁରାଟର ଏକ ପରିବାରରେ। ସୋନି ନାମକ ଜଣେ ମହିଳାଙ୍କର ପିଲାପିଲି ହେଉ ନଥିବାରୁ ତାଙ୍କ ପରିବାରରେ ସମସ୍ତେ ଚିନ୍ତାରେ ଥିଲେ। ଘରେ ସମସ୍ତଙ୍କର ଇଚ୍ଛା ବୋହୂ କୋଳକୁ ପିଲାଟିଏ ଆସୁ। ବାହାଘର ୭ ବର୍ଷ […]

newborn-baby

Rakesh Mallick
  • Published: Saturday, 29 July 2017
  • , Updated: 29 July 2017, 06:49 PM IST

କଥାରେ ଅଛି ଅପେକ୍ଷାର ଫଳ ମିଠା। ସେହିପରି ହିନ୍ଦିରେ ଆଉ ଗୋଟିଏ କଥା ଅଛି- ଖୁଦ୍ଦା ଜବ୍ ଦେତି ହୈ, ଛପ୍ପର ଫାଡ୍‌ କେ ଦେତି ହୈ। ଆମ ସମାଜରେ ଚଳି ଆସୁଥିବା ଏ ସବୁ ଢ଼ଗ ସତରେ ପରିଣତ ହୋଇଛି ଗୁଜୁରାଟର ଏକ ପରିବାରରେ।

ସୋନି ନାମକ ଜଣେ ମହିଳାଙ୍କର ପିଲାପିଲି ହେଉ ନଥିବାରୁ ତାଙ୍କ ପରିବାରରେ ସମସ୍ତେ ଚିନ୍ତାରେ ଥିଲେ। ଘରେ ସମସ୍ତଙ୍କର ଇଚ୍ଛା ବୋହୂ କୋଳକୁ ପିଲାଟିଏ ଆସୁ। ବାହାଘର ୭ ବର୍ଷ ହେଲାଣି, ତେଣୁ ସମସ୍ତେ ଚାହୁଁଛନ୍ତି ପୁଅ ହେଉ କି ଝିଅ, କିଛି ଗୋଟେ ବୋହୂ କୋଳକୁ ଆସୁ। ଶେଷରେ ଅପେକ୍ଷାର ଫଳ ମିଠା ହେଲା। ୭ ବର୍ଷର ଅପେ‍କ୍ଷା ପରେ ସୋନି ପିଲା ଜନ୍ମ କଲେ। ତାହା ପୁଣି ଗୋଟିଏ କି ଦୁଇଟି ନୁହେଁ ଏକ ସଙ୍ଗରେ ୪ଟି। ପୁଣି ୪ଟି ଯାକ ପିଲାଙ୍କ ଜନ୍ମ ସାଧାରଣ ଭାବରେ ହୋଇଛି, ସିଜରିଆନ୍ ନୁହେଁ। ଡାକ୍ତରଙ୍କ କହିବା ଅନୁଯାୟୀ, ଶିଶୁମାନେ ସଂପୂର୍ଣ୍ଣ ସୁସ୍ଥ ଅଛନ୍ତି।

ସୋନିଙ୍କ ସ୍ୱାମୀ ରାମଜୀ ଭାଇ, ଏକ ଫ୍ୟାକ୍ଟ୍ରିରେ କାମ କରନ୍ତି। ପତ୍ନୀ ସୋନି ଏକାଥରେ ୪ଟି ପିଲା ଜନ୍ମ କରିଥିବାରୁ ସେ ଖୁବ୍ ଖୁସି। ନବଜାତକଙ୍କ ଭିତରୁ ତିନୋଟି ପୁଅ, ଗୋଟିଏ ଝିଅ। ପୁଅ ମାନଙ୍କର ଓଜନ ପାଖାପାଖି ୧ କିଲୋଗ୍ରାମ ୨୦୦ ହୋଇଥିବା ବେଳେ, ଝିଅଟିର ଓଜନ ରହିଛି ୬୦୦ ଗ୍ରାମ।

ସୋନିଙ୍କ ପ୍ରସବ କରାଇଥିବା ଡାକ୍ତର କହିଛନ୍ତି- “ଆମ ପାଇଁ ଏହା ଏକ ସମ୍ବେଦନଶୀଳ ଚିକିତ୍ସା ଥିଲା। ତାଙ୍କ ପେଟରେ ୪ଟି ପିଲା ଥିବା କଥା ଜାଣିବା ପରେ ଆମ ପୂରା ଟିମ୍ ଆଶ୍ଚର୍ଯ୍ୟ ହୋଇ ଯାଇଥିଲା। ସେହି ଅନୁଯାୟୀ ରିସ୍କ ବି ବଢ଼ି ଯାଇଥିଲା। ଯାହାହେଉ ସେମିତି କିଛି ବଡ଼ ଅସୁବିଧା ହୋଇ ନଥିଲା। ଚିକିତ୍ସା ଇତିହାସ କହୁଛି, ପ୍ରାୟ ପ୍ରତି ୫ ଲକ୍ଷ ପ୍ରସବରେ ଏମିତି ଗୋଟିଏ ଘଟଣା ଦେଖାଦେଇଥାଏ।”

Related story