ନୂଆଦିଲ୍ଲୀ: ବିଶ୍ୱର ସବୁଠାରୁ ମୋଟା ବ୍ୟକ୍ତି ଫ୍ରାଙ୍କୋଙ୍କ ଓଜନ କମ୍ କରିବା ପାଇଁ ଗ୍ରାଷ୍ଟିକ୍ ବାଇପାସ୍ ସର୍ଜରୀ କରାଯାଇଛି। ଫ୍ରାଙ୍କୋଙ୍କ ଓଜନ ପ୍ରାୟ ୬୦୦ କିଲୋଗ୍ରାମ ଥିଲା।
ଫ୍ରାଙ୍କୋଙ୍କୁ ସର୍ଜରୀ କରିଥିବା ଡାକ୍ତର କହିଛନ୍ତି, ସର୍ଜରୀ ଦ୍ୱାରା ତାଙ୍କ ଓଜନ ଅଧା କରିବାକୁ ଆମେ ଚେଷ୍ଟା କରୁଛୁ। ସର୍ଜରୀ ପରେ ତାଙ୍କ ଶରୀରର କିପରି ପରିବର୍ତ୍ତନ ହେଉଛି ତା’ ଉପରେ ନଜର ରଖିବାକୁ ପଡ଼ିବ। ଆମେ ଆଶା କରୁଛୁ ସବୁ କିଛି ଭଲ ହିଁ ହେବ। ସର୍ଜରୀ ପରେ ଫ୍ରାଙ୍କୋଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ରହିଛି।”
ତେବେ ସର୍ଜରୀ ପୂର୍ବରୁ ଫ୍ରାଙ୍କୋଙ୍କୁ ଡାଇବେଟିସ୍ ଓ ରକ୍ତଚାପ ନିୟନ୍ତ୍ରଣ କରିବାକୁ ଡାକ୍ତର ପରାମର୍ଶ ଦେଇଥିଲେ। ଫ୍ରାଙ୍କୋଙ୍କ ଦ୍ୱିତୀୟ ସର୍ଜରୀ ନଭେମ୍ୱରେ ହେବାର ସମ୍ଭାବନା ରହିଛି।
ସୌଜନ୍ୟ-ଆଜ୍ତକ୍
ଫଟୋ-ଆଜ୍ତକ୍