/odisha-reporter/media/post_attachments/uploads/2019/05/z33-4.jpg)
z33
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାଙ୍ଗସାଥୀଙ୍କ ସହ ହସମଜାରେ ଖଟି କରୁଥିବା ସମୟରେ ଦିନେ ଆରମ୍ଭ କରିଥିବା ଅଭ୍ୟାସ କେତେବେଳେ ଯେ, ଆପଣଙ୍କ ପାଇଁ କାଳ ପାଲଟିଯିବ ଆପଣ ଜାଣି ପାରିବେନି। ଆଉ ଥରେ ଏହା କବଳରେ ପଡିଲେ, ମୁକୁଳିବା ବି ସହଜ ନୁହେଁ। ସମୟ ଥାଉ ଥାଉ ଯଦି ସୁଧୁରି ନ ଯାଆନ୍ତି ତା ହେଲେ ଆପଣ ପାଲଟିଯିବେ ମୃତ୍ୟୁପଥର ପଥିକ। ଏସବୁ ଜାଣିବା ସତ୍ତ୍ୱେ ଲୋକଙ୍କର ଏହାପ୍ରତି ରହୁଛି ଅହେତୁକ ଆକର୍ଷଣ, ଥରେ ଏପରି ଅଭ୍ୟାସରେ ପଡିଲେ ଛାଡିବା ନାଁ ଧରୁ ନାହାନ୍ତି। କ’ଣ ଏହା ଜାଣିଛନ୍ତି। ତାହା ହେଉଛି ତମାଖୁ।
ଏପରି ଅଭ୍ୟାସରୁ ଲୋକଙ୍କୁ ମୁକୁଳାଇବା ପାଇଁ ୩୧ ମେ’ ବା ଆଜିର ଦିନକୁ ‘ବିଶ୍ୱ ତମାଖୁ ବର୍ଜନ ଦିବସ’ ଭାବେ ପାଳନ କରାଯାଉଛି। ୧୯୮୭ ମସିହାରେ ବିଶ୍ୱ ତମାଖୁ ବର୍ଜନ ଦିବସର ଶୁଭାରମ୍ଭ ହୋଇଥିଲା। ସେବେଠୁ ୩୨ ବର୍ଷ ହେବ ଏହି ଦିବସ ପାଳିତ ହୋଇ ଆସୁଛି। ଏହି ଦିନରେ ତମାଖୁ ସେବନ ଦ୍ୱାରା ହେଉଥିବା ସ୍ୱାସ୍ଥ୍ୟ ସମସ୍ୟା ବିଷୟରେ ଲୋକମାନଙ୍କୁ ସଚେତନ କରାଯାଏ। ଶରୀରରେ ଏହାର ନକରାତ୍ମକ ପ୍ରଭାବ କିପରି ପଡ଼ିଥାଏ ସେ ବିଷୟରେ ଲୋକଙ୍କୁ ଅବଗତ କରାଯାଇଥାଏ। ପ୍ରତି ବର୍ଷ ୭୦ଲକ୍ଷରୁ ଅଧିକ ଲୋକ ତମାଖୁ ଏବଂ ସିଗାରେଟ୍ ପାଇଁ ମୃତ୍ୟୁମୁଖରେ ପଡ଼ୁଛନ୍ତି।
ବିଶ୍ୱ ତମାଖୁ ବର୍ଜନ ଦିବସର ଲକ୍ଷ୍ୟ ଏବଂ ବିଷୟବସ୍ତୁ
/odisha-reporter/media/post_attachments/wp-content/uploads/2019/05/z99-300x172.jpg)
ଆମ ଶରୀରରେ ଫୁସଫୁସ୍ ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଏହା ସୁସ୍ଥ ରହିଲେ ଆମ ଶରୀର ମଧ୍ୟ ସୁସ୍ଥ ରହିଥାଏ। ଫୁସଫୁସ୍କୁ ସୁସ୍ଥ ରଖିବାକୁ ଚାହୁଁଥିଲେ, ତମାଖୁ ବ୍ୟବହାର ବନ୍ଦ କରିବା ଆବଶ୍ୟକ। ଚଳିତ ବର୍ଷ ତମାଖୁ ବର୍ଜନ ଦିବସର ବିଷୟବସ୍ତୁ ହେଉଛି ‘ତମାଖୁ ଏବଂ ଫୁସଫୁସ୍ ସ୍ୱାସ୍ଥ୍ୟ’। ତମାଖୁ ସବୁବେଳେ ଆମ ଶରୀରର କ୍ଷତି କରି ଚାଲିଛି। ଥରେ ଏହା କବଳରେ ଯିଏ ପଡୁଛି, ସିଏ ଏଥିରୁ ବାହାରିବା କଷ୍ଟକର ହୋଇପଡୁଛି।
/odisha-reporter/media/post_attachments/wp-content/uploads/2019/05/z80-300x172.jpg)
ଯଦି ଆପଣଙ୍କର ଏହା ଅଭ୍ୟାସରେ ପରିଣତ ହୋଇଯାଏ, ତାହାଲେ ତମାଖୁ କବଳରୁ ମୁକୁଳି ପାରିବା ବହୁତ କଷ୍ଟ ହୋଇପଡିବ । ଆପଣ ଏହାକୁ ଯଦି ସତରେ ଛାଡ଼ିବାକୁ ଚାହୁଁଛନ୍ତି, ତାହାଲେ ଏହା ଆଗାମୀ ଦିନରେ ଅନେକ ଫାଇଦା ଦେବ।
/odisha-reporter/media/post_attachments/wp-content/uploads/2019/05/z61-1-300x172.jpg)
ଏହା ଛାଡ଼ିବା ସମୟରେ ଆପଣଙ୍କ ମୁଣ୍ଡ ବିନ୍ଧା, ମନରେ ଡର ସୃଷ୍ଟି ହେବା ଇତ୍ୟାଦି ପାର୍ଶ୍ୱ ପ୍ରତିକ୍ରିୟା ଦେଖା ଦେଇପାରେ। ତେଣୁ ଆସନ୍ତୁ ଜାଣିବା ସିଗାରେଟ୍ ଛାଡ଼ିବା ପରେ ଆମ ଶରୀରରେ କେଉଁ ସମୟରେ କିଭଳି ପ୍ରତିକ୍ରିୟା ଦେଖାଯାଇଥାଏ।
ସିଗାରେଟ୍ ଛାଡ଼ିବାର ୨୦ ମିନିଟ୍ ପରେ ଆମ ଶରୀରରେ ରକ୍ତ ଚାପ ଏବଂ ପଲ୍ସ ସାମାନ୍ୟ ହୋଇଯିବା ସହ ଶରୀରର ତାପମାନ ମଧ୍ୟ ସାମାନ୍ୟ ସ୍ଥିତିକୁ ଆସିବାକୁ ଲାଗିଥାଏ। ୮ ଘଣ୍ଟା ଭିତରେ ଶରୀରରେ ନିକୋଟିନ୍ ଏବଂ କାର୍ବନ୍ ମନୋଅକ୍ସାଇଡ୍ର ମାତ୍ରା ଅଧା ହୋଇଯାଏ। ଏହି ସମୟରେ ଆପଣଙ୍କୁ ପୁଣି ସିଗାରେଟ୍ ପିଇବାକୁ ଇଚ୍ଛା ହୋଇଥାଏ। ଯେଉଁ ସମୟରେ ଆପଣଙ୍କ ଶରୀରରେ ନିକୋଟିନ୍ର ମାତ୍ରା କମିଥାଏ ସେହି ସମୟରେ ଆପଣ ସିଗାରେଟ୍ ପିଇବାକୁ ପୁଣି ଇଚ୍ଛା କରିଥାନ୍ତି।
ଛୋଟ ପିଲାଙ୍କ ଉପରେ ପଡ଼ିଥାଏ ପ୍ରଭାବ
/odisha-reporter/media/post_attachments/wp-content/uploads/2019/05/z53-300x172.jpg)
ଯେଉଁ ଲୋକମାନେ ଘରେ ଧୂମପାନ କରିଥାନ୍ତି, ସେମାନଙ୍କ ସହ ଘରେ ଥିବା ଛୋଟ ପିଲା ମଧ୍ୟ ଏହାର ଶିକାର ହୋଇଥାନ୍ତି। ଛୋଟ ଛୁଆଙ୍କ ଶରୀରରେ ଏହା ଗମ୍ଭୀର ରୋଗ ସୃଷ୍ଟି କରିବାର ଆଶଙ୍କା ଦେଖାଦିଏ। ଛୋଟ ଛୁଆ ଶୀଘ୍ର ନିଶ୍ୱାସ ନେଉଥିବାରୁ ତାଙ୍କ ଫୁସ୍ଫୁସ୍କୁ ଶୀଘ୍ର ଏବଂ ଅଧିକ ଧୂଆଁ ଚାଲିଯାଇଥାଏ। ଯେଉଁ ଘରେ ସିଗାରେଟ୍ ଏବଂ ବିଡ଼ିର ଅଧିକ ବ୍ୟବହାର କରାଯାଏ ସେହି ଘରର ଛୋଟ ଛୁଆମାନେ ଧୂଆଁରେ ହିଁ ବଡ଼ ହୋଇଥାନ୍ତି। ଯାହା ପରେ ବଡ ସ୍ୱାସ୍ଥ୍ୟ ସମସ୍ୟାରେ ପରିଣତ ହୋଇଥାଏ।
ସେହିପରି ଗର୍ଭବତୀଙ୍କ ପାଇଁ ମଧ୍ୟ ଏହା ହାନୀକାରକ ହେବା ସହ ଗର୍ଭସ୍ଥ ଶିଶୁର ରୋଗ ପ୍ରତିରୋଧକ କ୍ଷମତା କମାଇ ଦେଇଥାଏ।
କିପରି ଛାଡ଼ିବେ
/odisha-reporter/media/post_attachments/wp-content/uploads/2019/05/z44-2-300x172.jpg)
ଏହା ଆମ ଶରୀର ପାଇଁ କ୍ଷତିକାରକ ଜାଣି ମଧ୍ୟ ଅନେକ ଲୋକ ଏହାକୁ ସେବନ କରିଥାନ୍ତି। କିଛି ଲୋକ ଏହାକୁ ଛାଡ଼ିବାକୁ ଯାଇ ପୁଣି ଦିନେ କି ଦୁଇ ଦିନ ପରେ ପୁରୁଣା ଅଭ୍ୟାସରେ ପଡ଼ିଥାନ୍ତି। ଚେଷ୍ଟାକରି ମଧ୍ୟ ଏଥିରୁ ମୁକ୍ତି ପାଇ ପାରି ନ ଥାନ୍ତି। ଆପଣ ଏହାକୁ ଛାଡ଼ିବାକୁ ଚାହୁଁଥିଲେ ପ୍ରଥମେ ନିଜ ମନକୁ ନିୟନ୍ତ୍ରଣରେ ରଖନ୍ତୁ। ଅନ୍ୟ ଜଣେ ଯେତେ ଚେଷ୍ଟା କଲେ ମଧ୍ୟ ଆପଣଙ୍କୁ ଏହି ଅଭ୍ୟାସରୁ ଦୂରେଇ ପାରିବ ନାହିଁ।
ତେଣୁ ଆପଣ ଏଥିପାଇଁ ନିଜର ଏକ ଟାଇମ୍ ଟେବୁଲ୍ ପ୍ରସ୍ତୁତ କରନ୍ତୁ। ଯେଉଁ ସମୟରେ ଆପଣଙ୍କ ମନ ସିଗାରେଟ୍ ବା ତମାଖୁ ଆଡ଼େ ଯାଉଛି, ସେହି ସମୟରେ ଆପଣ କିଛି ଅଲଗା କାମରେ ମନ ଲଗାନ୍ତୁ। ସାଙ୍ଗ ମାନଙ୍କ ସହ ବୁଲାବୁଲି କରିବା ସହ ବହି ମଧ୍ୟ ପଢିପାରିବେ।
/odisha-reporter/media/post_attachments/wp-content/uploads/2019/05/z22-3-300x175.jpg)
ଏହା ଏପରି ଏକ ଅଭ୍ୟାସ ଯାହା ଶୀଘ୍ର ଆମ ଉପରେ ପ୍ରଭାବ ପକାଇଥାଏ। ଏବଂ ଏହା ସହଜରେ ଆପଣଙ୍କ ପିଛା ଛାଡ଼ି ନଥାଏ। ତେଣୁ ଏହାକୁ ଛାଡିବା ସମ୍ପୂର୍ଣ୍ଣ ଆପଣଙ୍କ ଉପରେ ନିର୍ଭର କରେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
