ପୁଣି ଚର୍ଚ୍ଚାରେ ବିଶ୍ୱର ଦୁଃଖୀ କୁକୁର; ଖୋଜୁଛି ଆଶ୍ରୟସ୍ଥଳୀ

ନୂଆଦିଲ୍ଲୀ: ପୁଣି ଚର୍ଚ୍ଚାରେ ବିଶ୍ୱର ସବୁଠାରୁ ଦୁଃଖୀ କୁକୁର। ତୃତୀୟ ଥର ପାଇଁ ସେ ଖୋଜୁଛି ଏକ ଘର। ଏହି ମାଈ କୁକୁର ନାମ ‘ଲାନା’। ଲାନା ୨୦୧୫ରେ ପ୍ରଥମ ଥର ପାଇଁ ଚର୍ଚ୍ଚାକୁ ଆସିଥିଲା। କାନାଡାରେ ପଶୁମାନଙ୍କୁ ପୋଷ୍ୟ ଭାବେ ଗ୍ରହଣ କରୁଥିବା ଏକ ସଙ୍ଗଠନ ଲାନାର ଏକ ଫଟୋ ସୋସିଆଲ୍ ମିଡିଆରେ ପୋଷ୍ଟ୍‌କରିଥିଲା। ଏହା ଭାଇରାଲ୍‌ ହୋଇଥିଲା। ଏହା ପରେ ଲାନା ଦୁନିଆର ସବୁଠାରୁ ଦୁଃଖୀ କୁକୁର ଭାବେ ପରିଚୟ ପାଇଥିଲା। କୁକୁରମାନଙ୍କ ପାଇଁ […]

dog

Rakesh Mallick
  • Published: Saturday, 13 May 2017
  • , Updated: 13 May 2017, 03:07 PM IST

ନୂଆଦିଲ୍ଲୀ: ପୁଣି ଚର୍ଚ୍ଚାରେ ବିଶ୍ୱର ସବୁଠାରୁ ଦୁଃଖୀ କୁକୁର। ତୃତୀୟ ଥର ପାଇଁ ସେ ଖୋଜୁଛି ଏକ ଘର। ଏହି ମାଈ କୁକୁର ନାମ ‘ଲାନା’।

ଲାନା ୨୦୧୫ରେ ପ୍ରଥମ ଥର ପାଇଁ ଚର୍ଚ୍ଚାକୁ ଆସିଥିଲା। କାନାଡାରେ ପଶୁମାନଙ୍କୁ ପୋଷ୍ୟ ଭାବେ ଗ୍ରହଣ କରୁଥିବା ଏକ ସଙ୍ଗଠନ ଲାନାର ଏକ ଫଟୋ ସୋସିଆଲ୍ ମିଡିଆରେ ପୋଷ୍ଟ୍‌କରିଥିଲା। ଏହା ଭାଇରାଲ୍‌ ହୋଇଥିଲା। ଏହା ପରେ ଲାନା ଦୁନିଆର ସବୁଠାରୁ ଦୁଃଖୀ କୁକୁର ଭାବେ ପରିଚୟ ପାଇଥିଲା। କୁକୁରମାନଙ୍କ ପାଇଁ କାର୍ଯ୍ୟ କରୁଥିବା ଏକ ସଂସ୍ଥା ଲାନାକୁ ମେକ୍ସିକୋରୁ କାନାଡା ଆଣିଥିଲା।

ନିକଟରେ ଲାନାର ଦ୍ୱିତୀୟ ମାଲିକ ତାକୁ ଫେରାଇ ଦେଇଛି। ଅତଏବ ତୃତୀୟ ଥର ପାଇଁ ଲାନାକୁ ପୋଷ୍ୟ ଭାବେ ଗ୍ରହଣ କରାଯିବ। ତାକୁ ପୋଷ୍ୟ ଭାବେ ଗ୍ରହଣ କରିବା ପାଇଁ  ୨୦ ମେ’ ମଧ୍ୟରେ ଆବେଦନ କରିବାକୁ ପଡ଼ିବ। ଲାନାକୁ ପୋଷ୍ୟ ଭାବେ ଗ୍ରହଣ କରିବା ପାଇଁ ୫ ହଜାର ଇମେଲ୍‌ ଓ ପ୍ରସ୍ତାବ ଆସି ସାରିଛି।

ଚଳିତ ମାସରେ ଲାନାକୁ ୩ ବର୍ଷ ବୟସ ହୋଇଛି। ଯେଉଁ ଘରେ କୌଣସି ପୋଷା ଜୀବଜନ୍ତୁ ଓ ଛୋଟ ଛୁଆ ନ ଥିବେ ସେହି ବ୍ୟକ୍ତି ଲାନାକୁ ନେଇପାରିବେ।

ସୌଜନ୍ୟ-ଆଜ୍‌ତକ୍‌

ଫଟୋ-ଆଜ୍‌ତକ୍‌

 

 

Related story