ବିଶ୍ୱର ସବୁଠାରୁ ମୋଟା ଶିଶୁ ଆର୍ଯ୍ୟ ପରମାନା। ନିଜର ଓଜନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହି ଆସିଛନ୍ତି ଇଣ୍ଡୋନେସିଆର ଏହି ୧୦ ବର୍ଷର ବାଳକ। ଆର୍ଯ୍ୟ ଏବେ ୨୦ କେଜି ଓଜନ କମାଇ ପୁଣି ଚର୍ଚ୍ଚାକୁ ଆସିଛନ୍ତି। ତାଙ୍କର ବୋରିଏଟିକ୍ ସର୍ଜରୀ ପରେ ଏହି ଓଜନ କମିଛି।
୧୦ ବର୍ଷ ବୟସରେ ଆର୍ଯ୍ୟର ଓଜନ ଥିଲା ୧୯୨ କେଜି। ଗୋଟିଏ ଜାଗାରେ ବସିଲେ ଉଠିବା ପାଇଁ ଭାରି କଷ୍ଟ ହେଉଥିଲା। ଏପରିକି ଆର୍ଯ୍ୟ ଦୁଇପାଦ ଠିକ୍ରେ ଚାଲିପାରୁ ନ ଥିଲେ। ମୋଟାପଣ ଯୋଗୁଁ ତାକୁ ସ୍କୁଲ ମଧ୍ୟ ଛାଡିବାକୁ ପଡ଼ିଥିଲା।
ଆର୍ଯ୍ୟର କାମ ହେଲା ଖାଇବା ଆଉ ଶୋଇବା। ଏତେ ମୋଟା ଥିଲା ହୋଇଥିବାରୁ ତାକୁ ଦେଖିବାକୁ ବିଭିନ୍ନ ସ୍ଥାନରୁ ଲୋକେ ଆସୁଥିଲେ। ପୁଅ ପତଳା କରିବାକୁ ତା’ର ପିତାମାତା ଡାଏଟିଂ କରାଉଛନ୍ତି। ତାଙ୍କୁ କେବଳ ବ୍ରାଉନ ରାଇସ୍ ଖାଇବାକୁ ଦିଆଯାଉଛି।