ଏଭରେଷ୍ଟ ହେଲାଣି ଅଳିଆ ଗଦା: କିଏ ଦାୟୀ, କ’ଣ ନିଆଯାଉଛି ପଦକ୍ଷେପ...

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ହିମାଳୟ କୋଳରେ ଥିବା ମାଉଣ୍ଟ ଏଭରେଷ୍ଟ ଦୁନିଆର ବିଶ୍ୱର ସର୍ବୋଚ୍ଚ ପର୍ବତଶୃଙ୍ଗ ହେବାର ଗୌରବ ଅର୍ଜନ କରିଛି। ବର୍ଷ ବର୍ଷ ଧରି ଧଳା ବରଫ ଚାପର ଆଚ୍ଛାଦିତ ହୋଇ ଛିଡା ହୋଇଥିବା ଏହି ଶୃଙ୍ଗର ଉଚ୍ଚତା ୨୯, ୦୨୯ ।  ଦିନେ ଶ୍ୱେତ ଓ ସ୍ୱଚ୍ଛତାର ପ୍ରତୀକ ଥିବା ଏଭରେଷ୍ଟ ଛାତିରେ ଆଜି କୁଢ କୁଢ ଅଳିଆ ଗଦା ହୋଇଛି। ଆଜି ପର୍ଯ୍ୟାବରଣ ଦିବସ ଅବସରରେ ଜାଣିବା ଯେ, କାହିଁକି  ଏହି ପର୍ବତଶୃଙ୍ଗ ଉପରେ […]

everest-2..

Niharika Rout
  • Published: Wednesday, 05 June 2019
  • , Updated: 05 June 2019, 01:29 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ହିମାଳୟ କୋଳରେ ଥିବା ମାଉଣ୍ଟ ଏଭରେଷ୍ଟ ଦୁନିଆର ବିଶ୍ୱର ସର୍ବୋଚ୍ଚ ପର୍ବତଶୃଙ୍ଗ ହେବାର ଗୌରବ ଅର୍ଜନ କରିଛି। ବର୍ଷ ବର୍ଷ ଧରି ଧଳା ବରଫ ଚାପର ଆଚ୍ଛାଦିତ ହୋଇ ଛିଡା ହୋଇଥିବା ଏହି ଶୃଙ୍ଗର ଉଚ୍ଚତା ୨୯, ୦୨୯ ।  ଦିନେ ଶ୍ୱେତ ଓ ସ୍ୱଚ୍ଛତାର ପ୍ରତୀକ ଥିବା ଏଭରେଷ୍ଟ ଛାତିରେ ଆଜି କୁଢ କୁଢ ଅଳିଆ ଗଦା ହୋଇଛି। ଆଜି ପର୍ଯ୍ୟାବରଣ ଦିବସ ଅବସରରେ ଜାଣିବା ଯେ, କାହିଁକି  ଏହି ପର୍ବତଶୃଙ୍ଗ ଉପରେ ଗଦା ହେଉଛି ଅଳିଆ, ଏହାର ପ୍ରକୃତ କାରଣ କ’ଣ।

ମଣିଷ ହିଁ ଏଭରେଷ୍ଟ ଲାଗି ବିପଦ: ଏଭରେଷ୍ଟର ଶିଖରରେ ପହଞ୍ଚି ନିଜ ପତକା ଉଡାଇବା ସବୁ ପର୍ବତାରୋହୀଙ୍କ ଲାଗି ସ୍ୱପ୍ନ। ଏହାକୁ ପୂରଣ କରିବା ଲାଗି ସେମାନେ ନିଜ ଜୀବନ ଦେବାକୁ ବି ପଛାନ୍ତି ନାହିଁ। ବର୍ଷକୁ ବର୍ଷ ପର୍ବତାରୋହୀଙ୍କ ସଂଖ୍ୟା ବଢିବାକୁ ଲାଗିଛି। ଚଳିତ ବର୍ଷ ଏହି ସଂଖ୍ୟା ୬୦୦ ଛୁଇଁ ସାରିଲାଣି। ଏଭରେଷ୍ଟ ଯାଉଥିବା ପର୍ବତାରୋହୀ ସମ୍ପୂର୍ଣ୍ଣ ଭାବେ ନିଜ ସୁରକ୍ଷାକୁ ସୁନିଶ୍ଚିତ କରିବା ଲାଗି ପୂର୍ବ ପ୍ରସ୍ତୁତିରେ ଲାଗି ପଡିଥାନ୍ତି। ଏଥିଲାଗି ସେମାନେ ବହୁ ଜିନିଷ ସାଙ୍ଗରେ ନେଇ ଉପରକୁ ଯାଇଥାନ୍ତି। ଯାହାକୁ ସେମାନେ ଫେରିବା ବେଳେ ସେଠାରେ ଫୋପାଡି ଦେଇ ଆସିଥାନ୍ତି। ତାହା ହିଁ ବର୍ଷ ବର୍ଷ ଧରି ଜମା ହୋଇ ଅଳିଆଗଦାରେ ପରିଣତ ହୋଇଥାଏ।

କିପରି ଏଭରେଷ୍ଟରେ ଜମା ହୋଇଥାଏ ଅଳିଆ: ଏଭରେଷ୍ଟ ଯାଉଥିବା ପର୍ବତାରୋହୀ ନିଜ ସହ ଟେଣ୍ଟ, ଖାଲି ଗ୍ୟାସ ସିଲିଣ୍ଡର, ପ୍ଲାଷ୍ଟିକ ବୋତଲ, ଜଙ୍କ ଫୁଡ ପ୍ୟାକେଟ ପରି ବହୁ ଛୋଟବଡ ଜିନିଷ ନେଇ ଯାଇଥାନ୍ତି। ଆଉ ଫେରିବା ବେଳେକୁ ବହୁ ଉପକରଣ ସେଠାରେ ଛାଡି ଆସିଥାନ୍ତି। ୧୮ ଥର ଏଭରେଷ୍ଟ ଚଢି ସାରିଥିବା ପେମ୍ବା ଦୋରଜା ନାମକ ଶେରପା ଏଥିଲାଗି ପର୍ବତାରୋହୀଙ୍କ ଖାମଖିଆଲି ଭାବନା ଦାୟୀ ବୋଲି ଦର୍ଶାଇଛନ୍ତି।

ବାହାରି ସାରିଲାଣି ୩ ହଜାର କେଜି  ଅଳିଆ : ଚଳିତ ବର୍ଷ ଏପ୍ରିଲ ୧୪ ତାରିଖରୁ ନେପାଳରୁ ଆରମ୍ଭ ହୋଇଥିବା ‘ଏଭରେଷ୍ଟ ସଫେଇ ଅଭିଯାନ ’ରେ ଅଦ୍ୟାବଧୀ ୩୦୦ କେଜି କଠିନ ଆବର୍ଜନା ପଦାର୍ଥ ବାହାରି ସାରିଲାଣି।  ଏହାପରେ ବି ଆହୁରି ବହୁତ ପଡି ରହିଛି। ଏହି ଅଭିଯାନ ଆରମ୍ଭ କରିଥିବା  ସଂସ୍ଥା ୧୦ ହଜାର କିଲୋ ଆବର୍ଜନା ଏଭରେଷ୍ଟରୁ ବାହାର କରିବା ଲକ୍ଷ୍ୟ ରଖିଛନ୍ତି। ଏହି ଅଭିଯାନ ଲାଗି ନେପାଳ ସରକାର ପ୍ରାୟ ୨.୩ କୋଟି ଟଙ୍କା ଖର୍ଚ୍ଚ କରିସାରିଲେଣି।

Related story